ଶ୍ରୀମନ୍ଦିରରେ ସନ୍ଧ୍ୟାରେ ବଡ଼ ମହାସ୍ନାନ; ଭିତରକାଠ ନିକଟରେ ଭକ୍ତ ବାନ୍ତି କରିବାରୁ ଦେଢ଼ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

Advertisment

ମଧ୍ୟାହ୍ନ ଧୂପ ପରେ ଭିତର କାଠ ଦର୍ଶନ ଚାଲିଥିବା ବେଳେ ମହାସ୍ନାନ ହୋଇଛି । ଫଳରେ ପ୍ରାୟ ଦେଢ଼ଘଣ୍ଟା କାଳ ସର୍ବସାଧାରଣ ଦର୍ଶନ ବ୍ୟାଘାତ ହେବ । ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ଅହେତୁକ ବିଳମ୍ବ ହୋଇଛି । ସନ୍ଧ୍ୟା ୬ଟା ୧୫ରେ ମହାପ୍ରସାଦ ପାଇଛନ୍ତି ଭକ୍ତ ।

ମଧ୍ୟାହ୍ନ ଧୂପ ପରେ ଭିତର କାଠ ଦର୍ଶନ ଚାଲିଥିବା ବେଳେ ମହାସ୍ନାନ ହୋଇଛି । ଫଳରେ ପ୍ରାୟ ଦେଢ଼ଘଣ୍ଟା କାଳ ସର୍ବସାଧାରଣ ଦର୍ଶନ ବ୍ୟାଘାତ ହେବ । ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ଅହେତୁକ ବିଳମ୍ବ ହୋଇଛି । ସନ୍ଧ୍ୟା ୬ଟା ୧୫ରେ ମହାପ୍ରସାଦ ପାଇଛନ୍ତି ଭକ୍ତ ।

srimandir

Photograph: (kanaknews)

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ବଡ ମହାସ୍ନାନ । ଭିତର କାଠ ନିକଟରେ ବାନ୍ତି ପଡ଼ିଥିବାରୁ ହେଲା ମହାସ୍ନାନ ନୀତି । ମଧ୍ୟାହ୍ନ ଧୂପ ପରେ ଭିତର କାଠ ଦର୍ଶନ ଚାଲିଥିବା ବେଳେ ମହାସ୍ନାନ ହୋଇଛି । ଫଳରେ ପ୍ରାୟ ଦେଢ଼ଘଣ୍ଟା କାଳ ସର୍ବସାଧାରଣ ଦର୍ଶନ ବ୍ୟାଘାତ ହେବ । ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ଅହେତୁକ ବିଳମ୍ବ ହୋଇଛି । ସନ୍ଧ୍ୟା ୬ଟା ୧୫ରେ ମହାପ୍ରସାଦ ପାଇଛନ୍ତି ଭକ୍ତ ।

ଅଧିକ ପଢ଼ନ୍ତୁ : ଶ୍ରମିକଙ୍କୁ ଲୁଟିନେଲେ ଦଲାଲ; ବଞ୍ଚି ଥାଉଥାଉ ମାରିଦେଲେ !

ଆଜି ସକାଳ ୭ଟାରେ ଦ୍ୱାରଫିଟା ନୀତି ହୋଇ ଅନ୍ୟାନ୍ୟ ନୀତି ବଢିବା ପରେ ସକାଳଧୂପ ୧୧.୦୫ ରେ ହେବାପରେ ଭୋଗମଣ୍ଡପ ଅପରାହ୍ନ ଗୋଟାଏ ୧୯ରେ ଉଠିଥିଲା । ତା ପରଠାରୁ ନୀତି ବିଳମ୍ବ ଦେଖାଦେଇଥିଲା । ପ୍ରଥମ ଭୋଗମଣ୍ଡପ ଉଠିବା ପରେ ମହାପ୍ରଭୁଙ୍କ ମଇଲମ ହୋଇ ବେଶ ହେବାପରେ ପୁର୍ନବାର ମହାପ୍ରଭୁଙ୍କ ପାଖରେ ଭୋଗ ହୋଇଥାଏ । ଏହାପରେ ଶ୍ରଦ୍ଧାଳୁ ମାନେ ମହାପ୍ରସାଦ ପାଇଥାନ୍ତି । କିନ୍ତୁ କିଛି ସେବକମାନଙ୍କ ଅସହଯୋଗ ଓ ଭିଆଇପି ମାନଙ୍କୁ ଜୟ ବିଜୟ ଦ୍ୱାର ପଟେ ଦର୍ଶନ ପାଇଁ ବିବାଦ ଦେଖାଦେଇଥିଲା । ଫଳରେ ଭକ୍ତମାନେ ପ୍ରାୟ ୪ଘଣ୍ଟା ଅବଢା ପାଇବାରୁ ବଞ୍ଚିତ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe