କନକ ବ୍ୟୁରୋ : ହାତରେ ବନ୍ଧୁକ , ମୁଁହରୁ ବାହାରୁଛି ଗୋଟିଏ ପରେ ଗୋଟିଏ ଡାଇଲଗ ।  ମୋର ହେବୁନି, ତ କାହାର ହେବାକୁ ଦେବିନି I ମୋତେ ଧୋକା ଦେଲୁ, ହେଲେ ମୋ ଭାଇକୁ ଦବୁନି । ଏମିତିକା କିଛି ଫିଲ୍ମି ଡାଇଲଗ କହି,ବାନ୍ଧବୀ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେଉଛି ଜଣେ ଯୁବକ । ଜଣା ପଡିଛି, କାର ଭିତରେ ବସିଥିବା ଯୁବତୀ ହେଉଛନ୍ତି ଜଣେ ବାର ଗର୍ଲ , ତାଙ୍କ ଘର କୋଲକାତା  । ସେ ଭୁବନେଶ୍ୱରର ଏକ ବାରରେ କାମ କରନ୍ତି । ହାତରେ ବନ୍ଧୁକ ଧରି ଧମକ ଦେଉଥିବା ବ୍ୟକ୍ତି ହେଉଛନ୍ତି ନିମାପଡା ଅଞ୍ଚଳର । 

Advertisment

ତେବେ ଅନ୍ୟ ବନ୍ଧୁଙ୍କ ସହ କାର୍‌ରେ ଦେଖିବା ପରେ ଯୁବତୀ ରହୁଥିବା ଭଡ଼ା ଘର ପାର୍କିଂ ନିକଟରେ ଏହିଭଳି ଧମକ ଦେଉଥିବା ଭିଡ଼ିଓ ଏବେ ଭାଇରଲ ହେଉଛି । କିନ୍ତୁ ପ୍ରଶ୍ନ, ଦିନକୁ ଦିନ ନିଶା କାରବାର ବଢ଼ିବା ସହ ଏବେ ଖୁଲମ ଖୁଲା ବନ୍ଧୁକ ଧରି ବୁଲୁଛନ୍ତି ଅଭିଯୁକ୍ତ । ବେଆଇନ ପିସ୍ତଲ ଦେଖାଇ ଭୟଭୀତ କରିବା ସହ ଆତଙ୍କ ଖେଳାଉଛନ୍ତି  ହେଲେ କେମିତି ଜାଣି ପାରୁନି ପୁଲିସ ।

ଅଧିକ ପଢ଼ନ୍ତୁ---ପାକିସ୍ତାନର ନୂଆ ଷଡ଼୍‌ଯନ୍ତ୍ର ! ଅନଲାଇନ ଆପ୍ ଜରିଆରେ କିଶୋରମାନଙ୍କୁ ଫସାଉଛି