ଆଜିକାଲି ଝିଅ,ପୁଅଙ୍କ ବିବାହ ପାଇଁ ଆଉ ବାପା,ମା’ଙ୍କୁ ଟେନସନ୍ ନେବାକୁ ପଡୁନି । ଲଭ୍ ମ୍ୟାରେଜ୍ କଲେ ତ ଠିକ୍ ନହେଲେ ଆରେଞ୍ଜ ମ୍ୟାରେଞ୍ଜ ପାଇଁ ବି ଆଉ ମଧ୍ୟସ୍ଥିଙ୍କ ଆବଶ୍ୟକତା ପଡୁନାହିଁ । ଏବେ ମଣିଷ ଜାଗା ନେଇଛି ଡିଜିଟାଲ୍ ମଧ୍ୟସ୍ଥି ଅର୍ଥାତ୍ ମ୍ୟାରେଜ୍ ମାଟ୍ରିମୋନିଆଲ୍ ସାଇଟ୍ । ମନଲାଖି ବର ସାଙ୍ଗକୁ ଘର ସବୁର ସୁବିଧା ଯୋଗାଇ ଦେଉଛି ଏହି ସାଇଟ୍ । କିଏ କିଏ ନିଜ ପସନ୍ଦରେ ସଠିକ୍ ବରପାତ୍ରର ଚୟନ କରି ଘରସଂସାର କରୁଛନ୍ତି ତ ଆଉ କାହା ଭାଗ୍ୟ ହିଁ ଖରାପ ପଡୁଛି । ବର୍ତ୍ତମାନ କିଛି ଏମିତି ହିଁ ରାକେଟ୍ ଏବେ ମାଟ୍ରିମୋନିଆଲ୍ ସାଇଟରେ ଦେଖିବାକୁ ମିଳୁଛନ୍ତି । ସ୍ବଳ୍ପରେ କହିବାକୁ ଗଲେ ଠକଙ୍କ ଆଡ୍ଡା ପାଲଟିଛି ଏହି ସାଇଟ୍ । ଆଗରୁ ଅନେକ କନ୍ୟା ଏହି ଠକଙ୍କ ଜାଲରେ ଫସିଥିବା ବେଳେ ବର୍ତ୍ତମାନ ଏମିତି ଆଉ ଏକ ଖବର ଆସୁଛି ଗୁଜରାତ ଅହମ୍ମଦାବାଦର ବେଜଲପୁରରୁ ।
/kanak/media/media_files/2025/01/30/kVUU6g459WtGaIfoaTEI.png)
ବେଜଲପୁରର ସଫ୍ଟୱେଆର୍ ଡେଭଲପର୍ ଯୁବତୀ ବିବାହ ପାଇଁ ମ୍ୟାରେଜ୍ ମାଟ୍ରିମୋନିଆଲ୍ ୱେବସାଇଟରେ ନିଜର ଆକାଉଣ୍ଟ୍ ଖୋଲିଲେ । ସାଇଟରେ ଜଣେ ଯୁବକଙ୍କୁ ଜୀବନସାଥୀ ପାଇଁ ସେ ପସନ୍ଦ ମଧ୍ୟ କଲେ । କିନ୍ତୁ ଯୁବତୀଙ୍କ ଆଶା ଆଶାରେ ହିଁ ରହିଗଲା । ଠକ ଯୁବକ ଜଣକ ଯୁବତୀଙ୍କ ବିଶ୍ବାସଭାଜନ ହୋଇ ୧୩.୨୦ ଲକ୍ଷ ଟଙ୍କାର ଠକାମୀ କଲେ । ଧୋକାର ଶିକାର ହୋଇ ଯୁବତୀଜଣକ ଉକ୍ତ ଠକଙ୍କ ବିରୋଧରେ ବେଜଲପୁର ଥାନାରେ ଏତଲା ଦେଲେ ।
/kanak/media/media_files/2025/01/30/BnDLQiv1lDlAi14A9rhH.png)
ଯୁବତୀଙ୍କ କହିବାନୁସାରେ , ସେ ୨ ବର୍ଷ ହେବେ ଏକ ଘରୋଇ କମ୍ପାନୀରେ ସିନିଅର୍ ସଫ୍ଟୱେଆର୍ ଡେଭଲପର୍ ରୂପେ ୱାର୍କ ଫ୍ରମ୍ ହୋମରେ ଚାକିରି କରୁଛନ୍ତି ଏବଂ ନିଜ ପିତାମାତାଙ୍କ ସହ ରହୁଛନ୍ତି । ବିବାହ ପାଇଁ ଘରେ ଜିଦ୍ ଧରିବାରୁ ସେ ଏକ ନାମୀଦାମୀ ମାଟ୍ରିମୋନିଆଲ୍ ସାଇଟରେ ନିଜର ଆକାଉଣ୍ଟ୍ ଖୋଲି ଯୁବକଙ୍କ ଆଇଡି ଚେକ୍ କରିଆସୁଥିଲେ । ସାଇଟରୁ ସେୟଦ୍ ରେହାନ୍ ନାମକ ଜଣେ ଯୁବକଙ୍କ ପ୍ରୋଫାଇଲ୍ ତାଙ୍କୁ ପସନ୍ଦ ଆସିଥିଲା। ଏହାପରେ ସେ ଯୁବକଙ୍କ ସହ ଚାଟ୍ କରିବା ଆରମ୍ଭ କରିଥିଲେ । କିଛି ଦିନ ପରେ ହ୍ବାଟସଆପରେ ଦୁହିଁଙ୍କ ଚାଟ୍ ଆରମ୍ଭ ହେଲା । କଥାବାର୍ତ୍ତା ବେଳେ ଯୁବକ ୟୁଏସଏରେ ରହୁଥିବା ଏବଂ ସାଉଥ୍ ଆଫ୍ରିକାରେ ତାଙ୍କର ଏକ ସୁନାର ଖଣି ଥିବା କଥା କହିଥିଲେ । ଦୁହିଁଙ୍କ ମଧ୍ୟରେ ସଂପର୍କ ଏତେ ଗଭୀର ହେଲା ଯେ ଯୁବକ ତାଙ୍କ ପିତାଙ୍କ ସହ ମଧ୍ୟ ଯୁବତୀଙ୍କ ପରିଚୟ କରାଇଥିଲେ । ଏମିତିକି ଜନ୍ମଦିନରେ ଅନଲାଇନ୍ ବୁକେ ମଧ୍ୟ ପଠାଇଥିଲେ । ଆଉ ଏହିଠାରୁ ଆରମ୍ଭ ହୋଇଥିଲା ଠକ ବରର ଠକାମୀର କାହାଣୀ ।
କେତେବେଳେ ଭାରତରେ କାହାକୁ ଟଙ୍କା ଦେବା କଥା କହି ୫ ଲକ୍ଷ , ତ ଆଉ କେତେବେଳେ ଦୁର୍ଘଟଣା ହୋଇଛି କାର୍ଡ କାମ କରୁନି କହି ୮.୨୦ ଲକ୍ଷ ଟଙ୍କା ଯୁବତୀଙ୍କଠାରୁ ନେଇଥିଲା ଏ ଠକ ଯୁବକ । ଟଙ୍କା ଫେରସ୍ତ ମାଗିବାରୁ ଅନେକ ବାହାନା କରିବା ସହ ଭାରତ ଆସି ଟଙ୍କା ଫେରାଇ ଦେବାକୁ କହୁଥିଲା ରେହାନ୍ । ୨୦୨୫ ରେ ଚଣ୍ଡିଗଡ଼ ଆସି ଟଙ୍କା ଫେରସ୍ତ ଏବଂ ଦେଖା କରିବାର ଆଶା ଦେଖାଇ ଯୁବକ ଜଣକ ଯୁବତୀଙ୍କୁ ଭୁଆଁ ବୁଲାଇଥିଲା । ଏହାହିଁ ବିବାହ ପାଇଁ ଠିକ୍ ସମୟ ଭାବି ରେହାନର ଠିକଣା ମାଗିଥିଲେ ଯୁବତୀ । ହେଲେ ରେହାନ୍ ଅଚାନକ କଥାବାର୍ତ୍ତା ବନ୍ଦ କରିଦେଇଥିଲା । ବିଶ୍ବାସ କରିଥିବା ମଣିଷଟି ଧୋକେବାଜ୍ ବାହାରିଲା ବୋଲି ଯୁବତୀ ଜଣକ ଜାଣିସାରିଥିଲେ । ଶେଷରେ ଭାଗ୍ୟକୁ ନିନ୍ଦି ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି ଯୁବତୀଙ୍କ ପରିବାର । ଏମିତି କାହାକୁ ଆଖି ବନ୍ଦ କରି ବିଶ୍ବାସ ନ କରିବାକୁ ମଧ୍ୟ ଯୁବତୀ ପରାମର୍ଶ ଦେଇଛନ୍ତି ।