ବାପାକୁ ମାରି ନୀଳ ଡ୍ରମରେ ରଖିଥିଲା ପୁଅ, ପାଠପଢ଼ା ଚାପ ସଜାଇଦେଲା ହତ୍ୟାକାରୀ

Advertisment

ଜଣେ ୧୯ ବର୍ଷୀୟ ପୁଅ ଅକ୍ଷତ ପ୍ରତାପ ସିଂହ ବାପାଙ୍କୁ ଗୁଳିକରି ହତ୍ୟା କରିବା ପରେ ତାଙ୍କ ଶରୀରକୁ କରତ ସାହାଯ୍ୟରେ ଖଣ୍ଡ ଖଣ୍ଡ କରି ଏକ ନୀଳ ଡ୍ରମରେ ପୂରାଇ ରଖିଥିଲା । ମୃତ ଶରୀରକୁ କେଉଁଠି ଫିଙ୍ଗିବ ସେ ଯୋଜନା କରୁଥିଲା।

ଜଣେ ୧୯ ବର୍ଷୀୟ ପୁଅ ଅକ୍ଷତ ପ୍ରତାପ ସିଂହ ବାପାଙ୍କୁ ଗୁଳିକରି ହତ୍ୟା କରିବା ପରେ ତାଙ୍କ ଶରୀରକୁ କରତ ସାହାଯ୍ୟରେ ଖଣ୍ଡ ଖଣ୍ଡ କରି ଏକ ନୀଳ ଡ୍ରମରେ ପୂରାଇ ରଖିଥିଲା । ମୃତ ଶରୀରକୁ କେଉଁଠି ଫିଙ୍ଗିବ ସେ ଯୋଜନା କରୁଥିଲା।

lucknow-murder

lucknow-murder Photograph: (Google)

କନକ ବ୍ୟୁରୋ: ଲକ୍ଷ୍ନୌ ଆସିଆନା ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ୧୯ ବର୍ଷୀୟ ପୁଅ ଅକ୍ଷତ ପ୍ରତାପ ସିଂହ ବାପାଙ୍କୁ ଗୁଳିକରି ହତ୍ୟା କରିବା ପରେ ତାଙ୍କ ଶରୀରକୁ କରତ ସାହାଯ୍ୟରେ ଖଣ୍ଡ ଖଣ୍ଡ କରି ଏକ ନୀଳ ଡ୍ରମରେ ପୂରାଇ ରଖିଥିଲା । ମୃତ ଶରୀରକୁ କେଉଁଠି ଫିଙ୍ଗିବ ସେ ଯୋଜନା କରୁଥିଲା । ପୁଲିସ ତଦନ୍ତରୁ ଘଟଣା ସାମ୍ନାକୁ ଆସିବା ପରେ ଅକ୍ଷତକୁ ଗିରଫ କରାଯାଇଛି । ସୂଚନା ଆଧାରରେ, ଘଟଣାଟି ଫେବୃଆରୀ ୨୦ ତାରିଖ ସକାଳେ ଘଟିଥିଲା । ଅକ୍ଷତର ପାଠପଢ଼ାରେ କୌଣସି ଆଗ୍ରହ ନଥିଲା, କିନ୍ତୁ ତାଙ୍କ ବାପା, ମାନବେନ୍ଦ୍ର ସିଂହ ଚାହୁଥିଲେ ଯେ ତାଙ୍କ ପୁଅ ଡାକ୍ତରୀ ପଢ଼ୁ ଏବଂ ତାଙ୍କ ବ୍ୟବସାୟ ହାତକୁ ନେଉ । କ୍ୟାରିୟର ଓ ଶିକ୍ଷା ଗ୍ରହଣ କରିବାର ଏହି ଚାପ ଅକ୍ଷତ ମନରେ ଏପରି ଘୃଣା ସୃଷ୍ଟି କଲା ଯେ ସେ ତାଙ୍କ ନିଜ ବାପାଙ୍କୁ ମାରିଦେବାକୁ ଷଡଯନ୍ତ୍ର ଚରିଥିଲା । 

ଅଧିକ ପଢନ୍ତୁ: ଆତଙ୍କର ନାଁ ‘ନୀଳ ଡ୍ରମ୍’ ! ନୀଳ ଡ୍ରମ୍ ଦେଖିଲେ ଡ଼ରୁଛନ୍ତି ଲୋକେ ; କେହି କିଣୁନାହାନ୍ତି ଡ୍ରମ୍ , ଚିନ୍ତାରେ ବ୍ୟବସାୟୀ

ପୁଲିସ ପଚରାଉଚରା ସମୟରେ ଅକ୍ଷତ ସ୍ପଷ୍ଟ କରିଛି ଯେ ସେ ତାଙ୍କ ବାପାଙ୍କ ମୁଣ୍ଡକୁ ଏକ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି କରିଥିଲା । ହତ୍ୟା ପରେ ସେ ମୃତଦେହକୁ ଘରର ତଳ ମହଲାକୁ ଟାଣିନେଇଥିଲା, ଯେଉଁଠାରେ କେହି ରହୁନଥିଲେ । ପ୍ରଥମେ ସେ ଶବଟିକୁ ଗାଡ଼ିରେ ଭର୍ତ୍ତି କରି ଗୋମତୀ ନଦୀରେ ଫିଙ୍ଗି ଦେବାକୁ ଯୋଜନା କରିଥିଲା, କିନ୍ତୁ ଶବର ଓଜନ ଅଧିକ ଥିବାରୁ ଯୋଜନା ବିଫଳ ହୋଇଥିଲା । ତା’ପରେ ସେ ବଜାରରୁ ଏକ କରତ କିଣି ପିତାଙ୍କ ଶବକୁ ନିର୍ମମ ଭାବରେ କାଟି ହାତ, ଗୋଡ ଓ ମୁଣ୍ଡକୁ ଦୂରରେ ଥିବା ଏକ ସ୍ଥାନରେ ଫିଙ୍ଗିଦେଇଥିଲା, ଏବଂ ଶରୀରକୁ ଏକ ଶ୍ଲିପିଙ୍ଗ୍ ବ୍ୟାଗରେ ଭର୍ତ୍ତି କରି ନୀଳ ଡ୍ରମରେ ଲୁଚାଇ ରଖିଥିଲା । ପରେ ପୁଲିସକୁ ଯେପରି ସନ୍ଦେହ ନହେବ ସେଥିପାଇଁ ଅକ୍ଷତ ପୁଲିସ ଷ୍ଟେସନକୁ ଯାଇ ବାପାଙ୍କ ନିଖୋଜ ରିପୋର୍ଟ ଲେଖାଇଥିଲା । ପୁଲିସ ଘରକୁ ଆସି ପଚରାଉଚରା କରିବା ପରେ ଅକ୍ଷତଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା। ପ୍ରଥମେ ତ ଅକ୍ଷତ ଏହାକୁ ଆତ୍ମହତ୍ୟା ବୋଲି କହିବାକୁ ଚେଷ୍ଟା କରିଥିଲା, କିନ୍ତୁ ଯେତେବେଳେ ପୁଲିସ ଅଧିକ କଠୋର ହେଲା, ସେତେବେଳେ ସେ ସବୁ ସତ କଥା ମାନିଯାଇଥିଲା। ଏବେ ପୁଲିସ ଅକ୍ଷତକୁ ଗିରଫ କରି ଜେଲ ପଠାଇଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe