କନକ ବ୍ୟୁରୋ: ବେଳେବେଳେ ଆପଣ ଯାହା ଭାବନ୍ତି ତାହା ହୁଏନି ବରଂ ଭଗବାନ ଭାଗ୍ୟରେଖାରେ ଯାହା ଲେଖିଥାନ୍ତି ତାହା କେହିବି କଳ୍ପନା କରିନଥାନ୍ତି । ଏମିତି ଜଣେ ଭାରତୀୟଙ୍କ ଭାଗ୍ୟ ରାତାରାତି ବଦଳିଯାଇଛି, ଯାହାକୁ ନେଇ ଜାତୀୟରୁ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।
କେରଳର ୨୯ ବର୍ଷୀୟ ପ୍ରବାସୀ ଭାରତୀୟ ଦୁବାଇ ଇତିହାସର ସବୁଠୁ ବଡ଼ ଲଟେରି ଜିତିଛନ୍ତି । ଅନେକ ବର୍ଷ ଧରି ଆବୁଧାବିରେ ରହୁଥିବା ଅନିଲ କୁମାର ବୋଲା ଗତ ୧୮ ତାରିଖରେ ଆୟୋଜିତ ୨୩ତମ ଲକି ଡେ ଡ୍ରରେ ୨୪୦ କୋଟି ଟଙ୍କା ପୁରସ୍କାର ରାଶି ଜିତିଛନ୍ତି । ଏହାପରେ ଅନିଲ କୁମାରଙ୍କ ପାଇଁ ତାଙ୍କ ଜୀବନ ବଦଳାଇଦେଇଛି ।
ଅନିଲ କୁମାର ବୋଲାଙ୍କ ଲଟେରି ନମ୍ବର ଥିଲା ୮୮୩୫୩୭୨ । ଏନେଇ ଅନିଲ କୁହନ୍ତି ସେ ଘରେ ଥିଲେ ଯେତେବେଳେ ୟୁଏଇ ଲଟେରି ଦଳ ତାଙ୍କୁ ଲଟେରି ଜିତିଥିବା ଜଣାଇଥିଲେ । ହେଲେ ପ୍ରଥମେ ସେ ଏହାକୁ ସାଇବର ଠକ କିମ୍ବା କେହି ମଜା କରୁଛନ୍ତି ବୋଲି ଭାବିଥିଲେ । ବାରମ୍ବାର ଲଟେରି ବିଷୟରେ ପଚାରିଥିଲି ଏବଂ ଶେଷରେ କନଫର୍ମ ହୋଇଥିଲି ଯେ ମୁଁ ଜିତିଛି । ମୋତେ ଏବେ ବି ବିଶ୍ବାସ ହେଉନି ଯେ ମୁଁ ୨୪୦ କୋଟି ଜିତିଛି ।
ସୋସିଆଲ ମିଡିଆରେ ଅନିଲ ନିଜର ଲକି ଟିକେଟ୍ ଚୟନ କରିବା ପଛର କାହାଣୀ ବର୍ଣ୍ଣନା କରିଛନ୍ତି । ଅନିଲ କହିଛନ୍ତି, ମୁଁ କୌଣସି ମ୍ୟାଜିକ୍ କରିନାହିଁ, କେବଳ ଏକ ସହଜ ଉପାୟ ଆପଣେଇଛି । ସେ ଥରକେ ୧୨ଟି ଟିକଟ କିଣିଥିଲେ । ପ୍ରତି ଟିକଟ ପିଛା ସେ ୧,୨୮୫ ଟଙ୍କା ଖର୍ଚ୍ଚ କରିଥିଲେ । ସେ ଚୟନ କରିଥିବା ଭାଗ୍ୟଶାଳୀ ଲଟେରି ଟିକଟର ଶେଷ ନମ୍ବର ଖୁବ୍ ସ୍ୱତନ୍ତ୍ର ଥିଲା କାରଣ ସେଗୁଡ଼ିକରେ ତାଙ୍କ ମା’ଙ୍କ ଜନ୍ମ ତାରିଖ ଥିଲା ।
ଲଟେରି ଟଙ୍କାରେ ଅନିଲ ଏକ ସୁପର୍କାର କିଣିବେ ଏବଂ ବିଳାସପୂର୍ଣ୍ଣ ରିସର୍ଟ କିମ୍ବା ସାତ-ତାରକା ହୋଟେଲରେ ଏହି ଖୁସିକୁ ପରିବାର ସହ ସେଲିବ୍ରେଟ୍ କରିବେ ଆଉ କିଛି ଟଙ୍କା ଦାନ କରିବାକୁ ମଧ୍ୟ ଯୋଜନା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/10/29/anilkumar-bolla-2025-10-29-19-14-00.jpg)