କନକ ବ୍ୟୁରୋ: ଚିଲିକା ବୁଲିଲେ ମହାନଦୀ ଟ୍ରିବ୍ୟୁନାଲ । ଓଡ଼ିଶା ଗସ୍ତରେ ଆସି ଚିଲିକା ବୁଲିଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ମହାନଦୀ ବେସିନ୍ରେ ଥିବା ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତ କରିଛନ୍ତି ଟିମ୍ । ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲା ଗୁଡ଼ିକ ଗସ୍ତ କରି ସେଠାରେ ମହାନଦୀ କୂଳରେ ଥିବା ଲୋକଙ୍କ ପରିସ୍ଥିତି ବୁଲି ଦେଖିଛନ୍ତି ଟ୍ରିବ୍ୟୁନାଲ ଟିମ୍ ।
ଅଧିକ ପଢନ୍ତୁ: ସମଲେଶ୍ୱରୀଙ୍କ ଦର୍ଶନ କରି ସମଲେଇ ପ୍ରକଳ୍ପ ବୁଲିଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍; ବିରୋଧ କରି ସମ୍ବଲପୁରେ ଗର୍ଜିଲେ ଚାଷୀ
ଏବେ ସେମାନଙ୍କର ଗସ୍ତ ସରିବା ପରେ ପର୍ଯ୍ୟଟନ ପାଇଁ ସମୃଦ୍ଧ ଚିଲିକା ମୁହାଣରେ ବୁଲି ଏହାର ଅବସ୍ଥିତିକୁ ପରଖିଛନ୍ତି । ଟିମ୍ ରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ମଧ୍ୟ ସାମିଲ ହୋଇଛନ୍ତି । ଚିଲିକା ଡିଏଫ୍ଓ ଅମ୍ଳାନ ନାୟକ ଟିମ୍ ସହ ରହି ସେମାନଙ୍କୁ ସହଯୋଗ କରିଥିଲେ। ମହାନଦୀ ଟ୍ରିବ୍ୟୁନାଲ୍ ଜଳକୁ ନେଇ ଚାଲିଥିବା ଆନ୍ତଃରାଜ୍ୟ ବିବାଦର ସମାଧାନ କରିବା ଦିଗରେ କାମ କରୁଛି । ଟ୍ରିବ୍ୟୁନାଲ ଗଠନ ପରେ ଏହା ଚିଲିକାକୁ ସେମାନଙ୍କର ପ୍ରଥମ ଗ୍ରସ୍ତ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/02/mahanadi-tribunal-2026-03-02-18-09-30.jpg)