କନକ ବ୍ୟୁରୋ: ରାୟଗଡାରେ ପୁଣି ଭୟ ବଢ଼ାଇଛି ମ୍ୟାଲେରିଆ । ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟରେ ମ୍ୟାଲେରିଆ ଜଣଙ୍କର ମୃତ୍ୟ ହେବା ପରେ ଉଦବେଗ ପ୍ରକାଶ ପାଇଛି । ପ୍ରଶାସନିକ ଅବହେଳା ଯୋଗୁଁ ଆବାସିକ ବିଦ୍ୟାଳୟଗୁଡ଼ିକ ମ୍ୟାଲେରିଆ ମୁକ୍ତ ହୋଇପାରୁ ନାହିଁ ବୋଲି ଅଭିଭାବକ ଓ ବୁଦ୍ଧଜୀବୀ କହିଛନ୍ତି ।
ରାୟଗଡ଼ା ସଦର ବ୍ଲକ ବାଇସିଂ ସରକାରୀ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲର ନର୍ଦ୍ଦମା ଦେଖିଲେ ଆପଣ ଜାଣିପାରିବେ କାହିଁକି ପିଲା ମ୍ୟାଲେରିଆ ଜ୍ୱରରେ ପଡୁଛନ୍ତି । ନନ୍ଦିନୀ ତାଡ଼ିଙ୍ଗ, ଚତୁର୍ଥ ଶ୍ରେଣୀର ଛାତ୍ରୀ । ପ୍ରଶାସନିକ ଅବହେଳାରୁ ମ୍ୟାଲେରିଆରେ ଜୀବନ ହରାଇଛନ୍ତି ଏହି ଆଦିବାସୀ ଛାତ୍ରୀ । ଗତ ୨୯ ତାରିଖରେ ନନ୍ଦିନୀଙ୍କୁ ମ୍ୟାଲେରିଆ ଜ୍ୱର ଧରିଥିଲା । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରି ଅନ୍ତେବାସକୁ ଆଣିଥିଲେ ସ୍କୁଲ କର୍ତ୍ତୃପକ୍ଷ । ଖବର ପାଇ ସ୍କୁଲକୁ ଆସି ନନ୍ଦିନୀଙ୍କୁ ସାଙ୍ଗରେ ନେଇଯାଇଥିଲେ ତା ବାପା । ହଷ୍ଟେଲରୁ ଯିବାର ୨୪ ଘଣ୍ଟା ନପୁରୁଣ ଆଖି ବୁଜିଲା କୁନି ଝିଅ । ଏହି ଖବର ପାଇ ଜିଲ୍ଲା ମଙ୍ଗଳ ଅଧିକାରୀ ତଦନ୍ତ କରି ରିପୋର୍ଟ ଦେବା ପାଇଁ ବ୍ଳକ ସଂପ୍ରସାରଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ... ଗାଁରେ ଆସୁନି ନେଟ୍ୱର୍କ, ଇ-କେୱାଇସି ପାଇଁ ଦହଗଞ୍ଜ
ଚିନ୍ତାର ବିଷୟ ହେଉଛି ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ହଷ୍ଟେଲରେ ମ୍ୟାଲେରିଆ ବ୍ୟାପିବା । ଗତ ଦୁଇ ବର୍ଷ ଭିତରେ ୫ ଜଣ ପିଲା ମ୍ୟାଲେରିଆରେ ଜୀବନ ହାରିଛନ୍ତି । ରାୟଗଡ଼ା ଜିଲ୍ଲାରେ ୬୦୨ ହଷ୍ଟେଲରେ ୫୩ ହଜାରରୁ ଅଧିକ ଅନ୍ତେବାସୀ ରହୁଛନ୍ତି । ସମସ୍ତ ଅନ୍ତେବାସୀଙ୍କୁ ଔଷଧିୟ ମଶାରୀ ବଣ୍ଟନ, ନିମ୍ବ ତେଲ ବ୍ୟବହାର, ଗମ୍ବୁସ ମାଛ ଛଡା ଯାଉଥିବା କୁହାଯାଉଛି । ହେଲେ ମ୍ୟାଲେରିଆକୁ ରୋକିବାରେ ପ୍ରଶାସନ ଫେଲ୍ ମାରୁଛି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବୁଦ୍ଧଜୀବୀ ।
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଆବାସିକ ବିଦ୍ୟାଳୟ ମ୍ୟାଲେରିଆ ମୁକ୍ତ ହୋଇପାରୁ ନାହିଁ। ତେଣୁ ଜୀବନ ଭୟରେ ଆବାସିକ ବିଦ୍ୟାଳୟରୁ ଆଦିବାସୀ ଛାତ୍ରଛାତ୍ରୀ ଦୂରେଇ ଯିବା ପୂର୍ବରୁ ପ୍ରଶାସନ ଏହାର ସମାଧାନ କରିବା ନିତାନ୍ତ ଜରୁରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/02/maleria-2025-11-02-21-29-38.jpg)