କନକ ବ୍ୟୁରୋ : କୋଟି ଓଡ଼ିଆର ମଉଡ଼ମଣି ଶ୍ରୀ ଜଗନ୍ନାଥ । କେବଳ ଓଡ଼ିଆ ନୁହେଁ ସାରା ବିଶ୍ବବାସୀଙ୍କ ଚିନ୍ତା, ଚେତନାର ଏକମାତ୍ର କେନ୍ଦ୍ରବିନ୍ଦୁ ଶ୍ରୀ ଜଗନ୍ନାଥ । ସଚରାଚର ସୃଷ୍ଟିର ବିଶ୍ବକର୍ମ ବ୍ରହ୍ମାଣ୍ଡ ଗୋସାଇଁ ଶ୍ରୀ ଜଗନ୍ନାଥ । କୀଟ ପତଙ୍ଗଠୁ ନେଇ ମଣିଷ ସବୁରି ଆରମ୍ଭ , ବିକାଶ ଓ ବିଲୟ ଶ୍ରୀ ଜଗନ୍ନାଥ । ଯାହାଙ୍କ ଇଙ୍ଗିତରେ ଚଳଇ ପବନ, ବହେ ନଦୀର ଧାରା ସେହି କୈବଲ୍ୟନାଥ ମହାପ୍ରଭୁଙ୍କ ଆଗରେ ନିତ୍ୟ ମୁଣ୍ଡ ନୁଆଁଏ ଏ ମଣିଷ । ସବୁଠୁ ହାରିଗଲା ପରେ ଯାହାଙ୍କ ଦୁଇ ଆଖି ମଣିଷକୁ ବାଟ କଢ଼େଇ ନିଏ ସେ ମହାପ୍ରଭୁଙ୍କ ଭାବାବେଗକୁ ପୁଣି ଘୋର ଆଘାତ ଲାଗିଛି । ଜଣେ ବଙ୍ଗୀୟ ଯୁବତୀଙ୍କ ଶାଢ଼ୀ ଓ ବ୍ଲଉଜ ପ୍ରିଣ୍ଟକୁ ନେଇ ତୁମ୍ବିତୋଫାନ ହେଲାଣି ।
କିଛି ବ୍ୟକ୍ତି ନିଜର ସ୍ବାର୍ଥ ହାସଲ କରିବାକୁ ମହାପ୍ରଭୁଙ୍କୁ ବାରମ୍ବାର ଅପମାନ କରିବାକୁ ପଛାଉନାହାଁନ୍ତି । ଯେଉଁ ଦିଅଁ ମନରେ, ହୃଦୟରେ ରହିବା କଥା ତାଙ୍କୁ ଅନ୍ତଃବସ୍ତ୍ର, ଧୋତି, ସାର୍ଟ, କୁର୍ତ୍ତାରେ ଛପାଇ ପିନ୍ଧୁଛନ୍ତି । ଏବେ ତ ଜଣେ ମହିଳାଙ୍କ ପୋଷାକ ପୂରା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । କାରଣ ସାୟନ୍ତିକା ଘୋଷ ଡିଜାଇନର ଷ୍ଟୁଡିଓ ଦ୍ବାରା ପୋଷ୍ଟ କରାଯାଇଥିବା ଫଟୋରେ ଜଣେ ଯୁବତୀ ପିନ୍ଧିଥିବା ଶାଢ଼ୀ ଓ ବ୍ଲାଉଜରେ ଶ୍ରୀ ଜଗନ୍ନାଥ ମହାପୁରୁଙ୍କ ସହ ବଡ଼ ଠାକୁର ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଫଟୋ ଅଙ୍କାଯାଇଛି । ଯୁବତୀଙ୍କ ଶାଢ଼ୀର କାନିରେ ଠାକୁରଙ୍କ ଫଟୋ ଥିବାବେଳେ ତାହା ତଳେ ପଡ଼ିଛି । ଏହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ଘୋର ଆଘାତ ସୃଷ୍ଟି କରିଛି ।
ଅଧିକ ପଢ଼ନ୍ତୁ..ମା’ଙ୍କ ଜନ୍ମ ତାରିଖରେ ଥିଲା ଜ୍ୟାକପଟ୍; ରାତାରାତି କୋଟିପତି କରିଦେଲା ଲଟେରି....
ତେବେ ମହାପ୍ରଭୁଙ୍କ ଫଟୋକୁ ଏଭଳି ବ୍ୟବହାର କରିବାରେ ଏହା ପ୍ରଥମ ଘଟଣା ନୁହେଁ। ଏହା ଆଗରୁ ଅକ୍ଟୋବର ୧୩୪ ତାରିଖରେ ଜଣେ ବ୍ୟକ୍ତି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିବାବେଳେ ତାଙ୍କ କୁର୍ତ୍ତା ଓ ଧୋତିରେ ଶ୍ରୀ ଜଗନ୍ନାଥଙ୍କର ଫଟୋ ରହିଥିବା ଦେଖିବାକୁ ମିଳିଥିଲା । ସବୁଠାରୁ ଦୁଃଖର କଥା ହେଉଛି ଧୋତିରେ ମହାପ୍ରଭୁଙ୍କ ଫଟୋ ଥିବାବେଳେ ତାହା ତାଙ୍କ ପାଇଁ ପାଖରେ ଥିଲା । ଏହାକୁ ନେଇ ସେବକମାନେ ତାଙ୍କୁ ବିରୋଧ କରିବା ସହ ତାଙ୍କୁ ଦିଅଁ ଦର୍ଶନ କରିବାକୁ ଛାଡ଼ିନଥିଲେ । ଏହାକୁ ନେଇ ମାମଲା ଦାଏର ଯାଏଁ କଥା ଯାଇଥିଲା ।
ଖାଲି ଏତିକି ନୁହେଁ କିଛି ବର୍ଷ ଅନଲାଇନ ସପିଙ୍ଗ ସାଇଟରେ ଏକ ପାପୋଛରେ ମହାପ୍ରଭୁଙ୍କ ଛବି ଦେଖିବାକୁ ମିଳିଥିଲା । ଏସବୁ ଦେଖିଲେ ମନକୁ ପ୍ରଶ୍ନ ଆସେ, ଆଉ କେତେ ତଳକୁ ଯିବ ଏ ମଣିଷ । ଆଉ କି ପ୍ରକାର ଅପରାଧ କରିବାକୁ ବାକି ଅଛି । କେମିତି ସହୁଛ ହେ ଚକାଆଖି । ଏ ପ୍ରଶାସନ ସିନା ଦୋଷୀକୁ ଦଣ୍ଡ ଦେଉନି । କିନ୍ତୁ ହେ ଜଷ୍ଟିଧାରୀ ତୁମେ କାହିଁକି ବିଳମ୍ବ କରୁଛ, ଉଦାରତା ଛାଡ଼ି କେବେ ଏ ଅପରାଧୀଙ୍କୁ ଶାସ୍ତି ଦେବ ପ୍ରଭୁ , କେବେ ଶାସ୍ତି ଦେବ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/30/jagannath-photo-outrage-2025-10-30-12-55-29.jpg)