କନକ ବ୍ୟରୋ : ଯେତେବେଳେ ବି ଶିବ ପରିବାରକୁ ନେଇ ଚର୍ଚ୍ଚା ହୁଏ ଅଗ୍ରପୂଜ୍ୟ ଗଣେଶ,ମାତା ପାର୍ବତୀ,ଜ୍ୟେଷ୍ଠପୁତ୍ର କାର୍ତ୍ତିକେୟ ଏବଂ ଗଣ ନନ୍ଦିଙ୍କ କଥା ଆଗ ଆସେ । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ମହାଦେବଙ୍କ ୫ ଟି କନ୍ୟା ମଧ୍ୟ ରହିଛନ୍ତି । ଯାହାର ଉଲ୍ଲେଖ ଶିବ ପୁରାଣରୁ ଜାଣିବାକୁ ମିଳେ । ଏହାକୁ ନେଇ ଏକ ରୋଚକ କଥା ମଧ୍ୟ ରହିଛି ଯେ କେମିତି ମା’ପାର୍ବତୀ ଏହି ୫ କନ୍ୟାରତ୍ନଙ୍କ ଜନନୀ ଅଜାଣତରେ ସାଜିଥିଲେ । ମଧୁଶ୍ରାବଣୀ କଥାରେ ଶିବପାର୍ବତୀଙ୍କ ଏହି ପାଞ୍ଚ କନ୍ୟାରତ୍ନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି । ଶିବପୁରାଣରେ ଦେବୀ ମନସା ଦେବୀଙ୍କୁ ମହାଦେବଙ୍କ ପୁତ୍ରୀ ବୋଲି କୁହାଯାଇଛି ।
ମସ୍ତକରେ ଅଗ୍ନି , କଙ୍କାଳର ଶରୀର : କାହିଁକି ମା’ ପାର୍ବତୀ ଧରିଥିଲେ ଚାମୁଣ୍ଡା ରୂପ ?
କଥା ଅନୁସାରେ ଏକଦା ଉମାଶଙ୍କର ସରୋବରରେ ଜଳକ୍ରୀଡ଼ା କରୁଥିଲେ ଇତ୍ୟ ସମୟରେ ପ୍ରଭୁଙ୍କ ବିର୍ଯ୍ୟଖଳନ ସ୍ଥିତି ଉପୁଜିଲା ଯାହାକୁ ପ୍ରଭୁ ଏକ ପତ୍ର ଉପରେ ରଖିଦେଲେ । ଯେଉଁଥିରୁ ପଞ୍ଚକନ୍ୟାଙ୍କ ଜନ୍ମ ହେଲା । କିନ୍ତୁ ଏହି କନ୍ୟା ମନୁଷ୍ୟ ରୂପରେ ନୁହେଁ ନାଗ ରୂପରେ ଜନ୍ମ ନେଇଥିଲେ । ଏହି ସମ୍ପୂର୍ଣ୍ଣ ଘଟଣା ଉପରେ ମାତା ପାର୍ବତୀଙ୍କ ଜ୍ଞାତ ନଥିଲା । ଦେବୀ ଜାଣିନଥିଲେ ଯେ ଶିବଲୀଳାରୁ ପାଞ୍ଚ ନାଗକନ୍ୟାଙ୍କ ଜନ୍ମ ହୋଇଛି । କିନ୍ତୁ ମହାଦେବ ଗଣେଶ ଓ କାର୍ତ୍ତିକେୟଙ୍କୁ ସ୍ନେହ କଲାଭଳି ପାଞ୍ଚ ନାଗପୁତ୍ରୀଙ୍କୁ ମଧ୍ୟ ପିତା ସ୍ନେହ ଦେଉଥିଲେ । ଭୋଳାନାଥ ପ୍ରତିଦିନ ସରୋବର ପାଖକୁ ଯାଉଥିଲେ ଏବଂ ନିଜ ପାଞ୍ଚ ପୁତ୍ରୀଙ୍କ ସହ ଖେଳୁଥିଲେ । ଏଭଳି ଅନେକ ସମୟ ପର୍ଯ୍ୟନ୍ତ ପିତା ପୁତ୍ରୀଙ୍କ ମଧ୍ୟରେ ସ୍ନେହର ସମ୍ପର୍କ ଚାଲି ରହିଲା । ଥରେ ମାତା ପାର୍ବତୀଙ୍କ ମନରେ ସନ୍ଦେହ ଜାତ ହେଲା ଯେ ପ୍ରଭୁ ଏତେ ପ୍ରତ୍ୟୁଷର ଉଠି ସବୁବେଳେ କେଉଁଆଡ଼େ ଯାଉଛନ୍ତି । ଏହି ରହିସ୍ୟ ଉପରୁ ପରଦା ହଟାଇବା ପାଇଁ ଜଗତଜନନୀ ମହାଦେବଙ୍କ ପଛେ ପଛେ ଗଲେ । ଶିବଶମ୍ଭୁଙ୍କ ପଶ୍ଚାତଧାବନ କରି ଦେବୀ ସରୋବରରେ ପହଞ୍ଚିଲେ । ହିମାଳୟପୁତ୍ରୀ ଦେଖିଲେ ଯେଚନ୍ଦ୍ରଶେଖର ପାଞ୍ଚ ନାଗକନ୍ୟାଙ୍କ ସହ ପିତାର ବାତ୍ସଲ୍ୟ ଢାଳି ଖେଳୁଛନ୍ତି । ନିଜ ସ୍ବାମୀଙ୍କୁ ଗଣେଶ ଏବଂ କାର୍ତ୍ତିକେୟଙ୍କ ବଦଳରେ ପାଞ୍ଚକନ୍ୟାଙ୍କ ସହ ଖେଳୁଥିବା ଦେଖି ଦେବୀଙ୍କ ମନରେ ଅତ୍ୟନ୍ତ କ୍ରୋଧ ଜାଗ୍ରତ ହେଲା । କ୍ରୋଧ ଜର୍ଜରିତ ଉମା ପଞ୍ଚକନ୍ୟାଙ୍କୁ ହତ୍ୟା କରିବା ପାଇଁ ଆଗଭର ହେଲେ । ଯେମିତି ହିଁ ଦେବୀ କନ୍ୟାଙ୍କୁ ମାରିବା ପାଇଁ ପାଦ ଉଠାଇଲେ ମହାଦେବ ଅର୍ଦ୍ଧାଙ୍ଗିନୀଙ୍କୁ କହିଲେ ଯେ ହେ ଦେବୀ ଏ ଆମର ପାଞ୍ଚ ପୁତ୍ରୀ । ମହାଦେବଙ୍କ ଏଭଳି ବାକ୍ୟ ଶୁଣି ମାତା ଆଶ୍ଚର୍ଯ୍ୟ ହୋଇଗଲେ । ପରେ ପ୍ରଭୁ ମାତାଙ୍କୁ ପଞ୍ଚ ନାଗକନ୍ୟାଙ୍କ ଜନ୍ମ ବିଷୟରେ ସବୁ କହିଲେ । ଭୋଳାନାଥଙ୍କ କଥା ଶୁଣି ଜଗଦମ୍ବା ଠୋ’ଠା କରି ହସିବାକୁ ଲାଗିଥିଲେ ।
ମହାଦେବଙ୍କ ଏହି ପାଞ୍ଚ ନାଗକନ୍ୟାଙ୍କ ନାଁ ଜୟା,ବିଷହର,ସାମିଲବାରୀ ,ଦେବ ଏବଂ ଦୋତଲି । ପ୍ରଭୁ ନଟରାଜ ନିଜ ପୁତ୍ରୀଙ୍କ ବିଷୟରେ କହିଛନ୍ତି ଯେ ଯିଏ ବି ଶ୍ରାବଣମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ଏହି ନାଗକନ୍ୟାଙ୍କୁ ପୂଜା କରିବ ସେହି ପରିବାରକୁ ସର୍ପଦଂଶର ଭୟ ରହିବ ନାହିଁ । ଏହି ପଞ୍ଚଦେବୀଙ୍କ କୃପାରେ ଘରେ ଧନଧାନ୍ୟ ଏବଂ ସମୃଦ୍ଧିର ବର୍ଷା ହେବ ବୋଲି ଶିବପୁରାଣରୁ ଜାଣିବାକୁ ମିଳେ । ଏହି କାରଣ ପାଇଁ ଶ୍ରାବଣମାସର କୃଷ୍ଣ ଏବଂ ଶୁକ୍ଳ ପଞ୍ଚମୀରେ ଏହି ପାଞ୍ଚ ନାଗକନ୍ୟାଙ୍କ ପୂଜା କରାଯାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/01/15/shiv-kanya-2026-01-15-07-18-27.jpg)