କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାନୁ ନେଇ ଲୋକେ ଭୟଭୀତ । ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ଏଯାଏ ସ୍ପଷ୍ଟ ହୋଇନି । ତଥାପି ଓଡ଼ିଶାର ଲୋକେ ବାତ୍ୟାକୁ ନେଇ ଲୋକେ ଛାନିଆ  ହଲେଣି । ନଷ୍ଟ ହେବା ଆଶଙ୍କାରେ ଚାଷୀ ଧାନ ବିଲରୁ ପାଚିଲା ଧାନ କାଟି ଦେଉଛନ୍ତି । ସେପଟେ ଅମଳ ଧାନକୁ କେଉଁଠି ସାଇତି ରଖିବେ ସେ ନେଇ ବି ଚିନ୍ତାରେ ପଡିଛନ୍ତି । 

Advertisment

ହ୍ୟୁମାନ ଚାଲିଯିବା ପରେ ଚର୍ଚ୍ଚାରେ ନ୍ୟୁମାନ : ଦେହାନ୍ତ ପରେ ଦୁଇଭାଇଙ୍କୁ ଝୁରୁଛନ୍ତି ଲୋକେ

ବଙ୍ଗୋପ ସାଗରରେ ବାତ୍ୟା ସମ୍ଭାବନା । ମାଲାକ୍କା ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଲଘୁଚାପ । ଏହି ସମୟରେ ପାଣିପାଗର ଫୁଜିୱାରା ପ୍ରଭାବ ଦେଖିବାକୁ ମିଳିବ। ଶ୍ରୀଲଙ୍କା ନିକଟରେ ସକ୍ରିୟ ଘୂର୍ଣ୍ଣିବଳୟ ପରବର୍ତ୍ତୀ ସମୟରେ ମଲାକ୍କା ଓ ଏହାର ପାର୍ଶ୍ବବର୍ତ୍ତି ଦକ୍ଷିଣ ଆଣ୍ଡାମାନ ସାଗରରେ ଥିବା ଅବପାତ ଚାରିପାଖେ ଘୂର୍ଣ୍ଣିତ ହୋଇ ସେଥିରେ ମିଶିଯିବାର ସମ୍ଭାବନା ଅଛି । ଫଳସ୍ୱରୂପ ତୀବ୍ର ହୋଇ ୨୬ରୁ ୨୭ ତାରିଖ ଭିତରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ୨୫ ତାରିଖ ସନ୍ଧ୍ୟାରୁ ପବନର ବେଗ ଅଧିକ ରହିବ । ବାତ୍ୟାରେ ପରିଣତ ହେଲା ପରେ ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି ୧୦୦ କିମି ରହିବ ।

ବ୍ରହ୍ମପୁରରେ କାହାପାଇଁ ମାଗଣା ୱାଇଫାଇ ସେବା ? ଖବର ବାଜିବା ପରେ ସଚେତନ ହେଲା ବିଇଏମସି

ବଂଗୋପସାଗରେ ବାତ୍ୟା ଆସୁଥିବା ସ୍ପଷ୍ଟ ହୋଇଥିଲେ ବି ଗତିଗଥ ଜଣାପଡିନାହିଁ । ଆନ୍ଧ୍ର-ପ୍ରଦେଶ, ପୁଡ଼ୁଚେରୀ, ତାମିଲନାଡ଼ୁ ଉପକୂଳରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ମତ୍ସୀଜୀବୀଙ୍କୁ ଗଭୀର ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।  ଆଂଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ  ପାଗ ଶୁଖିଲା ରହିବ।  ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ।  ୨୭ ନଭେମ୍ବର ପରେ ରାଜ୍ୟକୁ ଥଣ୍ଡା ଶୁଷ୍କ, ଉତ୍ତରାପବନ ପ୍ରବେଶ କରିବା ସମ୍ଭାବନା ରହିଛି । 

ମୋନ୍ଥା କଥା ମନରୁ ନଯାଉଣୁ ଆଉ ଏକ ବାତ୍ୟା ଆସିବା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । କିନ୍ତୁ ଏଥର ବି ଓଡ଼ିଶା ଅପେକ୍ଷା ଆନ୍ଧ୍ର, ତାମିଲନାଡ଼ୁ ଉପରେ ବାତ୍ୟାର ପ୍ରଭାବ ପଡିବ ।