ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ପୁଷ୍ପକୁମାରଙ୍କ ୧୦୦୦ ୱିକେଟ୍‌

Advertisment

ପାକିସ୍ତାନୀ ସ୍ପିନର୍‌ ଡାନିଶ କନେରିଆ ନିଜ ୨୦୧ତମ ମ୍ୟାଚ୍‌ରେ ୧୦୦୦ ୱିକେଟ୍‌ ଅତିକ୍ରମ କରିଥିଲେ। ପୁଷ୍ପକୁମାର କେବଳ ଶ୍ରୀଲଙ୍କା ମାଟିରେ ୯୬୬ ପ୍ରଥମ‌ ଶ୍ରେଣୀ ୱିକେଟ୍‌ ନେଇଛନ୍ତି । ‌ହେଟିଆରାଛି (୯୮୦)ଙ୍କ ପରେ ଦ୍ବିତୀୟ ସର୍ବାଧିକ ।

ପାକିସ୍ତାନୀ ସ୍ପିନର୍‌ ଡାନିଶ କନେରିଆ ନିଜ ୨୦୧ତମ ମ୍ୟାଚ୍‌ରେ ୧୦୦୦ ୱିକେଟ୍‌ ଅତିକ୍ରମ କରିଥିଲେ। ପୁଷ୍ପକୁମାର କେବଳ ଶ୍ରୀଲଙ୍କା ମାଟିରେ ୯୬୬ ପ୍ରଥମ‌ ଶ୍ରେଣୀ ୱିକେଟ୍‌ ନେଇଛନ୍ତି । ‌ହେଟିଆରାଛି (୯୮୦)ଙ୍କ ପରେ ଦ୍ବିତୀୟ ସର୍ବାଧିକ ।

Pushpa Kumar

କନକ ବ୍ୟୁରୋ: କ୍ରିକେଟ୍‌ ଜଗତରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି ଶ୍ରୀଲଙ୍କାର ବାମହାତୀ ସ୍ପିନର୍‌ ମଲିନ୍ଦ ପୁଷ୍ପକୁମାର । ବିଶ୍ବର ୨୧୮ତମ ଖେଳାଳି ଭାବେ ସେ ପ୍ରଥମ‌ ଶ୍ରେଣୀ କ୍ରିକେଟ୍‌ରେ ୧୦୦୦ ୱିକେଟ୍‌ ପୂର୍ଣ୍ଣ କରି ବିରଳ କ୍ଲବ୍‌ରେ ସାମିଲ ହୋଇଛନ୍ତି । ଏଭଳି ବ୍ୟକ୍ତିଗତ ମାଇଲଖୁଣ୍ଟ ଛୁଇଁବାରେ ପୁଷ୍ପକୁମାର ଶ୍ରୀଲଙ୍କାର ଚତୁର୍ଥ କ୍ରିକେଟର୍‌ ହୋଇଛନ୍ତି । ଶ୍ରୀଲଙ୍କା ପାଇଁ ପୂର୍ବରୁ ମୁଥୟା ମୁରଲୀଧରନ (୧୩୭୪), ରଙ୍ଗନା ହେରାଥ (୧୦୮୦), ଦାନୁକ ହେତିଆରାଛି (୧୦୦୧) ଏଭଳି କ୍ଲବ୍‌ରେ ସାମିଲ ଥିଲେ । ପୁଷ୍ପକୁମାର କିନ୍ତୁ ଏକବିଂଶ ଶତାବ୍ଦୀରେ ସାଇମନ୍‌ ହାର୍ମର ଓ ଜେମ୍ସ ଆଣ୍ଡରସନ୍‌ଙ୍କ ପରେ ତୃତୀୟ ଖେଳାଳି ଭାବେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି । ଏକବିଂଶ ଶତାବ୍ଦୀ‌ରେ ଏହି ୩ ଜଣ ପଦାର୍ପଣ କରିଥିଲେ । ପୁଷ୍ପକୁମାର ୨୦୦୬ରେ କରିଥିବାବେଳେ ଆଣ୍ଡରସନ୍‌ ୨୦୦୨ରେ ଏବଂ ହାର୍ମର ୨୦୦୯ରେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଜୀବନ ଆରମ୍ଭ କରିଥିଲେ । ପୁଷ୍ପକୁମାର ମଧ୍ୟ ଯୁଗ୍ମ ଦ୍ରୁତତମ ଭାବେ ୧୦୦୦ ୱିକେଟ୍‌ ପୂର୍ଣ୍ଣ କରିଛନ୍ତି । ମୁଥୟା ମୁରଲୀଧରନ ଏବଂ ପୁଷ୍ପକୁମାର ସମାନ ୧୭୩ ତମ ମ୍ୟାଚ୍‌ରେ ଏହି ଗୌରବ ପାଇଛନ୍ତି ।

ଏହା ବି ପଢ଼ନ୍ତୁ: ୧୪ ବର୍ଷର କ୍ରିକେଟରଙ୍କ କମାଲ : ଭାଙ୍ଗିଲେ କିଙ୍ଗ୍ କୋହଲିଙ୍କ ରେକର୍ଡ , ଅଣ୍ଡର-୧୯ କ୍ରିକେଟରେ ହେଉଛି ବାଃ ବାଃ

ପାକିସ୍ତାନୀ ସ୍ପିନର୍‌ ଡାନିଶ କନେରିଆ ନିଜ ୨୦୧ତମ ମ୍ୟାଚ୍‌ରେ ଏହି ସଂଖ୍ୟା ଅତିକ୍ରମ କରିଥିଲେ। ପୁଷ୍ପକୁମାର କେବଳ ଶ୍ରୀଲଙ୍କା ମାଟିରେ ୯୬୬ ପ୍ରଥମ‌ ଶ୍ରେଣୀ ୱିକେଟ୍‌ ନେଇଛନ୍ତି । ‌ହେଟିଆରାଛି (୯୮୦)ଙ୍କ ପରେ ଦ୍ବିତୀୟ ସର୍ବାଧିକ । ପୁଷ୍ପକୁମାର ଶ୍ରୀଲଙ୍କାରେ ୮୨ ଥର ୫ ୱିକେଟ୍‌ ଏବଂ ୨୭ ଥର ୧୦ ୱିକେଟ୍‌ ସଫଳତା ବି ପାଇଛନ୍ତି । ଯାହାକି ଅନ୍ୟ କୌଣସି ବୋଲର କରିପାରିନାହାନ୍ତି । ପୁଷ୍ପକୁମାର ମଧ୍ୟ ଦ୍ବିତୀୟ ଶ୍ରୀଲଙ୍କାନ କ୍ରିକେଟର୍‌ ଭାବେ ଗୋଟିଏ ପ୍ରଥମ ଶ୍ରେଣୀ ମ୍ୟାଚ୍‌ର ଗୋଟିଏ ପାଳିରେ ୧୦ ୱିକେଟ୍‌ ଅକ୍ତିଆର କରିଥିଲେ । ଟ୍ରିପଲ୍‌ ସି ପାଇଁ ଖେଳି ସେ ନାରାସେନ୍ସ ବିପକ୍ଷରେ ୧୦/୩୭ ଚିତ୍ର ପାଇଥିଲେ । ତାଙ୍କ ପୂର୍ବରୁ ପ୍ରମୋଦୟ ବିକ୍ରମସିଂଘେ (୧୦/୪୧) ଚିତ୍ର ପାଇଥିଲେ ୧୯୯୧ ମସିହାରେ। ଗତ ଶନିବାର ଶ୍ରୀଲଙ୍କାର ଘରୋଇ ପ୍ରତିଯୋଗିତାରେ ପୁଷ୍ପକୁମାର ବଦୁରେଲିୟା ସ୍ପୋର୍ଟସ କ୍ଲବ୍‌ ପକ୍ଷରୁ ମୁର୍‌ସ ବିପକ୍ଷରେ ୭ ୱିକେଟ୍‌ (୪/୯୦ ଓ ୩/୪୭) ଅକ୍ତିଆର କରିବା ଅବସରରେ ୧୦୦୦ ୱିକେଟ୍‌ ପୂର୍ଣ୍ଣ କରିଥିଲେ । ୩୮ ବର୍ଷୀୟ ପୁଷ୍ପକୁମାର ଜାତୀୟ ଦଳ ପାଇଁ ମଧ୍ୟ ୪ ଟେଷ୍ଟ୍‌ ଓ ୨ ଦିନିକିଆ ଅନ୍ତର୍ଜାତୀୟ ଖେଳିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe