କନକ ବ୍ୟୁରୋ :ରାଜଧାନୀରେ ପୁଣି ଲଭ୍ ଜିହାଦ ଅଭିଯୋଗ। ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ଜୋର ଜବରଦସ୍ତ ବିବାହ ଏବଂ ଧର୍ମ ପରିବର୍ତ୍ତନ ଲାଗି ଉଦ୍ୟମ ହୋଇଛି। ଅଭିଯୁକ୍ତ ଯୁବକକୁ ପୁଲିସ ଗିରଫ କରିବା ସହ ଏ ନେଇ ଅଧିକ ଛାନଭିନ୍ ଚଳାଇଛି।
ସୋଲିଆଲ ମିଡିଆରେ ବନ୍ଧୁତା, ବନ୍ଧୁତାରୁ ପ୍ରେମ ନିବେଦନ, ପରେ ବିବାହ କରିବାର ସ୍ବପ୍ନ। କିନ୍ତୁ କିଏ ଜାଣିଥିଲା ବିବାହ ନାଁରେ ଜାଲ ବିଛାଉଥିଲା ସଇତାନ ପ୍ରେମିକ। ଏ ହେଉଛି ସେହି ଅଭିଯୁକ୍ତ ଯୁବକ। ନାଁ-ଇର୍ଫାନ ଅନସାରୀ। ଘର- କର୍ଣ୍ଣାଟକ। କାମ- ନିରୀହ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଧର୍ମ ପରିବର୍ତ୍ତନ କରାଇବା। ଏମିତି ଧର୍ମ ପରିବର୍ତ୍ତନ କରୁ କରୁ ଶେଷରେ ପଡ଼ିଛି ପୁଲିସ ହାବୁଡ଼ରେ। ଭଦ୍ରକର ଜଣେ ଯୁବତୀଙ୍କୁ ଭୁଲେଇ ଭାଲେଇ ପୁରୀରୁ ଭୁବନେଶ୍ବର ଆଣିଥିଲା ଅଭିଯୁକ୍ତ ଇରଫାନ୍। ଜୟରାଜ୍ ଶର୍ମା ନାଁରେ ନିଜକୁ ପରିଚୟ ଦେଇ ଦୁଷ୍କର୍ମ କରିବା ସହ ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲା। ଯୁବତୀ ଜଣକ ତାର ଅସଲ ନାଁ ଇରଫାନ୍ ଅନସାରୀ ଜାଣିବା ପରେ ସବୁ ସତ ସାମ୍ନାକୁ ଆସିଥିଲା। ଇରଫାନର ଅସଲ ଚେହେରା ଯୁବତୀ ଜଣକ ଜାଣିବା ପରେ ତାଙ୍କୁ ଅଭିଯୁକ୍ତ ଜଣକ ଭୁବନେଶ୍ବରର ଏକ ତାରକା ହୋଟେଲରେ ୪ ଘଣ୍ଟା ଧରି ମାଡ଼ ମାରି ଲହୁ ଲୁହାଣ କରିଥିଲା।
ଅଧିକ ପଢ଼ନ୍ତୁ :ଅସୁରକ୍ଷିତ ରାଜଧାନୀ ଭୁବନେଶ୍ୱର, ବିଚ୍ ରାସ୍ତାରେ ବୁଲୁଛି ମାରଣାସ୍ତ୍ର, ଅସହାୟ ହୋଇପଡୁଛି କମିସନରେଟ୍ ପୁଲିସ
ଅଭିଯୁକ୍ତ ବିରୋଧରେ ଦୁଷ୍କର୍ମ, ମିଛ ପ୍ରମାଣ ପତ୍ର ଦେଇ ସଂପର୍କ ରଖିବା ଏବଂ ହତ୍ୟା ଉଦ୍ୟମ ଭଳି ଲାଗିଛି ସଙ୍ଗୀନ ଦଫା। ଷ୍ଟାର୍ ହୋଟେଲର ସିସିଟିଭି ସହ ଅଭିଯୁକ୍ତର ପରିଚୟ ପତ୍ର ଜବତ କରିଛି ପୁଲିସ। ଏକ କାର୍, ଏକ ଖଣ୍ଡା, ମୋବାଇଲ୍ ଫୋନ୍ ଜବତ ହୋଇଛି। ଏହା କେବଳ ଗୋଟିଏ ଲଭ୍ ଜିହାଦ ନା, ପୂର୍ବରୁ ଅନେକ ମହିଳା ଫସିଛନ୍ତି ଜାଲରେ? ସେ ନେଇ ଘଣ୍ଟାଚକଟା ଆରମ୍ଭ ହୋଇଛି। ଆବଶ୍ୟକ ସ୍ଥଳେ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବାକୁ ପୁଲିସ ଯଜନା କରିଛି।
ଗତ ୨୦୨୪ ନଭେମ୍ବର ୮ ତାରିଖରେ ଜଣେ ଯୁବତୀଙ୍କୁ ଭୁବନେଶ୍ବରରୁ କାଶ୍ମୀର ନେବାକୁ ଯୋଜନା ବେଳେ ଅଭିଯୁକ୍ତ ସମୀର ମନସୁରକୁ ଗିରଫ କରିଥିଲା ମହିଳା ଥାନା ପୁଲିସ। ଆଉ ଆଜି ପୁଣି ଥରେ ରାଜଧାନୀରେ ଲଭ୍ ଜିହାଦର ପୁନରାବୃତ୍ତି ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/08/a5-2026-03-08-18-40-22.jpg)