ଦୋଳ ପୂର୍ଣ୍ଣିମାରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ , ତାହେଲେ ହୋଲି ଖେଳିବେ କେବେ?

Advertisment

୨୦୨୬ର ପ୍ରଥମ ଚନ୍ଦ୍ର ଗ୍ରହଣ, ପୁଣି ବଡ଼ ଗ୍ରହଣ ଏ ଏଥର ଦୋଳ ପୂର୍ଣ୍ଣିବା ଫାଲଗୁନ ପୂର୍ଣ୍ଣିମାରେ ପଡ଼ୁଛି  । ଧାର୍ମିକ ଓ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏହାକୁ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି । ଏହି ଗ୍ରହଣ ଭାରତର କିଛି ସ୍ଥାନରେ ଦୃଶ୍ୟମାନ ହେବ । ତେଣୁ ଏହାର ଘାତ ସମୟ କେବେ ଏବଂ କେବେ ପାଳିବେ ହୋଲି ଏ ବାବଦରେ ଲୋକଙ୍କ ମନରେ ପ୍ରଶ୍ନ । 

୨୦୨୬ର ପ୍ରଥମ ଚନ୍ଦ୍ର ଗ୍ରହଣ, ପୁଣି ବଡ଼ ଗ୍ରହଣ ଏ ଏଥର ଦୋଳ ପୂର୍ଣ୍ଣିବା ଫାଲଗୁନ ପୂର୍ଣ୍ଣିମାରେ ପଡ଼ୁଛି  । ଧାର୍ମିକ ଓ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏହାକୁ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି । ଏହି ଗ୍ରହଣ ଭାରତର କିଛି ସ୍ଥାନରେ ଦୃଶ୍ୟମାନ ହେବ । ତେଣୁ ଏହାର ଘାତ ସମୟ କେବେ ଏବଂ କେବେ ପାଳିବେ ହୋଲି ଏ ବାବଦରେ ଲୋକଙ୍କ ମନରେ ପ୍ରଶ୍ନ । 

Lunar eclipse

କନକ ବ୍ୟୁରୋ: ୨୦୨୬ର ପ୍ରଥମ ଚନ୍ଦ୍ର ଗ୍ରହଣ, ପୁଣି ବଡ଼ ଗ୍ରହଣ ଏ ଏଥର ଦୋଳ ପୂର୍ଣ୍ଣିବା ଫାଲଗୁନ ପୂର୍ଣ୍ଣିମାରେ ପଡ଼ୁଛି  । ଧାର୍ମିକ ଓ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏହାକୁ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି । ଏହି ଗ୍ରହଣ ଭାରତର କିଛି ସ୍ଥାନରେ ଦୃଶ୍ୟମାନ ହେବ । ତେଣୁ ଏହାର ଘାତ ସମୟ କେବେ ଏବଂ କେବେ ପାଳିବେ ହୋଲି ଏ ବାବଦରେ ଲୋକଙ୍କ ମନରେ ପ୍ରଶ୍ନ । 

ପଞ୍ଚାଙ୍ଗ ଅନୁସାରେ , ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୩ ତାରିଖ  ମଙ୍ଗଳବାର, ଫାଲଗୁନ ମାସର ପୂର୍ଣ୍ଣିମା ତିଥିରେ ହେବ । ଭାରତୀୟ ସମୟ ଅନୁସାରେ, ଚନ୍ଦ୍ରଗ୍ରହଣ ଅପରାହ୍ନ ୩:୨୦ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬:୪୭ ପର୍ଯ୍ୟନ୍ତ ଚାଲିବ। ଗ୍ରହଣର ମୋଟ ଅବଧି ୩ ଘଣ୍ଟା ୨୭ ମିନିଟ୍ ହେବ।

ଅଧିକ ପଢ଼ନ୍ତୁ : ହାତ ନାହିଁ ତ କ’ଣ ହେଲା? ଗୋଡ଼ରେ ଗଢ଼ୁଛନ୍ତି ଭାଗ୍ୟ...

ଚନ୍ଦ୍ରଗ୍ରହଣର ସମୟ:
ଚନ୍ଦ୍ରଗ୍ରହଣ ଆରମ୍ଭ – ଦିନ ୩ଟା ୨୦ ମିନିଟ୍
ଗ୍ରାସ ଆରମ୍ଭ – ଅପରାହ୍ନ ୪ଟା ୩୪ ମିନିଟ୍
ଚନ୍ଦ୍ରଗ୍ରହଣ ମଧ୍ୟମ – ୫ଟା ୪ ମିନିଟ୍ 
ଗ୍ରାସ୍ ଶେଷ – ୫ଟା ୩୩ମିନିଟ୍
ଗ୍ରହଣ ଶେଷ – ସନ୍ଧ୍ୟା ୬ଟା ୪୭ ମିନିଟ୍
ଗ୍ରାସ୍ ସମୟ - ୫୯ ମିନିଟ୍


ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚନ୍ଦ୍ରଗ୍ରହଣର ଘାତ ସମୟକୁ  ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ, ତେଣୁ ଏହାର ଘାତ କାଳ ବି ମାନ୍ୟ ହେବ ।  ଚନ୍ଦ୍ରଗ୍ରହଣ ଆରମ୍ଭ ହେବାର ୯ ଘଣ୍ଟା ପୂର୍ବରୁ ଘାତ ସମୟ ଆରମ୍ଭ ହେବ । ଜ୍ୟୋତିଷ ଶାସ୍ତ୍ର ଏବଂ ଧାର୍ମିକ ବିଶ୍ୱାସ ଅନୁସାରେ, ଏହି ସମୟ ମଧ୍ୟରେ ଶୁଭ କାର୍ଯ୍ୟ କରିବା ଅନୁଚିତ ।  ଘାତ କାଳ ମାର୍ଚ୍ଚ ୩ ତାରିଖ ସକାଳ ୬.୨୦ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬.୪୬  ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ, ଖାଇବା ପିଇବାଠାରୁ ପୂଜା କରିବା ପର୍ଯ୍ୟନ୍ତ ଅନେକ କାର୍ଯ୍ୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

କେଉଁଠାରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ?
୩ ମାର୍ଚ୍ଚରେ ହେବାକୁ ଥିବା ୨୦୨୬ର ପ୍ରଥମ ଗ୍ରହଣ  ଏବଂ ଏହା ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ । ଏହି ଚନ୍ଦ୍ରଗ୍ରହଣ ପଶ୍ଚିମବଙ୍ଗ, ମିଜୋରାମ, ନାଗାଲାଣ୍ଡ, ମଣିପୁର, ଆସାମ ଏବଂ ଅରୁଣାଚଳ ପ୍ରଦେଶର ଉତ୍ତର-ପୂର୍ବ ଅଞ୍ଚଳରେ ଦୃଶ୍ୟମାନ ହେବ। ଘାତ କାଳ ଯୋଗୁଁ ହୋଲି ଉତ୍ସବ ଗୋଟିଏ ଦିନ ଆଗକୁ ବଢ଼ିଯିବ। ମାନେ ହୋଲି ମାର୍ଚ୍ଚ ୩ ବଦଳରେ ମାର୍ଚ୍ଚ ୪ ତାରିଖରେ ପାଳନ ହେବ ବୋଲି କୁହାଯାଉଛି । ହୋଲିକା ଦହନ ମାର୍ଚ୍ଚ ୨ ତାରିଖରେ ଅନୁଷ୍ଠିତ ହେଲେ ବି ରଙ୍ଗର ଉତ୍ସବ ହୋଲି କିନ୍ତୁ ଗୋଟିଏ ଦିନ ପରେ ପାଳନ ହେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe