MV26 Photograph: (KanakNews)
କନକ ବ୍ୟୁରୋ: ରାତି ତମାମ ମାଲକାନଗିରି ଏମଭି ୨୬ ଗାଁରେ ପୁଲିସର ପହରା । ଏମଭି ୨୬ ସମେତ ପାଖ ଆଖ ଗାଁରେ ମଧ୍ୟ ସୁରକ୍ଷା ଯୋଗାଇଛି । ପୁଲିସ ଓ ବିଏସଏଫ ଯବାନ ମୁତୟନ ରହିଛନ୍ତି । ସେପଟେ ଗାଁରୁ ଅନେକ ଗ୍ରାମବାସୀ ନିଜ ସମ୍ପର୍କୀୟ ଏବଂ ଅନ୍ୟତ୍ର ସ୍ଥାନରେ ଆଶ୍ରୟ ନେଇଥିବା ଜଣା ପଡିଛି । ପ୍ରଶାସନ ପକ୍ଷରୁ ଗତରାତିରୁ ହିଁ କ୍ଷୟକ୍ଷତିର ଆକଳନ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୋଦ ଜିଲ୍ଲାପାଳ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । ତଦନ୍ତ ଦାବିରେ ପୁଲିସ ଉପସ୍ଥିତିରେ ଲଙ୍କାକାଣ୍ଡ ଘଟାଇଲେ ଗ୍ରାମବାସୀ ।
ଅଧିକ ପଢନ୍ତୁ :ଟୟୋଟା ଆୟୋଜନ କରୁଛି ଏକ୍ସପେରିଏନ୍ସିଆଲ ଡ୍ରାଇଭିଂ, ଦାରୁଠେଙ୍ଗର ଜୁଝାଗଡ଼ାରେ ହାଇଲକ୍ସ ପ୍ରିମିୟମ ଅଫ୍ ରୋଡକୁ ଦେଖିଲେ ଶହ ଶହ ଲୋକ
ଅନେକ ଘର ଜାଳିଦେବା ସହ ଦୋକାନ ଲୁଟିଥିଲେ । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ଏମ୍ଭି-୨୬ ରାଖାଲଗୁଡ଼ା ଗାଁର ଲାକେ ପଡ଼ିଆମିଙ୍କ ମୁଣ୍ଡ ବିହୀନ ଶବ ଉଦ୍ଧାର ପରେ ଉଗ୍ର ଆଦିବାସୀ ଏଭଳି କାଣ୍ଡ ଘଟାଇଛନ୍ତି । ଖବର ପାଇ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ପୁଲିସ ଫୋର୍ସ ଓ ବିଏସ୍ଏଫ୍ ଯବାନ ଗାଁରେ ପହଞ୍ଚିଛନ୍ତି । କଡ଼ା ସୁରକ୍ଷା ଭିତରେ ଗତକାଲି ମହିଳାଙ୍କ ଶବ ବ୍ୟବଚ୍ଛେଦ ଶେଷ ହୋଇଛି ।
Follow Us