ଚତୁର୍ଥ ଦିନରେ ଉତ୍କଳ ବିଲ୍‌ଡର୍ସରେ ଚଢ଼ାଉ ଜାରି: ଆକାଉଣ୍ଟାଣ୍ଟ ୪ ନିର୍ଦ୍ଦେଶକଙ୍କୁ ମୁହାଁମୁହିଁ ଜେରା

ଚାରି ଦିନ ଧରି ଚାଲିଛି ଆୟକର ଚଢ଼ାଉ । ଭୁବନେଶ୍ବରର ୧୧ଟି କାର୍ଯ୍ୟାଳୟ ଓ କଲିକତା ସ୍ଥିତ ୩ଟି କାର୍ଯ୍ୟାଳୟରେ ଚାଲିଛି ଚଢ଼ାଉ । ଆଉ ଏହି ଚଢ଼ାଉରେ ବହୁ ଜରୁରୀ ଦସ୍ତାବିଜ, ବସ୍ତା ବସ୍ତା କାଗଜ ପତ୍ର ଜବତ କରିଛନ୍ତି ଆଇଟି ଅଧିକାରୀ । 

19

Utkal Builders Photograph: (KanakNews)

କନକ ବ୍ୟୁରୋ: ଉତ୍କଳ ବିଲଡର୍ସରେ ବଡ଼ ଧରଣର ଠକେଇ ଅଭିଯୋଗ । ଚାରି ଦିନ ଧରି ଚାଲିଛି ଆୟକର ଚଢ଼ାଉ । ଭୁବନେଶ୍ବରର ୧୧ଟି କାର୍ଯ୍ୟାଳୟ ଓ କଲିକତା ସ୍ଥିତ ୩ଟି କାର୍ଯ୍ୟାଳୟରେ ଚାଲିଛି ଚଢ଼ାଉ । ଆଉ ଏହି ଚଢ଼ାଉରେ ବହୁ ଜରୁରୀ ଦସ୍ତାବିଜ, ବସ୍ତା ବସ୍ତା କାଗଜ ପତ୍ର ଜବତ କରିଛନ୍ତି ଆଇଟି ଅଧିକାରୀ । 

ଇଞ୍ଜିନିୟରିଂ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା, କଲେଜରେ ଛାତ୍ରଙ୍କ ଭଙ୍ଗାରୁଜା

ସୂଚନା ମିଳିଛି, ଆକାଉଣ୍ଟାଣ୍ଟଙ୍କ ସମେତ୍ ନିର୍ଦ୍ଦେଶକ ସମେତ ୪ ଜଣଙ୍କ ବୟାନ ରେକର୍ଡ କରିଛି ଆୟକର ବିଭାଗ । ଆଜି ୪ ନିର୍ଦ୍ଦେଶକ ଓ ଆକାଉଣ୍ଟାଣ୍ଟଙ୍କୁ ମୁହାଁମୁହିଁ ଜେରା କରାଯିବ । ସଂସ୍ଥାର ନିର୍ଦ୍ଦେଶକ ପ୍ରକାଶ ଭୁରା ଓ ତାଙ୍କ ଭାଇ ରାକେଶ ଭୁରା, ଶରଦ ବୈଦ ଓ ତାଙ୍କ ଭାଇ ସନ୍ଦୀପ ବୈଦଙ୍କ ସହ ଆକାଉଣ୍ଟାଣ୍ଟ ପ୍ରସନ୍ନ ବେହେରାଙ୍କୁ ମୁହାଁମୁହିଁ ଜେରା କରାଯିବ ।  

ଉତ୍କଳ ବିଲଡର୍ସରେ ଆୟକର ଠକେଇ?
ଆକାଉଣ୍ଟାଣ୍ଟ ଖୋଲିବେ କି କେଳେଙ୍କାରୀ ସତ?
ବସ୍ତା ବସ୍ତା ଦସ୍ତାବିଜ୍‌ ଖୋଲିବ କି ଗୁମର?
ଠକେଇ ପଛରେ କିଏ କିଏ ସମ୍ପୃକ୍ତ? 
କେମେତି ଠକେଇ ଜାଣି ପାରିଲେନି ଆୟକର ବିଭାଗ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe