ମହାମାରୀ ପରି ବ୍ୟାପୁଛି କିଡ୍‌ନି ରୋଗ; ପିଇବା ପାଣି ସାଜୁଛି ଘାତକ

ନଳକୁପରୁ ବାହାରୁ ଥିବା ଏହି ପାଣିକୁ । ଜଳ ଜଳ ହୋଇ ଦେଖାଯାଉଛି କେମିତି ପାଣିରେ ଭାସୁଛି ଲୁହା ଗୁଣ୍ଡ । ଆଉ ଏହି ଲୌହଯୁକ୍ତ ପାଣି ପିଇ ମାଲକାନାଗିରି ଜିଲ୍ଲାରେ ଘରେ ଘରେ କିଡନି ରୋଗୀ । ବିଶୁଦ୍ଧ ପାନୀୟ ଜଳର ଅଭାବ ଯୋଗୁ ପ୍ରତି ବର୍ଷ ହଜାର ହଜାର ଲୋକେ କିଡ୍‌ନି ରୋଗରେ ଆକ୍ରାନ୍ତ ହେଉଛନ୍ତି ।

Kidney Disease Crisis

Kidney Disease Crisis Photograph: (Kanak News)

କନକ ବ୍ୟୁରୋ : ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗାଁଠୁ ଗାଁ ଘରକୁ ଘର ଟ୍ୟାପ୍ ଯୋଗେ ପିଇବା ପାଣି ଯୋଗାଇ ଦେବାକୁ ଏକାଧିକ ଯୋଜନା କରିଛନ୍ତି । କିନ୍ତୁ ଏବେବି ଲୋକେ ବିଶୁଦ୍ଧ ପିଇବା ପାଣି ଅଭାବରୁ ଲୌହ ଯୁକ୍ତ ପାନୀୟ ଜଳ ପିଉଛନ୍ତି । ଯେଉଁଥି ପାଇଁ ପ୍ରତି ବର୍ଷ କିଡନି ରୋଗରେ ପଡ଼ି ଶହ ଶହ ଲୋକଙ୍କ ଜୀବନ ଯାଉଛି ।

ନଳକୁପରୁ ବାହାରୁ ଥିବା ଏହି ପାଣିକୁ । ଜଳ ଜଳ ହୋଇ ଦେଖାଯାଉଛି କେମିତି ପାଣିରେ ଭାସୁଛି ଲୁହା ଗୁଣ୍ଡ । ଆଉ ଏହି ଲୌହଯୁକ୍ତ ପାଣି ପିଇ ମାଲକାନାଗିରି ଜିଲ୍ଲାରେ ଘରେ ଘରେ କିଡନି ରୋଗୀ । ବିଶୁଦ୍ଧ ପାନୀୟ ଜଳର ଅଭାବ ଯୋଗୁ ପ୍ରତି ବର୍ଷ ହଜାର ହଜାର ଲୋକେ କିଡ୍‌ନି ରୋଗରେ ଆକ୍ରାନ୍ତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଶତାଧିକ ଲୋକେ ଜୀବନ ମଧ୍ୟ ହାରୁଛନ୍ତି । ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଏମ୍‌ଭି ୮୭ ଗାଁରେ ଗତ ୨ ମାସରେ ଗୋଟିଏ ପରିବାରର ଦାଦା ଓ ପୁତୁରାଙ୍କ ଜୀବନ ଗଲାଣି । କିଡ୍‌ନି ରୋଗରେ ପୀଡ଼ିତ ହୋଇ ୩୩ ବର୍ଷୀୟ ଯୁବକ ଦିନେଶ ମାଲାକାର ଏବଂ ତାଙ୍କ ଦାଦା ନିର୍ମଳ ମାଲାକାରଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଗତ୬ ବର୍ଷ ଧରି କିଡନି ରୋଗରେ ପୀଡିତ ହୋଇ ରାଜ୍ୟ ତଥା ରାଜ୍ୟ ବାହାର ଡାକ୍ତରଖାନା ଘୁରି ବୁଲୁଥିଲେ ।

ଅଧିକ ପଢ଼ନ୍ତୁ : ଶିଳ୍ପନଗରୀର ଉପକଣ୍ଠର ଚିତ୍ର ଉପାନ୍ତଠୁ ହୀନ, ସରକାରୀ ଯୋଜନା ଠାରୁ ବହୁ ଦୂରରେ ମାରଘୁରା

ବିଶୁଦ୍ଧ ପିଇବା ପାଣି ଅଭାବରୁ କିଡନି ରୋଗରେ ପିଡ଼ୀତଙ୍କ ପାଇଁ ଭଲ ଚିକିତ୍ସା ସୁବିଧା ମଧ୍ୟ ନାହିଁ । ଉଚିତ ଚିକିତ୍ସା ନ ପାଇ ପୋକ ମାଛି ପରି ଚାଲି ଯାଉଛି ଜୀବନ । ଗତ ୧୦ ବର୍ଷ ଧରି ମାଲକାନଗିରି ଜିଲ୍ଲାରେ ମହାମାରି ପରି ବ୍ୟାପି ଚାଲିଛି କିଡନି ରୋଗ । ୨୦୨୦ରୁ  ଜିଲ୍ଲାରେ ଚିହ୍ନଟ ହେଲେଣି ୩୩୧୧ ରୋଗୀ । କିଡ୍‌ନି ରୋଗରେ ପୀଡ଼ିତ ହୋଇ କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୭୭୧ ଜଣ ମୃତ୍ୟୁ ହୋଇଛି । ପୋକ ମାଛି ପରି ରୋଗୀ ମୃତ୍ୟୁବରଣ କରୁଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାଁ ନେଫ୍ରୋଲଜିଷ୍ଟ ଅଛନ୍ତି ନାଁ ୟୁରୋଲୋଜିଷ୍ଟ । ବାହାର ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଆସୁଥିବା ରୋଗୀଙ୍କ କେବଳ ଡାଏଲାଲେସିସ ବ୍ୟବସ୍ଥା ଅଛି । ମାଲକାନଗିରି, ଚିତ୍ରକୋଣ୍ଡା, ମାଥିଲି ତିନିଟି ସ୍ଥାନରେ ୧୪ଟି ଡାଏଲେସିସ୍‌ ମେସିନ୍‌ ଅଛି । ତଥାପି ଡାଏଲେସିସ୍‌ ପାଇଁ ଲୋକଙ୍କୁ ପ୍ରାୟ ସପ୍ତାହେ ଅପେକ୍ଷା କରିବାକୁ ପଡ଼ୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe