କନକ ବ୍ୟୁରୋ : ପୁଣି ଥରେ ଚର୍ଚ୍ଚାରେ ଭଦ୍ରକର ଶ୍ମଶାନରୁ ଶବ ଗାଏବ ହେବା ଖବର । ଗତ ବର୍ଷ ଜୁଲାଇ ମାସରେ ମଣାଣିରୁ ଶବ ଗାଏବ ହେବାକୁ ନେଇ ସାରାରାଜ୍ୟରେ ଚହଳ ପଡିଥିଲା। ଏବେ ପୁଣି ସାମନାକୁ ଆସିଛି ସମାନ ଅଭିଯୋଗ। ହେଲେ, କିଏ ଓ କାହିଁ ଶବ ନେଉଛି କାହା ପାଖରେ ସଠିକ୍ ଉତ୍ତର ନାହିଁ। କଥାଟା ଶୁଣିଲାବେଳକୁ ହରର ଫିଲ୍ମର କାହାଣୀ ଭଳି ଲାଗୁଥିଲେ ବି ସତ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକରୁ ଆସିଛି ଏହି ଚାଞ୍ଚଲ୍ୟକର ଖବର। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବୈତରଣୀ ନଦୀ କୂଳରେ ଥିବା ମଶାଣିରୁ ଏକାଥରରେ ପାଞ୍ଚଟି ମୃତଦେହ ଉଭାନ ହୋଇଯାଇଛି। ସ୍ଥାନୀୟ ଅଂଚଳରେ କାହାର ମୃତ୍ୟୁ ହେଲେ, ଏଠାରେ ପୋତିବାର ପରମ୍ପରା ରହିଛି। ହେଲେ, ଏହି ସବୁ ମୃତଦେହ ପୋତିବାର କିଛି ଦିନ ପରେ ମାଟି ଖୋଳି କେହି ଶବ ନେଇ ଯାଉଛନ୍ତି। ଗତ କିଛି ଦନ ଭିତରେ ମଣିନାଥପୁର ଗାଁର ଖଗେଶ୍ୱର ସାମଲ, ହାଡ଼ିବନ୍ଧୁ ବେହୁରିଆ, କାର୍ତ୍ତିକ ନାୟକ, ସରସ୍ବତୀ ବେହେରା ଓ କାଳନ୍ଦୀ ବେହେରାଙ୍କ ମୃତ୍ୟୁ ହୋଇଥିଲା। ପରମ୍ପରା ଅନୁସାରେ ଶ୍ମଶାନରେ ସେମାନଙ୍କ ଶବକୁ ପୋତି ସଂସ୍କାର କରାଯାଇଥିଲା। କିନ୍ତୁ, ୨ ଦିନ ତଳେ ଏସବୁ ଶବ ଗାଏବ ହେବା ନେଇ ଚର୍ଚ୍ଚା ଜୋର ଧରିଛି।
ଅଧିକ ପଢ଼ନ୍ତୁ : ଭଦ୍ରକ ଜିଲ୍ଲା ରାଜରାଜେଶପଲ୍ଲୀ ଗାଁରେ ନାବାଳିକା ନିଖୋଜ ଘଟଣା ଉପରୁ କେବେ ହଟିବ ପରଦା ?
ଭଦ୍ରକରୁ ଶବ ଚୋରି ହେବା ପଥ୍ରମ ଘଟଣା ନୁହେଁ। ପୂର୍ବରୁ ୨୦୨୫ ଜୁଲାଇ ମାସରେ ୪ଟି ମୃତଦେହ ଉଭାନ୍ ହୋଇଯାଇଥିଲା। ପ୍ରଥମେ ୨୦୧୭ରେ ମୃତଦେହ ଚୋରି ହେଉଥିବା ଘଟଣା ସାମ୍ନାକୁ ଆସିଥିଲା। ଆଦର୍ଶ ପ୍ରଧାନଶିକ୍ଷକ ବାସୁଦେବ ଦାସଙ୍କ ମୃତଦେହ ସେହି ବର୍ଷ ଚୋରି ହୋଇଥିଲା। ଏ ନେଇ ମାମଲା ରୁଜୁ ହୋଇଥିଲା। ୨୦୨୩ରେ ବି ମାଟି ଖୋଳି ୩ଟି ଶବ ନେଇଯିବା ଅଭିଯୋଗ ହୋଇଥିଲା। ସେତେବେଳେ ଏହାକୁ ନେଇ ସାରାରାଜ୍ୟରେ ତମ୍ବିତୋଫାନ ହୋଇଥିଲା। କିନ୍ତୁ ରହସ୍ୟ ଉପରୁ ପରଦା ଉଠାଇପାରିନଥିଲା ପୁଲିସ୍। ଏପଟେ ମୃତଦେହ ଚୋରି ପଛରେ ଆର୍ନ୍ତଜାତୀୟ ରାକେଟଙ୍କ ହାତଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି। ବାରମ୍ବାର ଏତେ ସଂଖ୍ୟାରେ ଶବ ଚୋରି ହେବା ଖବର ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। କିଏ ଓ କେଉଁ ଉଦ୍ଦେଶ୍ୟରେ ମାଟି ଖୋଳି ଶବ ନେଇ ଯାଉଛନ୍ତି? ସେ ନେଇ ରହସ୍ୟ ବଢ଼ୁଛି। ଶବ ଚୋରି ପଛରେ କୌଣସି ରାକେଟ କାମ କରୁଥିବା ସନ୍ଦେହ ବଢ଼ୁଛି। ଏବଂ ତଦନ୍ତ କରି ତୁରନ୍ତ ଅଭିଯୁକ୍ତଙ୍କୁ ଧରିବାକୁ ଦାବି ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/14/7pm6-2026-02-14-20-16-01.jpg)