ସମ୍ବଲପୁର ଜିଲ୍ଲା କ୍ରୀଡ଼ା ସଂଘରେ ବଡ଼ ଦୁର୍ନୀତି, ୧୦ ଲକ୍ଷ ଟଙ୍କାର ମିଳୁନି ହିସାବ

Advertisment

ନଭେମ୍ବର ୨୦୨୧ରୁ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ  କ୍ରୀଡ଼ା ସଂଘର ଆକାଉଣ୍ଟରୁ ୭ ଲକ୍ଷ ୧୬ ହଜାର ୨୫୦ ଟଙ୍କା ଉଠାଯାଇଛି । ଚେକ୍ ମାଧ୍ୟମରେ ଏ ଟଙ୍କା ଉଠାଯାଇଛି, କିନ୍ତୁ କେଉଁଠି ଖର୍ଚ୍ଚ ହୋଇଛି ତାହା ଜାଣିନଥିବା କହୁଛନ୍ତି ସମ୍ବଲପୁର ଜିଲ୍ଲା କ୍ରୀଡ଼ା ସମ୍ପାଦକ ସୁନୀଲ ସାହୁ । ସେହିପରି ଷ୍ଟାଡିୟମ ପରିସରର କିଛି ଅଂଶକୁ ଭଡ଼ାରେ ନେଇଥିବା ଏକ ସଂସ୍ଥାର ଗୋଟିଏ ବର୍ଷର ଭଡ଼ା ମଧ୍ୟ କାହା ପାଖରେ ଅଛି ଜଣାପଡ଼ୁନି ।

a2

କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲା କ୍ରୀଡ଼ା ସଂଘରେ ବଡ଼ ଦୁର୍ନୀତି । ୧୦ ଲକ୍ଷ ଟଙ୍କାର ମିଳୁନି ହିସାବ । ଟଙ୍କା ତ ଉଠାଯାଇଛି, ମାତ୍ର କିଏ ଉଠାଇଛି, କେଉଁ ବାଟରେ ଖର୍ଚ୍ଚ ହୋଇଛି ସେ ନେଇ କାହାରି ପାଖେ ନାହିଁ ସୂଚନା । 

ଅଧିକ ପଢ଼ନ୍ତୁ : ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ କସରତ; ସମ୍ବଲପୁରରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ

ନଭେମ୍ବର ୨୦୨୧ରୁ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ  କ୍ରୀଡ଼ା ସଂଘର ଆକାଉଣ୍ଟରୁ ୭ ଲକ୍ଷ ୧୬ ହଜାର ୨୫୦ ଟଙ୍କା ଉଠାଯାଇଛି । ଚେକ୍ ମାଧ୍ୟମରେ ଏ ଟଙ୍କା ଉଠାଯାଇଛି, କିନ୍ତୁ କେଉଁଠି ଖର୍ଚ୍ଚ ହୋଇଛି ତାହା ଜାଣିନଥିବା କହୁଛନ୍ତି ସମ୍ବଲପୁର ଜିଲ୍ଲା କ୍ରୀଡ଼ା ସମ୍ପାଦକ ସୁନୀଲ ସାହୁ । ସେହିପରି ଷ୍ଟାଡିୟମ ପରିସରର କିଛି ଅଂଶକୁ ଭଡ଼ାରେ ନେଇଥିବା ଏକ ସଂସ୍ଥାର ଗୋଟିଏ ବର୍ଷର ଭଡ଼ା ମଧ୍ୟ କାହା ପାଖରେ ଅଛି ଜଣାପଡ଼ୁନି । ସୁନୀଲ ୨୮ ନଭେମ୍ବର ୨୦୨୧ରେ ନିର୍ବାଚିତ ହୋଇଥିଲେ ମଧ୍ୟ ୨୯ ଏପ୍ରିଲ ୨୦୨୨ରେ ଦାୟିତ୍ବ ଗ୍ରହଣ କରିଥିଲେ । ତେବେ ଏ ୫ ମାସ ମଧ୍ୟରେ ସବୁ କାରସାଦି ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ : ନୂଆବର୍ଷରେ ନୂଆ ରେକର୍ଡ; ସମ୍ବଲପୁରରେ ରେଡ୍ ଜୋନ୍‌ ଛୁଇଁଲା AQI

 କ୍ରୀଡ଼ା ସଂଘରେ ବହୁ ଦୁର୍ନୀତି ହୋଇଥିବା ଓ ତାର ହିସାବ ନଥିବା ଅଭିଯୋଗ କରିଛନ୍ତି କ୍ରୀଡ଼ା ସମୀକ୍ଷକ ସାବିର ହୁସେନ । ପୂର୍ବରୁ ଅଡିଟ୍‌ ହେଉଥିଲା କିନ୍ତୁ ଏବେ ଅଡିଟ୍ ହେଉନାହିଁ । କେତେ ଟଙ୍କା କେଉଁଠି ଖର୍ଚ୍ଚ ହେଉଛି ତାର ହିସାବ ମିଳୁନଥିବା କହିଛନ୍ତି ସାବିର । ଏପଟେ ବିଜେପି ନେତା ମାନସ ବକ୍ସି କହିଛନ୍ତି ଏହାର ତଦନ୍ତ କରାଯାଉ, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ନିଆଯାଉ। ଏପଟେ ନିଜେ ଜିଲ୍ଲାପାଳ ସଂଘର ସଭାପତି ଥିବା ବେଳେ ଏ ୧୦ ଲକ୍ଷ ଟଙ୍କା ବାବଦରେ ଅବଗତ ଅଛନ୍ତି ନା ନାହିଁ ସେନେଇ ଉଠିଛି ପ୍ରଶ୍ନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe