କନକ ବ୍ୟୁରୋ : ଶନିବାର କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଫୁଟବଲ୍ ତାରକା ଲିଓନେଲ ମେସିଙ୍କ କାର୍ଯ୍ୟକ୍ରମରେ ହୋଇଥିବା ଅବ୍ୟବସ୍ଥା ଉପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଯେ ଏହି କୁପରିଚାଳନା ପାଇଁ ସେ ଅତ୍ୟନ୍ତ ମର୍ମାହତ ଏବଂ ଏଥିପାଇଁ ସେ ମେସି ତଥା ତାଙ୍କ ଫ୍ୟାନ୍ସମାନଙ୍କୁ କ୍ଷମା ମାଗିଛନ୍ତି ।
I am deeply disturbed and shocked by the mismanagement witnessed today at Salt Lake Stadium. I was on my way to the stadium to attend the event along with thousands of sports lovers and fans who had gathered to catch a glimpse of their favourite footballer, Lionel Messi.
— Mamata Banerjee (@MamataOfficial) December 13, 2025
I…
ମମତା ବାନାର୍ଜୀ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଲେଖିଛନ୍ତି ଯେ, "ଆଜି ଷ୍ଟାଡିୟମରେ ଯେଉଁ ଅବ୍ୟବସ୍ଥା ଦେଖାଗଲା, ସେଥିପାଇଁ ମୁଁ ସ୍ତବ୍ଧ । ଏହି ଦୁର୍ଭାଗ୍ୟଜନକ ଘଟଣା ପାଇଁ ମୁଁ ଲିଓନେଲ ମେସି ଓ ସମସ୍ତ କ୍ରୀଡ଼ାପ୍ରେମୀଙ୍କୁ ହୃଦୟରୁ କ୍ଷମା ମାଗୁଛି ।" ମୁଖ୍ୟମନ୍ତ୍ରୀ ଏହି ଘଟଣାର ତଦନ୍ତ ପାଇଁ କଲିକତା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅସୀମ କୁମାର ରାୟଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟି ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଭବିଷ୍ୟତରେ ଏଭଳି ଘଟଣା ରୋକିବାକୁ ପରାମର୍ଶ ଦେବ ।
ଅଧିକ ପଢ଼ନ୍ତୁ---ଚେୟାର୍ ଭାଙ୍ଗିଲେ, ବୋତଲ ଫିଙ୍ଗିଲେ: କୋଲକାତାରେ ମେସି ଫ୍ୟାନ୍ସଙ୍କ ହଙ୍ଗାମା
ବିଜେପି ପଶ୍ଚିମବଙ୍ଗ ୟୁନିଟ୍ ଏହି ଘଟଣାକୁ ନେଇ ଟିଏମସି ସରକାରଙ୍କୁ କଡ଼ା ସମାଲୋଚନା କରିଛି । ବିଜେପି ଅଭିଯୋଗ କରିଛି ଯେ ମମତା ସରକାର ବଙ୍ଗଳାର ଫୁଟବଲ୍ ସଂସ୍କୃତିକୁ ନଷ୍ଟ କରିଦେଇଛନ୍ତି । ବିଜେପି ନେତା ଅମିତ ମାଲବିୟ ଏହାକୁ ଏକ ବଡ଼ ଅପମାନ ଓ ସ୍କାମ ବୋଲି କହିବା ସହ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଅରୂପ ବିଶ୍ୱାସଙ୍କ ଇସ୍ତଫା ଦାବି କରିଛନ୍ତି । ଷ୍ଟାଡିୟମରେ ଅବ୍ୟବସ୍ଥା ଏବଂ ସୁରକ୍ଷା କାରଣରୁ ମେସି ତାଙ୍କର କୋଲକାତା ଗସ୍ତକୁ ସମୟ ପୂର୍ବରୁ ଶେଷ କରିଦେଇଥିଲେ । ସେ ତୁରନ୍ତ ବିମାନବନ୍ଦର ଯାଇ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/13/messi-2025-12-13-17-33-39.jpg)