ଶୁଣାଣିରେ ସୀମିତ ମହାନଦୀ ଜଳ ବିବାଦ; ସମାଧାନର ବାଟ ଖୋଲିବ କେବେ ?

Advertisment

ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲରେ ୫୦ତମ ଶୁଣାଣି ସରିଛି । ହେଲେ ସମାଧାନ ପରିବର୍ତ୍ତେ ଓଡ଼ିଶାକୁ ପୁଣି ମିଳିଛି ନୂଆ ତାରିଖ । ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ପୁଣି ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ତେବେ ଶୁଣାଣି ପୂର୍ବରୁ ଟ୍ରିବ୍ୟୁନାଲର ଟିମ୍ କ୍ଷେତ୍ର ପରିଦର୍ଶନ କରିବ ।

ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲରେ ୫୦ତମ ଶୁଣାଣି ସରିଛି । ହେଲେ ସମାଧାନ ପରିବର୍ତ୍ତେ ଓଡ଼ିଶାକୁ ପୁଣି ମିଳିଛି ନୂଆ ତାରିଖ । ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ପୁଣି ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ତେବେ ଶୁଣାଣି ପୂର୍ବରୁ ଟ୍ରିବ୍ୟୁନାଲର ଟିମ୍ କ୍ଷେତ୍ର ପରିଦର୍ଶନ କରିବ ।

Mahanadi Water Dispute

Mahanadi Water Dispute Photograph: (Kanak News)

କନକ ବ୍ୟୁରୋ : ଏପଟେ ମହାନଦୀ ଶୁଖି ଶୁଖି ଯାଉଛି । ସେପଟେ ନ୍ୟାୟ ପାଇଁ ତାରିଖ ଘୁଞ୍ଚି ଘୁଞ୍ଚି ଯାଉଛି । ହେଲେ ଉଭୟ ଶାସକ-ବିରୋଧୀ ମହାନଦୀକୁ ନ୍ୟାୟ ଦେବାକୁ କେବଳ କାଦୁଅ ଫିଙ୍ଗା ରାଜନୀତିରେ ବ୍ୟସ୍ତ । ସମାଧାନ ପାଇଁ ଯେପରି କାହାର ଆନ୍ତରିକତା ନାହିଁ । ବିଜେପି ସରକାର ଆପୋଷ ଆଲୋଚନାରେ ସମାଧାନର ଆଶା ବାନ୍ଧି ବସିଥିବା ବେଳେ ପ୍ରଶ୍ନ ଉଠାଇଛି ବିରୋଧୀ ବିଜେଡି ।

ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲରେ ୫୦ତମ ଶୁଣାଣି ସରିଛି । ହେଲେ ସମାଧାନ ପରିବର୍ତ୍ତେ ଓଡ଼ିଶାକୁ ପୁଣି ମିଳିଛି ନୂଆ ତାରିଖ । ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ପୁଣି ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ତେବେ ଶୁଣାଣି ପୂର୍ବରୁ ଟ୍ରିବ୍ୟୁନାଲର ଟିମ୍ କ୍ଷେତ୍ର ପରିଦର୍ଶନ କରିବ । ମହାନଦୀର ସ୍ଥିତି କଣ ଓ ଉଭୟ ରାଜ୍ୟ କଣ ଚାହୁଛନ୍ତି ସେନେଇ ମତ ରଖିବ ଟ୍ରିବ୍ୟୁନାଲ ଟିମ୍ ।

ଅଧିକ ପଢ଼ନ୍ତୁ : ଆସନ୍ତାକାଲି ଟ୍ରିବ୍ୟୁନାଲରେ ହେବ ମହାନଦୀ ବିବାଦର ୫୦ତମ ଶୁଣାଣି, ତଥାପି ନ୍ୟାୟ ମିଳିବା ସମ୍ଭାବନା କ୍ଷୀଣ

ଅନ୍ୟପଟେ ନ୍ୟାୟିକ ଲଢେଇ ସହ ଆପୋଷ ଆଲୋଚନାରେ ସମାଧାନର ବାଟ ଖୋଜୁଛନ୍ତି ସରକାର । ପୂର୍ବ ସରକାର ମୁଣ୍ଡରେ ମହାନଦୀ ବିବାଦର ଅଠା ବୋଳି ରାଜସ୍ୱ ମନ୍ତ୍ରୀ । କହିଛନ୍ତି, ବିନା ଅସ୍ତ୍ରରେ ମହାନଦୀ ଯୁଦ୍ଧ ଲଢ଼ି ଓଡ଼ିଶାକୁ ଅପଦସ୍ତ କରିଥିଲା ବିଜେଡି । ଏବେ ଶେଷ ପର୍ଯ୍ୟନ୍ତ ବିଜେପି ସରକାର । କେନ୍ଦ୍ର ଓ ଛତିଶଗଡ଼ ସହ ଆଲୋଚନା କରି ବିବାଦର ସମାଧାନ କରିବୁ ।

ମହାନଦୀ ବିବାଦର ସମାଧନର ସୂତ୍ର ସରକାର ଖୋଜୁଥିବା ବେଳେ ବାଣ ମାରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଟ୍ରିବ୍ୟୁନାଲ ଶୁଣାଣିରେ ପକ୍ଷ ରଖିବାକୁ କାହିଁକି ଓଡ଼ିଶାର ଆଡଭୋକେଟ୍‌ ଜେନେରାଲ ଆସିଲେନି ? ମହାନଦୀର ସୁରକ୍ଷା ଠାରୁ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାମ କ’ଣ ଥିଲା ? ମହାନଦୀ ପାଇଁ ସରକାର କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି କହିଛନ୍ତି ନବୀନ ।

ଅନ୍ୟପଟେ ଏହାର ଜବାବ ରଖିଛନ୍ତି ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ । ୭ ବର୍ଷ ଧରି ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଶ୍ରାଦ୍ଧ କରି ମଧ୍ୟ ମହାନଦୀକୁ ନ୍ୟାୟ ଦେଇପାରିଲେନି । ଆପୋସ ଆଲୋଚନାରେ ସମାଧାନର ଦ୍ୱାରଦେଶରେ ପହଞ୍ଚିଥିବା ବେଳେ ନବୀନଙ୍କ ବୟାନକୁ ନୈରାଶ୍ୟଜନକ କହିଛନ୍ତି ପୀତାମ୍ବର ।

ଉଭୟ ଶାସକ-ବିରୋଧୀଙ୍କ ବୟାନବାଜି ଟ୍ରିବ୍ୟୁନାଲର ଭୂମିକାକୁ ସନ୍ଦେହ ଭିତରକୁ ଠେଲିଛି । ଏଭଳିସ୍ଥଳେ କ୍ଷେତ୍ର ପରିଦର୍ଶନ ପରେ ଟ୍ରିବ୍ୟୁନାଲ ଟିମ୍ ମହାନଦୀକୁ ନ୍ୟାୟ ଦେଇପାରିବ ତ ? ତାହା ସବୁଠୁ ବଡ ପ୍ରଶ୍ନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe