9 tala Photograph: (kanak news)
କନକ ବ୍ୟୁରୋ: ଲୋକସେବା ଭବନ, ଖାରବେଳ ଭବନ, ନଅ ତାଲା। ରାଜ୍ୟର ତିନୋଟି ମୁଖ୍ୟ ସରକାରୀ କାର୍ଯ୍ୟାଳୟ, କିନ୍ତୁ ତିନୋଟି କାର୍ଯ୍ୟାଳୟ ଭିତରୁ କେଉଁଠି ଚିକ୍ ଚିକ୍ ମାରୁଛି, ତ ଆଉ କେଉଁ କାର୍ଯ୍ୟାଳୟ ନଜର ଆଢ଼ୁଆଳରେ ରହିଛି। ବାବୁ ଓ ମନ୍ତ୍ରୀ ବସୁଛନ୍ତି ବୋଲି ଚିକଚିକ୍ କରୁଛି ଲୋକସେବା ଭବନ ଓ ଖାରବେଳ ଭବନ। କିନ୍ତୁ ଏପଟେ ରାଜ୍ୟର ସବୁ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ନଅ ତାଲା ଏବେ ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି। କେଉଁଠି ନଅ ତାଲା କୋଠା କାନ୍ଥରେ ଫାଟ ସୃଷ୍ଟି ହୋଇଗଲାଣି, ତ ପୁଣି କେଉଁଠି ଗଛ ଉଠିଗଲାଣି। ଏହି କୋଠାର ଅଗ୍ନି ନିରାପତ୍ତା ବି ନାହିଁ। କେତେବେଳେ ଲିଫ୍ଟ କାମ କରୁଛି ତ, କେତେବେଳେ କାମ କରୁନି। କେଉଁଠି ଗଦା ଗଦା ପେପର ପଡ଼ିରହିଛି, ତ ଆଉ କେଉଁଠି ଅଳିଆ ଆବର୍ଜନା ଭରି ରହିଛି।
ଆହୁରି ପଢ଼ନ୍ତୁ : ଶକ୍ତିଶାଳୀ ହେବ ଭାରତର ରକେଟ୍ ଲଞ୍ଚିଂ ସିଷ୍ଟମ ; ୩୦୦ କିମି ଦୂରକୁ କରିପାରିବ ଟାର୍ଗେଟ୍
ରାଜ୍ୟର ସବୁ ବିଭାଗର ମୁଖ୍ୟାଳୟ ନଅ ତାଲା ଉପରେ ସରକାରଙ୍କ ନଜର ପଡୁନି। ଲୋକସେବା ଭବନକୁ ଆହୁରି ସୁନ୍ଦର କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ହେଲେ ଏପଟେ ନଅ ତାଲା ଉପରେ ପଡୁନି ନଜର। ରକ୍ଷଣାବେକ୍ଷଣ ଅଭାବରୁ ଏହି କାର୍ଯ୍ୟାଳୟ ଏବେ ଭୂତ କୋଠା ଭଳି ମନେହେଲାଣି। ଦୀର୍ଘ ବର୍ଷ ଧରି ଏହି କାର୍ଯ୍ୟାଳୟ ରାଜ୍ୟ ସରକାରଙ୍କ ସବୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିଆସୁଛି। ହେଲେ ଏହି କୋଠାର ପୁନଃଉଦ୍ଧାର କରିବାକୁ କାହିଁକି ଇଚ୍ଛା କରୁନାହାନ୍ତି ସରକାର।
Follow Us