କନକବ୍ୟୁରୋ  : ଭୁବନେଶ୍ବର ଝାରପଡ଼ା ନୀଳପଦ୍ମ ଆପର୍ଟମେଣ୍ଟରେ ଅଗ୍ନିକାଣ୍ଡ। ଫସିରହିଥିଲେ ବୃଦ୍ଧ ଦମ୍ପତ୍ତି ।  ଆଜି ଅପରାହ୍ଣରେ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟି ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଫଳରେ ଆପାର୍ଟମେଣ୍ଟରେ ଥିବା ବୃଦ୍ଧ ଦମ୍ପତ୍ତି ଫସି ରହିଥିଲେ । ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି ।  ନିଆଁ ଲାଗିବା କାରଣରୁ ଆପାର୍ଟମେଣ୍ଟର ୨ଟି ଫ୍ଲାଟ୍‌ ହୁତୁହୁତୁ ହୋଇ ଜଳିଯାଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଫ୍ଲାଟରୁ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି । ୨ ଜଣଙ୍କୁ ଆହତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। … 

Advertisment