୧୫ ନା’ ୧୬ ? କେଉଁ ତାରିଖରେ ପଡୁଛି ମହାଶିବରାତ୍ରି ?

Advertisment

କିଛି ପୌରାଣିକ ମାନ୍ୟତା ଅନୁସାରେ ହିମାଳୟ ପୁତ୍ରୀ ମାତା ପାର୍ବତୀଙ୍କର ଏହି ଦିନ ଶିବଶମ୍ଭୁଙ୍କ ସହ ବିବାହ ସ୍ଥିର ହୋଇଥିଲା । ଏହି ଦିନ ମହାଦେବଙ୍କ ଉପାସନା କଲେ ବ୍ୟକ୍ତି ଜୀବନରେ ସବୁ ସୁଖ,ସମୃଦ୍ଧି,ବୈଭବ ପ୍ରାପ୍ତ କରିପାରେ ବୋଲି ବିଶ୍ବାସ ରହିଛି ।

କିଛି ପୌରାଣିକ ମାନ୍ୟତା ଅନୁସାରେ ହିମାଳୟ ପୁତ୍ରୀ ମାତା ପାର୍ବତୀଙ୍କର ଏହି ଦିନ ଶିବଶମ୍ଭୁଙ୍କ ସହ ବିବାହ ସ୍ଥିର ହୋଇଥିଲା । ଏହି ଦିନ ମହାଦେବଙ୍କ ଉପାସନା କଲେ ବ୍ୟକ୍ତି ଜୀବନରେ ସବୁ ସୁଖ,ସମୃଦ୍ଧି,ବୈଭବ ପ୍ରାପ୍ତ କରିପାରେ ବୋଲି ବିଶ୍ବାସ ରହିଛି ।

MahaShivratri

MahaShivratri Photograph: (KanakNews)

କନକ ବ୍ୟୁରୋ : ହିନ୍ଦୁ ପରମ୍ପରାରେ ଫାଲଗୁନ ମାସରେ ପଡ଼େ ମହାଶିବରାତ୍ରି । ପଞ୍ଚାଙ୍ଗ ଅନୁସାରେ ପ୍ରତିବର୍ଷ ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପବିତ୍ର ଶିବରାତ୍ରି ପାଳନ କରାଯାଏ । ମାନ୍ୟତା ରହିଛି କି ଏହି ଶୁଭ ସମୟରେ ଦେବାଧିଦେବ ମହାଦେବ ଧରାପୃଷ୍ଠରେ ପ୍ରକଟ ହୋଇଥିଲେ । କିଛି ପୌରାଣିକ ମାନ୍ୟତା ଅନୁସାରେ ହିମାଳୟ ପୁତ୍ରୀ ମାତା ପାର୍ବତୀଙ୍କର ଏହି ଦିନ ଶିବଶମ୍ଭୁଙ୍କ ସହ ବିବାହ ସ୍ଥିର ହୋଇଥିଲା । ଏହି ଦିନ ମହାଦେବଙ୍କ ଉପାସନା କଲେ ବ୍ୟକ୍ତି ଜୀବନରେ ସବୁ ସୁଖ,ସମୃଦ୍ଧି,ବୈଭବ ପ୍ରାପ୍ତ କରିପାରେ ବୋଲି ବିଶ୍ବାସ ରହିଛି । ଶିବରାତ୍ରି ଦିନ ବ୍ରତ, ଉପବାସ ମନ୍ତ୍ର ଜପ ଏବଂ ରାତ୍ରି ଜାଗରଣ କରିବାର ବିଶେଷ ମହତ୍ତ୍ବ ରହିଛି ।  

ଆଗକୁ ପଢ଼ନ୍ତୁ : ଶନି ଏବଂ ରବି କାହିଁକି ନୁହେଁ ? କାହିଁକି ସୋମବାରକୁ ହିଁ ଶିବଙ୍କ ବାର ବୋଲି କୁହାଯାଏ ?

ଯଦିଓ ମହାଶିବରାତ୍ରିର ଯେକୌଣସି ପ୍ରହରରେ ଭକ୍ତ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ପୂଜା କରିପାରିବେ କିନ୍ତୁ ମଧ୍ୟରାତ୍ରି ରାତି ୧୧ଟାରୁ ୧ଟା ମଧ୍ୟରେ ମହାଦେବଙ୍କ ପୂଜା କରିବା ଅଧିକ ଶୁଭ ବୋଲି କୁହାଯାଇଛି । ଚଳିତ ବର୍ଷ ମହାଶିବରାତ୍ରି ୧୫ ଫେବୃଆରୀ ୨୦୨୬ ସୋମବାର ଦିନ ପାଳନ କରାଯିବ । ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମହାଶିବରାତ୍ରିର ଚତୁର୍ଦ୍ଦଶୀ ତିଥି ଫେବୃଆରୀ ୧୫ ତାରିଖ ସନ୍ଧ୍ୟା ୫:୦୪ ରେ ଆରମ୍ଭ ହେବ ଏବଂ ଫେବୃଆରୀ ୧୬ ତାରିଖ ସନ୍ଧ୍ୟା ୫:୩୪ ରେ ଶେଷ ହେବ । ତେଣୁ ଶିବରାତ୍ରି ଫେବୃଆରୀ ୧୫ ତାରିଖରେ ପାଳନ କରାଯିବ । ୧୬ ଫେବୃଆରୀ ସକାଳ ୬:୩୩ ରୁ ଅପରାହ୍ନ ୩:୧୦ ପର୍ଯ୍ୟନ୍ତ ଉପବାସ ଭାଙ୍ଗିବାର ସମୟ ରହିବ । 

ଫେବୃଆରୀ ୧୬ ତାରିଖ ଦିନ ରାତି ୧୨:୦୯ ରୁ ରାତି ୧:୦୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପୂଜାର ସମୟ ୧୫ ଫେବୃଆରି ସନ୍ଧ୍ୟା ୬:୧୧ ରୁ ରାତି ୯:୨୩ ପର୍ଯ୍ୟନ୍ତ ରହିବ । ଦ୍ୱିତୀୟ ପର୍ଯ୍ୟାୟ ପୂଜାର ସମୟ ଫେବୃଆରି ୧୫ ତାରିଖ ରାତି ୯:୨୩ ରୁ ଫେବୃଆରି ୧୬ ତାରିଖ ଦିନ ୧୨:୩୫ ପର୍ଯ୍ୟନ୍ତ ରହିବ । ତୃତୀୟ ପର୍ଯ୍ୟାୟ ପୂଜାର ସମୟ ୧୬ ଫେବୃଆରି ଦିନ ମଧ୍ୟାହ୍ନ ୧୨:୩୫ ରୁ ସକାଳ ୩:୪୭ ପର୍ଯ୍ୟନ୍ତ ରହିବ । ଚତୁର୍ଥ ପର୍ଯ୍ୟାୟ ପୂଜାର ସମୟ ଫେବୃଆରି ୧୬ ତାରିଖ ସକାଳ ୩:୪୭ ରୁ ୬:୫୯ ପର୍ଯ୍ୟନ୍ତ ରହିବ । ମହାଶିବରାତ୍ରିରେ ଭଗବାନ ଶିବଙ୍କୁ ଚାରିଥର ପୂଜା କରାଯାଏ । ରୁଦ୍ରାଭିଷେକ ପରେ ହୋମ କରାଯାଏ । ତା’ପରେ ପଞ୍ଚାମୃତରେ ଶିବଲିଙ୍ଗକୁ ଅଭିଷେକ ଏବଂ କେସର ମିଶ୍ରିତ ଜଳ ଅର୍ପଣ କରିବା ଦ୍ବାରା ପ୍ରଭୁଙ୍କ କୃପା ମିଳେ । ଏହାପରେ ସାରା ରାତି ଦୀପ ଜଳାଇ ମହାଦେବଙ୍କୁ ଆରାଧନା କରନ୍ତୁ । ଭଗବାନ ଶିବଙ୍କୁ ବେଲପତ୍ର, ଗଞ୍ଜେଇ, ଦୁଦୁରା, ଫଳ ଏବଂ ମିଠା ଅର୍ପଣ କରନ୍ତୁ । "ଓମ୍ ନମଃ ଶିବାୟ" ଏବଂ "ଓମ୍ ନମୋଃ ଭଗବତେ ରୁଦ୍ରାୟ ନମଃ" ମନ୍ତ୍ର ଜପ କରନ୍ତୁ । ଶିବରାତ୍ରିରେ ଶିବ ପୁରାଣ ପାଠ କରିବା ଏବଂ ସାରା ରାତି ଜାଗ୍ରତ ରହିବାକୁ ମଧ୍ୟ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି । 
 

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe