କନକ ବ୍ୟୁରୋ : ଶ୍ରୀମନ୍ଦିର ନିକଟରେ ବଡଧରଣର ଅଗ୍ନିକାଣ୍ଡ । ଶ୍ରୀମନ୍ଦିର ନିକଟରେ ଥିବା ଶ୍ରୀଦାଣ୍ଡର ଏକ ଇଲେକ୍ଟ୍ରି ଟ୍ରାନସଫରମରରେ ନିଆଁ ଲାଗିବାରୁ ବଡଧରଣର ଅଗ୍ନିକାଣ୍ଡ ଘଟିଛି । ରବିବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଦୁଇଟି ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିଛନ୍ତି । ପ୍ରାୟ ଏକଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଟ୍ରାନସଫରମରରେ ନିଆଁ ଲାଗି ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ସବୁବେଳେ ଶ୍ରୀଦାଣ୍ଡ ଅନ୍ଧାରିଆ ହୋଇଥିବାରୁ ଏହାର ସୁଯୋଗ ନେଇ କିଛି ନିଶାଖୋର ଯୁବକମାନେ ସିଗାରେଟ୍ କିମ୍ବା ବିଡି ଖାଇ ଫୋପାଡି ଦେବାରୁ ଟ୍ରାନସଫରମରରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

Advertisment

ଅଧିକ ପଢନ୍ତୁ : ରାଜଧାନୀର ୧ ନମ୍ବର ହାଟରେ ଅଗ୍ନିକାଣ୍ଡ

ତେବେ ଟ୍ରାନସଫରମରଟି ସମ୍ପୂର୍ଣ୍ଣ ଭାବେ ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ ନିଆଁ କୌଣସି ଇଲେକ୍ଟ୍ରି ତାରକୁ କବଳିତ କରିବା ପୂର୍ବରୁ ସ୍ଥାନୀୟ ଲୋକମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଦୁଇଟି ଗାଡି ପହଞ୍ଚି ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରିଥିଲେ । ତେବେ କେହିକେହି ସକସର୍କିଟ ଯୋଗୁଁ ଟ୍ରାନସଫରମରରେ ନିଆଁ ଲାଗିଥିବା କହିଥିବା ବେଳେ ଅନ୍ଧାରର ସୁଯୋଗ ନେଇ ନିଶାସକ୍ତ ଯୁବକ ମାନେ ଜଳନ୍ତା ସିଗାରେଟ୍ ଫୋପାଡିବାରୁ ବଡଧରଣର ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ କଣ ତାହା ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।