କନକ ବ୍ୟୁରୋ; ୪୯ ତମ ଶୁଣାଣି ସରିଛି, ଆସନ୍ତାକାଲି ଟ୍ରିବ୍ୟୁନାଲରେ ହେବ ୫୦ତମ ଶୁଣାଣି । ହେଲେ ଏ ଶୁଣାଣିରେ ମହାନଦୀକୁ ଯେ ନ୍ୟାୟ ମିଳିବ ତାହା ଏବେ ବି ସନ୍ଦିହାନ। ଉଭୟ ଶାସକ-ବିରୋଧୀ ମହାନଦୀକୁ ନେଇ କାଦୁଅ ଫିଙ୍ଗା ରାଜନୀତିରେ ବ୍ୟସ୍ତ । ହେଲେ ବାସ୍ତବତା ହେଉଛି, ମହାନଦୀ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି-ବିଜେଡି ।
ନ୍ୟାୟ ମାଗି ମାଗି ନୟାନ୍ତ ହେଲାଣି ମହାନଦୀ । ନ୍ୟାୟିକ ଲଢେଇରେ ୪୯ ଥର ଶୁଣାଣି ପରେ ବି ଫଳ ଶୂନ। ଶନିବାର ଟ୍ରିବ୍ୟୁନାଲରେ ହେବ ୫୦ତମ ଶୁଣାଣି। ଆଶା, ଆକାଂକ୍ଷା ଅନେକ ଅଛି, ହେଲେ ଫଳାଫଳ ଆସିବା ସମ୍ଭାବନା କ୍ଷୀଣ । କେବଳ ନୂଆ ତାରିଖ ନେଇ ଫେରିବ ଓଡ଼ିଶା । ଏଭଳି ସ୍ଥିତି ଗତ ୭ ବର୍ଷ ଧରି ରାଜ୍ୟବାସୀ ଦେଖୁଛନ୍ତି। ନୂଆ ସରକାର ଆସିବା ପରେ ଟ୍ରିବ୍ୟୁନାଲ ଅପେକ୍ଷା ଆପୋଷ ବୁଝାମଣା ପାଇଁ ଅଧିକ ତତ୍ପରତା ଦେଖାଇଛି । ହେଲେ ଛତିଶଗଡରେ ଥିବା ବିଜେପି ସରକାର ଏଥିପାଇଁ ସେତେଟା ଆନ୍ତରିକତା ଦେଖାଉନାହିଁ ।
ଅଧିକ ପଢନ୍ତୁ: ମହାନଦୀ ପାଣିକୁ ନେଇ ବିବାଦ : ଆଜି ଛତିଶଗଡ଼ ଯିବେ ଓଡ଼ିଶା ଟିମ୍
ମହାନଦୀ ବିବାଦ ଭିତରେ ଶାସକ ବିଜେପି ଉପରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା । ରୋକଠୋକ ପ୍ରଶ୍ନ ପଚାରି କହିଛନ୍ତି,
ଆପୋସ ଆଲୋଚନା କଥା କହି ସରକାର ଟ୍ରିବ୍ୟୁନାଲରୁ ଓହରିବାକୁ ଚେଷ୍ଟା କରୁଛନ୍ତି କି?
କାହିଁକି ଗତ ୩୦ରେ ଛତିଶଗଡ଼ ଗଲାନି ଉଚ୍ଚସ୍ତରୀୟ ଟିମ୍?
ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ହେଉନି କାହିଁକି?
ଛତିଶଗଡ଼ ବାଲି ବନ୍ଧ ନିର୍ମାଣ କରୁଛି, ଓଡ଼ିଶା ସରକାର କାହିଁକି ଚୁପ୍?
ଅନ୍ୟପଟେ ଏହାର କଡା ଜବାବ ରଖି ବିଧାନସଭାରେ ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ। ମହାନଦୀ ପାଇଁ ବିଜେଡି କ’ଣ କରିଛି, ତାହାର ଶ୍ବେତପତ୍ର ପ୍ରକାଶ କରୁ ବୋଲି ଦାବି କରିଛନ୍ତି ।
ମହାନଦୀ ବିବାଦର ସମାଧାନ ପାଇଁ କେବେ ବି ଏକସ୍ବର ହୋଇନାହାନ୍ତି ଶାସକ ଓ ବିରୋଧୀ । କେବଳ ରାଜନୈତିକ ଫାଇଦା ପାଇଁ ମୋହରା ପାଲଟିଛି ମହାନଦୀ। ଲାଗୁଛି ଯେପରି, ରାଜ୍ୟସ୍ବାର୍ଥ ଉପରେ ଭାରି ପଡ଼ୁଛି ଦଳୀୟ ସ୍ବାର୍ଥ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/06/mahanadi-issue-2026-02-06-20-57-08.png)