ସିଂହ ସହ ସେଲ୍ଫି ନେଉଥିଲେ ଯୁବକ , ଆଉ ତା’ପରେ …

ସିଂହ ଭଳି ହିଂସ୍ର ଜନ୍ତୁ ପାଖରେ ଛିଡ଼ା ହୋଇ ସେଲ୍ଫି ନେବା କେବଳ ମୁର୍ଖତା ନୁହେଁ ମୃତ୍ୟୁକୁ ହାତ ଠାରି ଡ଼ାକିବା ସଙ୍ଗେ ସମାନ । ଭିଡିଓଟି ଭାଇରାଲ୍ ହେବା ପରେ ୟୁଜର୍ସ ଭିନ୍ନ ଭିନ୍ନ ପ୍ରକାର କମେଣ୍ଟ୍ କରୁଛନ୍ତି ।

ଅଦ୍ୟତନ ହୋଇଛି
Lion

Lion Photograph: (google)

ସୋସିଆଲ୍ ମିଡିଆରେ ଚକିତ କରିଦେଲା ପରି ଏକ ଭିଡିଓ ଭାଇରାଲ୍ ହେଉଛି । ଏହି ଭିଡିଓରେ ଜଣେ ବ୍ୟକ୍ତି ଜଙ୍ଗଲ ବୁଲିବାକୁ ଯାଇଥିବା ବେଳେ ଜଙ୍ଗଲର ରାଜା ସିଂହ ସହ ସେଲ୍ଫି ନେବାକୁ ଚେଷ୍ଟା କରୁଥିବା ଦେଖା ଯାଉଛନ୍ତି । ବ୍ୟକ୍ତିଜଣକ ସିଂହ ସହ ସେଲ୍ଫି ନେବାକୁ ଚେଷ୍ଟା କରୁଥିବା ବେଳେ ଭିଡିଓ ଏହିଠାରେ ହିଁ ଶେଷ ହୋଇଯାଉଛି । ଏହି ସମ୍ପୂର୍ଣ୍ଣ ଘଟଣା କ୍ୟାମେରାରେ କଏଦ ହେବା ପରେ ସୋସିଆଲ୍ ମିଡିଆରେ ଏବେ ଖୁବ୍ ଭାଇରାଲ୍ ହେଉଛି । ଏହି ଭିଡିଓରୁ ହିଁ ଜଣାପଡୁଛି ଯେ ଲୋକ କିଛି ଲାଇକ୍ସ ଏବଂ କମେଣ୍ଟ୍ ପାଇବା ଚକ୍କରରେ କେମିତି ନିଜ ଜୀବନକୁ ବାଜି ଲଗାଇବାକୁ ପଛାଉ ନାହାନ୍ତି । ସିଂହ ଭଳି ହିଂସ୍ର ଜନ୍ତୁ ପାଖରେ ଛିଡ଼ା ହୋଇ ସେଲ୍ଫି ନେବା କେବଳ ମୁର୍ଖାମୀ ନୁହେଁ ମୃତ୍ୟୁକୁ ହାତ ଠାରି ଡାକିବା ସଙ୍ଗେ ସମାନ । ଭିଡିଓଟି ଭାଇରାଲ୍ ହେବା ପରେ ୟୁଜର୍ସ ଭିନ୍ନ ଭିନ୍ନ ପ୍ରକାର କମେଣ୍ଟ୍ କରୁଛନ୍ତି । କିଏ ଏହାକୁ ମୁର୍ଖାମୀ ବୋଲି କହୁଛନ୍ତି ତ ଆଉ କିଏ ଅଯଥା ସାହସ ଦେଖାଇବା ବୋଲି କହୁଛନ୍ତି ।

ଭିଡିଓରେ ଗୋଟିଏ ଗଛର ଶାଖାରେ ସିଂହ ଛିଡ଼ା ହୋଇଥିବାର ନଜର ଆସୁଥିବା ବେଳେ ପାଖରେ ଆଉ ଗୋଟିଏ ସିଂହ ଛିଡ଼ା ହୋଇଛି ଏବଂ ଯୁବକ ସିଂହ ନିକଟରେ ଛିଡ଼ା ହୋଇ ସେଲ୍ଫି ନେଉଥିବାର ନଜର ଆସୁଛନ୍ତି । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏହି ଭିଡିଓ humaidalbuqaish ନାମର ଆକାଉଣ୍ଟରେ ସେୟାର୍ କରାଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୨ ଲକ୍ଷ ୪୦ ହଜାରରୁ ଅଧିକ ଲୋକ ଏଥିରେ ଲାଇକ୍ କରି ସାରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe