ଆସୁଛି ଲଘୁଚାପ ବର୍ଷା ! ଧର୍ମଗଡ଼ରେ ମଣ୍ଡି ଖୋଲିବାରେ ବିଳମ୍ବ

କିଛି ଦିନ ତଳେ ବାତ୍ୟା ମୋନ୍ଥାକୁ ନେଇ ଆତଙ୍କିତ ହୋଇଯାଇଥିଲେ ଚାଷୀ, ମାତ୍ର କଳାହାଣ୍ଡିରେ ଏହାର ପ୍ରଭାବ ପଡ଼ିନଥିଲା । ହେଲେ ସାମ୍ଭବ୍ୟ ଲଘୁଚାପକୁ ଧର୍ମଗଡ଼ ଚାଷୀର ନିଦ ହଜାଇଦେଇଛି ।

Mandi Problem

Mandi Problem Photograph: (kanak news)

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ମଣ୍ଡି ଖୋଲିବାରେ ଅହେତୁକ ବିଳମ୍ବ । ଫଳରେ ଚାଷୀ ନିରୂପାୟ ହୋଇ ନିଜ ଅମଳ ଧାନକୁ ଦଲାଲଙ୍କୁ ବିକ୍ରି କରିଦେଉଛି । ଅନ୍ୟପଟେ ଚାଷୀର ଚିନ୍ତା ବଢ଼ାଇଛି ସାମ୍ଭାବ୍ୟ ଲଘୁଚାପ । କିଛି ଦିନ ତଳେ ବାତ୍ୟା ମୋନ୍ଥାକୁ ନେଇ ଆତଙ୍କିତ ହୋଇଯାଇଥିଲେ ଚାଷୀ, ମାତ୍ର କଳାହାଣ୍ଡିରେ ଏହାର ପ୍ରଭାବ ପଡ଼ିନଥିଲା । ହେଲେ ସାମ୍ଭବ୍ୟ ଲଘୁଚାପକୁ ଧର୍ମଗଡ଼ ଚାଷୀର ନିଦ ହଜାଇଦେଇଛି । ଗୋଟିଏ ପଟେ ଲଘୁଚାପ ଆଶଙ୍କା ଅନ୍ୟପଟେ ମଣ୍ଡି ଖୋଲିବାରେ ବିଳମ୍ବ । ଚାଷୀ ନିଜ ଫସଲକୁ କେମିତି ସୁରକ୍ଷା ଦେବ ତାକୁ ନେଇ ଚିନ୍ତାରେ ପଡ଼ିଛି । 

ଧର୍ମଗଡ଼ ଉପଖଣ୍ଡରେ ଚଳିତ ବର୍ଷ ଭଲ ଚାଷ ହୋଇଛି । ପ୍ରାୟ ୩୦ ପ୍ରତିଶତ ଚାଷୀ ଧାନ ଅମଳ ମଧ୍ୟ କରି ସାରିଛନ୍ତି । ହେଲେ ମଣ୍ଡି ଆରମ୍ଭ ହୋଇ ନଥିବାରୁ ବାଧ୍ୟ ହୋଇ ଶାଗ ମାଛ ଦରରେ ଦଲାଲକୁ ଧାନ ବିକି ଦେଉଛି ଚାଷୀ । ତୁରନ୍ତ ମଣ୍ଡି ପ୍ରକ୍ରିୟା ଆରମ୍ଭ ନହେଲେ ଆନ୍ଦୋଳନ ନେଇ ଚେତାବନୀ ଦେଇଛନ୍ତି ଚାଷୀ ସଂଗଠନ ଓ ବିରୋଧୀ ଦଳ । ଚାଷୀଙ୍କ ସମସ୍ୟାକୁ ଦୃଷ୍ଟି ଦେଇ ପ୍ରଶାସନ ଏହାର ପ୍ରତିକାର ବ୍ୟବସ୍ଥା ନକଲେ ଚାଷୀ କ୍ଷତି ସହିବା ଆଶଙ୍କାକୁ ଏଡ଼ାଇ ଦିଆ ଯାଇନପାରେ ।

ଅଧିକ ପଢ଼ନ୍ତୁ--ଶେଷରେ ଗରିଫ ହେଲା ସିକନ୍ଦର ଆଲମ, ଯାଜପୁରରୁ ଗିରଫ କଲା ପୁଲିସ, ୭ଦିନ ହେବ ଥିଲା ଫେରାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe