ପଶ୍ଚିମବଙ୍ଗରେ ଭୋଟର କାର୍ଡରେ ବଡ଼ ତ୍ରୁଟି ଧରିଲା ଏସଆଇଆର, ୮୫ ଲକ୍ଷ ମତାଦାତାଙ୍କ ଭୋଟର କାର୍ଡରେ ତ୍ରୁଟି

Advertisment

ଏହି ତଥ୍ୟ କେବଳ ଯାନ୍ତ୍ରିକ ତ୍ରୁଟି ଆଡ଼କୁ ଇଙ୍ଗିତ କରୁନାହିଁ, ବରଂ ବ୍ୟାପକ ମାତ୍ରାରେ ଭୁଲ୍ କିମ୍ବା ସନ୍ଦିଗ୍ଧ ଭାବେ ନାମ ପଞ୍ଜୀକରଣ ହୋଇଥିବାର ଆଶଙ୍କା ମଧ୍ୟ ସୃଷ୍ଟି କରିଛି । ଭୋଟର ତାଲିକା ସଂଶୋଧନ (ଏସଆଇଆର) ଅଭିଯାନ ଅନ୍ତର୍ଗତ କରାଯାଇଥିବା ଯାଞ୍ଚରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗର ୨୦୦୨ ଭୋଟର ତାଲିକାରେ ପଞ୍ଜିକୃତ ପ୍ରାୟ ୮୫ ଲକ୍ଷ ଭୋଟରଙ୍କ ବାପାଙ୍କ ନାମରେ ଗମ୍ଭୀର ତ୍ରୁଟି ଦେଖିବାକୁ ମିଳିଛି ।

ଏହି ତଥ୍ୟ କେବଳ ଯାନ୍ତ୍ରିକ ତ୍ରୁଟି ଆଡ଼କୁ ଇଙ୍ଗିତ କରୁନାହିଁ, ବରଂ ବ୍ୟାପକ ମାତ୍ରାରେ ଭୁଲ୍ କିମ୍ବା ସନ୍ଦିଗ୍ଧ ଭାବେ ନାମ ପଞ୍ଜୀକରଣ ହୋଇଥିବାର ଆଶଙ୍କା ମଧ୍ୟ ସୃଷ୍ଟି କରିଛି । ଭୋଟର ତାଲିକା ସଂଶୋଧନ (ଏସଆଇଆର) ଅଭିଯାନ ଅନ୍ତର୍ଗତ କରାଯାଇଥିବା ଯାଞ୍ଚରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗର ୨୦୦୨ ଭୋଟର ତାଲିକାରେ ପଞ୍ଜିକୃତ ପ୍ରାୟ ୮୫ ଲକ୍ଷ ଭୋଟରଙ୍କ ବାପାଙ୍କ ନାମରେ ଗମ୍ଭୀର ତ୍ରୁଟି ଦେଖିବାକୁ ମିଳିଛି ।

sir

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଚାଲିଥିବା ଭୋଟର ତାଲିକାର ବିଶେଷ ସଂଶୋଧନ ଅଭିଯାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୨୦୦୨ ମସିହା ଭୋଟର ତାଲିକାର ଯାଞ୍ଚ ସମୟରେ ଏପରି କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି, ଯାହା ନିର୍ବାଚନ ପ୍ରକ୍ରିୟାର ବିଶ୍ୱସନୀୟତା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ନିର୍ବାଚନ ଆୟୋଗଙ୍କ ଆଭ୍ୟନ୍ତରୀଣ ଯାଞ୍ଚରୁ ଏକ ବଡ଼ ଖୁଲାସା ହୋଇଛି । ଲକ୍ଷ ଲକ୍ଷ ଭୋଟରଙ୍କ ପାରିବାରିକ ବିବରଣୀ, ବିଶେଷ କରି ବାପା, ମାଆ ଏବଂ  ଜେଜେବାପାଙ୍କ ସମ୍ପର୍କିତ ତଥ୍ୟରେ ଗମ୍ଭୀର ତ୍ରୁଟି ପରିଲକ୍ଷିତ ହୋଇଛି । 

ଅଧିକ ପଢ଼ନ୍ତୁ : ପଶ୍ଚିମବଙ୍ଗର ପୁରୁଣା ଭୋଟର ତାଲିକାରେ ବଡ଼ ତ୍ରୁଟି: ବହୁଲୋକଙ୍କ ବାପାମାଆଙ୍କ ନାଁ ସମାନ, କିଏ ୧୫ ବର୍ଷରେ ବାପା


ଏହି ତଥ୍ୟ କେବଳ ଯାନ୍ତ୍ରିକ ତ୍ରୁଟି ଆଡ଼କୁ ଇଙ୍ଗିତ କରୁନାହିଁ, ବରଂ ବ୍ୟାପକ ମାତ୍ରାରେ ଭୁଲ୍ କିମ୍ବା ସନ୍ଦିଗ୍ଧ ଭାବେ ନାମ ପଞ୍ଜୀକରଣ ହୋଇଥିବାର ଆଶଙ୍କା ମଧ୍ୟ ସୃଷ୍ଟି କରିଛି । ଭୋଟର ତାଲିକା ସଂଶୋଧନ (ଏସଆଇଆର) ଅଭିଯାନ ଅନ୍ତର୍ଗତ କରାଯାଇଥିବା ଯାଞ୍ଚରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗର ୨୦୦୨ ଭୋଟର ତାଲିକାରେ ପଞ୍ଜିକୃତ ପ୍ରାୟ ୮୫ ଲକ୍ଷ ଭୋଟରଙ୍କ ବାପାଙ୍କ ନାମରେ ଗମ୍ଭୀର ତ୍ରୁଟି ଦେଖିବାକୁ ମିଳିଛି । ଏହି ସବୁ ମାମଲାରେ ବାପାଙ୍କ ନାମ କିମ୍ବା ତଥ୍ୟ ହୁଏତ ଭୁଲ୍ ଅଛି, ଅଧା ରହିଛି କିମ୍ବା ପାରିବାରିକ ସମ୍ପର୍କ ସହ ଆଦୌ ମେଳ ଖାଉନାହିଁ । ଏତେ ବଡ଼ ସଂଖ୍ୟାରେ ତ୍ରୁଟି ମିଳିବା ପରେ ଏହା କେବଳ ସାଧାରଣ ଟାଇପିଂ ଭୁଲ୍ ନୁହେଁ, ବରଂ ଏହା ପଛରେ କୌଣସି ବଡ଼ ଧରଣର ଷଡ଼ଯନ୍ତ୍ର ଥାଇପାରେ ବୋଲି ଅଧିକାରୀମାନେ ସନ୍ଦେହ କରୁଛନ୍ତି । 

ଅଧିକ ପଢ଼ନ୍ତୁ : SIRକୁ ନେଇ ପଶ୍ଚିମବଙ୍ଗ ପଲିଟିକ୍ସ ସରଗରମ: ମମତା କହିଲେ, ‘ମୁଁ SIR କରିବିନି’


ସବୁଠାରୁ ବଡ଼ କଥା ହେଉଛି, ପ୍ରାୟ ୧୩ ଲକ୍ଷ ୫୦ ହଜାର ଭୋଟରଙ୍କ ରେକର୍ଡରେ ଜଣେ ବ୍ୟକ୍ତିଙ୍କ ନାମ ଉଭୟ ବାପା ଏବଂ ମାଆଙ୍କ କଲମ୍ ବା ସ୍ଥାନରେ ଲେଖା ହୋଇଛି । ଅର୍ଥାତ୍ ଗୋଟିଏ ପରିବାରରେ, ଜଣେ ସଦସ୍ୟଙ୍କ ପାଇଁ ଯେଉଁ ନାମ ବାପା ଭାବରେ ରେକର୍ଡ କରାଯାଇଛି, ଠିକ୍ ସେହି ନାମକୁ ଅନ୍ୟ ଜଣେ ସଦସ୍ୟଙ୍କ ପାଇଁ ମା’ ଭାବରେ ଦର୍ଶାଯାଇଛି । ଏହି ତ୍ରୁଟି ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ଯେ, ଏହା ଡାଟା ମାଇଗ୍ରେସନ୍ ସମୟର ଯାନ୍ତ୍ରିକ ତ୍ରୁଟି ନା ଜାଣିଶୁଣି କରାଯାଇଥିବା କୌଣସି ଭୁଲ୍ ଏଣ୍ଟ୍ରି ତାହାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । 

ଅଧିକ ପଢ଼ନ୍ତୁ : ୩୪ ଲକ୍ଷ ଆଧାର କାର୍ଡଧାରୀ ମୃତ! ପଶ୍ଚିମବଙ୍ଗରୁ ଆସିଲା ସାଂଘାତିକ ଘଟଣା

ଏସଆଇଆର ଯାଞ୍ଚ ସମୟରେ ୧୧ ଲକ୍ଷ ୯୫ ହଜାର ୨୩୦ଟି ଏଭଳି ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ବାପାଙ୍କ ବୟସ ପୁଅ ତୁଳନାରେ ମାତ୍ର ୧୫ ବର୍ଷ କିମ୍ବା ତା’ଠାରୁ କମ୍ ଅଧିକ ଥିବା ଦର୍ଶାଯାଇଛି ।  ସାମାଜିକ ଦୃଷ୍ଟିରୁ ଦେଖିଲେ ଏହା ଏକପ୍ରକାର ଅସମ୍ଭବ । ବିଶେଷଜ୍ଞଙ୍କ ମତରେ, ଏତେ ବଡ଼ ସଂଖ୍ୟାରେ ବୟସଗତ ତ୍ରୁଟି ପରିଲକ୍ଷିତ ହେବା ଭୋଟର ତାଲିକା ପ୍ରସ୍ତୁତି ଏବଂ ନବୀକରଣ ପ୍ରକ୍ରିୟାରେ ଥିବା ଗମ୍ଭୀର ଅବହେଳାକୁ ପଦାରେ ପକାଇଛି । ଜାତୀୟ ମିଡିଆରେ ଏହାକୁ ନେଇ ଖୁବ ଚର୍ଚ୍ଚା ହେଉଛି । ସୂଚନା ଅନୁଯାୟୀ, ସାମ୍ନାକୁ ଆସିଥିବା ଏହି ତଥ୍ୟ ଏକ ବଡ଼ ଗଡ଼ବଡ଼ ଆଡ଼କୁ ଇଙ୍ଗିତ କରୁଛି । ସନ୍ଦେହ କରାଯାଉଛି ଯେ, ହୁଏତ ଜଣେ ବ୍ୟକ୍ତିଙ୍କ ପରିଚୟକୁ ବ୍ୟବହାର କରି ଏକାଧିକ ଭୋଟରଙ୍କ ନାମ ତାଲିକାଭୁକ୍ତ କରାଯାଇଛି । ସେପଟେ ଏହି ପ୍ରକ୍ରିୟାକୁ ବିରୋଧ କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe