କନକ ବ୍ୟୁରୋ : ମାଟ୍ରିମୋନିଆଲ ସାଇଟରୁ ବଡ଼ ଠକେଇ । ନିଜକୁ ଡାକ୍ତରର ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା ଠକକୁ ବାନ୍ଧିଛି ପୁଲିସ ।ଜଣେ ଯୁବତୀଙ୍କ ଅଭିଯୋଗକୁ ନେଇ ତଦନ୍ତ କରିଥିଲା ପାହାଳ ପୁଲିସ । ରଞ୍ଜୀବ ପ୍ରଧାନ ନାମକ ଅଭିଯୁକ୍ତ ଜଣକ, ନିଜକୁ ପ୍ରକାଶ ପ୍ରଧାନ ନାମରେ ଡାକ୍ତରର ପରିଚୟ ଦେଇ ତା' ଭାଇ ତୁଷାର ପ୍ରଧାନର ବାହାଘର ପାଇଁ ପ୍ରସ୍ତାବ ପକାଉ ଥିଲା ଓ ହେଲେ ଅଭିଯୁକ୍ତ ରଞ୍ଜୀବ ନିଜେ ଫୋନରେ ପ୍ରକାଶ ବନି ଯାଉଥିଲା। ନିଜର ପେଟ୍ରୋଲ ପମ୍ପ ପାଇଁ ୫ ଲକ୍ଷ, ସ୍ୱାସ୍ଥ୍ୟ ବାବଦକୁ ଟଙ୍କା ଓ ବିଭିନ୍ନ ପର୍ଯ୍ୟାୟରେ ୨୨ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛି । ତେଵେ ମାଟ୍ରିମୋନିଆଲ ସାଇଟରେ ଯୁବତୀଙ୍କୁ ଟ୍ରାପ କରି ଏହିଭଳି କେତେ ଯୁବତୀଙ୍କୁ ଠକିଛି ସେନେଇ, ଖୋଳତାଡ଼ ଆରମ୍ଭ କରିଛି ପୁଲିସ।
ଅଧିକ ପଢ଼ନ୍ତୁ : ମାଟ୍ରିମୋନିଆଲ୍ ସାଇଟ୍ ଦେଖି ବାଛିଥିଲେ ବର , ବିଶ୍ବାସରେ ଦେଲା ବିଷ । ସୁନାର ଖଣି ଅଛି କହି ଠକିନେଲା ୧୩ ଲକ୍ଷ
ଏ ଘଟଣା ନୂଆ ନୁହେଁ, ଦୈନିକ ସାଇବର ଠକମାନେ କୋଟି କୋଟି ଟଙ୍କା ଲୁଟି ନେଉଥିବାର ଖବର ଗଣମାଧ୍ୟମ ସହ ସୋସିଆଲ ମିଡ଼ିଆରେ ପ୍ରକାଶ ପାଉଛି । ଏନେଇ ପୁଲିସ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟାଙ୍କର ସାଇବର ବିଭାଗ ତରଫରୁ ଲୋକମାନଙ୍କୁ ସଚେତନ କରାଯାଉଛି । ତଥାପି ମଣିଷ ଲୋଭରେ ପଡ଼ି ଏଭଳି ଠକାମୀରେ ଶିକାର ହେଉଛନ୍ତି । ଯେପର୍ଯ୍ୟନ୍ତ ମଣିଷ ନିଜେ ସଚେତନ ହୋଇନାହାଁନ୍ତି ସେପର୍ଯ୍ୟନ୍ତ ନା ସରକାର ନା ବିତ୍ତିୟ କାରବାର କରୁଥିବା ସଂସ୍ଥାମାନେ ସାଇବର ଠକଙ୍କୁ ରୋକିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/15/cyber-2026-01-15-16-18-30.jpg)