କନକ ବ୍ୟୁରୋ : ହ୍ୱାଇଟ୍ କଲର ଟେରରିଜିମ ପରେ ଏବେ ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ ପାଇଁ ଏକ ନୂଆ ଆହ୍ୱାନ ସୃଷ୍ଟି ହୋଇଛି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ଏବେ ‘ଟିନଏଜ ସ୍ପାଇ ନେଟୱାର୍କ’ ବା କିଶୋର ଗୁଇନ୍ଦା ଜାଲ ବିଛାଇ ଭାରତ ବିରୋଧରେ ଷଡ଼୍ଯନ୍ତ୍ର କରୁଛି । ISI ୧୪ ରୁ ୧୭ ବର୍ଷ ବୟସର ନାବାଳକମାନଙ୍କୁ ନିଜ ଜାଲରେ ଫସାଯାଉଛି । ସୁରକ୍ଷା ଏଜେନ୍ସିଙ୍କ ତଦନ୍ତରୁ ଜଣାପଡିଛି ଯେ ପ୍ରାୟ ୩୭ ରୁ ଅଧିକ ନାବାଳକ ଏହି ନେଟୱାର୍କର ଅଂଶବିଶେଷ । ସେମାନଙ୍କ ମଧ୍ୟରୁ ୧୨ ଜଣ ପଞ୍ଜାବ ଓ ହରିୟାଣାର ହୋଇଥିବା ବେଳେ ପ୍ରାୟ ୨୫ ଜଣ ଜମ୍ମୁ-କାଶ୍ମୀରର ବୋଲି ଜଣାପଡିଛି ।
ପଠାନକୋଟ ପୁଲିସ ଦୁଇ ଦିନ ତଳେ ଜଣେ ୧୫ ବର୍ଷର କିଶୋରକୁ ଗିରଫ କରିଥିଲା । ତା’ର ମୋବାଇଲ୍ ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ ISI ଅନଲାଇନ୍ ମାଧ୍ୟମରେ ଓ ବିଭିନ୍ନ ଅନକନଭେନସନାଲ୍ ଆପ୍ ଜରିଆରେ କିଶୋରମାନଙ୍କ ବ୍ରେନୱାଶ୍ କରି ସେମାନଙ୍କୁ ନିଜ କାମରେ ଲଗାଉଛି । ସେମାନଙ୍କୁ ସୁରକ୍ଷା ଘାଟିର ଫଟୋ ଉଠାଇବା, ସେନା କାଫିଲା ଓ ସେମାନଙ୍କ ଗତିବିଧି ବିଷୟରେ ସୂଚନା ଦେବା ଏବଂ ଆତଙ୍କବାଦୀ ସଂଗଠନ ପାଇଁ ଲଜିଷ୍ଟିକ ସହାୟତା ଯୋଗାଇବା ଭଳି କାମ ଦିଆଯାଉଥିଲା ।
ଅଧିକ ପଢ଼ନ୍ତୁ---ଭାରତ ତିଆରି କରୁଛି ୫ମ ପିଢିର ଫାଇଟର ଜେଟ୍; ଆମେରିକା, ଋଷକୁ ଦେବ ଟକ୍କର
ଫୋନ୍ ହ୍ୟାକ୍ କରିଥିଲା ISI
ପଠାନକୋଟରୁ ଗିରଫ ହୋଇଥିବା ନାବାଳକର ଫୋନକୁ ପାକିସ୍ତାନୀ ହ୍ୟାଣ୍ଡଲରମାନେ ହ୍ୟାକ୍ କରି ଦେଇଥିଲେ । ତାଙ୍କ ପାଖକୁ ଏକ ଲିଙ୍କ୍ ପଠାଯାଇଥିଲା, ଯେଉଁଥିରେ କ୍ଲିକ୍ କରିବା ମାତ୍ରେ ଫୋନ୍ଟି ସମ୍ପୂର୍ଣ୍ଣ ଭାବେ ହ୍ୟାକ୍ ହୋଇଯାଇଥିଲା । ଫଳରେ ଫୋନରେ ଥିବା ସମସ୍ତ ତଥ୍ୟ ISI ଅପରେଟିଭ୍ଙ୍କ ନିକଟକୁ ପହଞ୍ଚି ଯାଇଥିଲା । ପଠାନକୋଟ ଏସଏସପି ଦଲଜିନ୍ଦର ସିଂ ଢିଲୋନ କହିଛନ୍ତି, ଏହି ମାମଲାର ତଦନ୍ତ ଜାରି ରହିଛି ଏବଂ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସୁଛି । ସୁରକ୍ଷା ଏଜେନ୍ସିମାନେ ବର୍ତ୍ତମାନ ସାରା ଦେଶରେ ସତର୍କ ରହିଛନ୍ତି, ବିଶେଷ କରି ସୀମାବର୍ତ୍ତୀ ଅଞ୍ଚଳରେ କିଶୋରମାନଙ୍କ ଅନଲାଇନ୍ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯାଉଛି । ବିଶେଷଜ୍ଞଙ୍କ ମତରେ, କମ୍ ବୟସର ପିଲାମାନଙ୍କୁ ସହଜରେ ପ୍ରଭାବିତ କରାଯାଇ ପାରୁଥିବାରୁ ISI ଏହି ନୂଆ ରଣନୀତି ଆପଣେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/07/isi-2026-01-07-10-41-10.jpg)