କନକ ବ୍ୟୁରୋ : ଝିଅ ଅନ୍ୟଜାତିରେ ବିବାହ କରିଥିବାରୁ ମିଳିଲାନି ଚାରି କାନ୍ଧ । ଶବକୁ କେହି ନଛୁଇଁବାରୁ କାନ୍ଧ ଦେଲେ ମୃତକଙ୍କ ଭଉଣୀ, ଝିଅ ଓ ପୁଅ । ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଂଗ୍ରା ଗାଁରେ । ଆଜିର ସଭ୍ୟ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି ।

Advertisment

ଅଧିକ ପଢନ୍ତୁ : ଜାତିଭେଦ ପାଇଁ ଶବ ଛୁଇଁଲେନି : ଅନ୍ୟଜାତିର ଘରେ ଖାଇଥିବାରୁ ବାସନ୍ଦ କଲେ ଗାଁଲୋକ; ଘୋଷାଡ଼ି ଘୋଷାଡ଼ି ମା’ର ମୃତଦେହ ନେଲା ପୁଅ

ଜାତିପ୍ରଥା ଯୋଗୁଁ ଶବକୁ ମିଳିଲାନି ଚାରି କାନ୍ଧ । ଏପରିକି ବଡ଼ ପୁଅ ମଧ୍ୟ ଆସିଲାନି । ପାଖ ପଡ଼ିଶା ଜାତି ଭାଇ ଦେଖଣାହାରୀ ହୋଇଥିଲେ ମଧ୍ୟ କେହି ମୃତକଙ୍କ ଶବକୁ ଛୁଇଁଲେନି । ଶେଷରେ କୌଣସି ଉପାୟ ନପାଇ ମୃତକଙ୍କ ଭଉଣୀ, ଭାଣିଜୀ, ଅନ୍ୟ ଜାତିରେ ବିବାହ କରିଥିବା ସାନ ଝିଅ ଓ  ସାନ ପୁଅ ଦେଲେ କାନ୍ଧ। କଂଗ୍ରା ଗାଁର ଦୁର୍ଯ୍ୟନ ମାଝୀଙ୍କର ଦେହାନ୍ତ ପରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଅନ୍ୟପଟେ ଏହି ଘଟଣାରେ ଭତରା ସମାଜର ଲୋକେ, ପଡୋଶୀ କିମ୍ବା କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।