କନକ ବ୍ୟୁରୋ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଲୋକସଭାରେ ହଟ୍ଟଗୋଳ। ଏକ ଅପ୍ରକାଶିତ ପୁସ୍ତକକୁ ଆଧାର କରି ରାହୁଲ କିଛି ମନ୍ତବ୍ୟ ଦେଇଥିଲେ । ଏନେଇ ଗୃହରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ରାହୁଲ ଗାନ୍ଧୀଙ୍କୁ ବିରୋଧ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଗୃହମନ୍ତ୍ରୀ ଅମିତ ଶାହ ।
ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଉପରେ ଲୋକସଭାରେ ଆଲୋଚନା ଚାଲିଥିଲା। ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ନରବଣେଙ୍କ ଏକ ଅପ୍ରକାଶିତ ପୁସ୍ତକର ଲେଖା ସମ୍ପର୍କରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଥିଲେ। କହିଥିଲେ, ଭାରତୀୟ ସୀମା ନିକଟରେ ଚୀନର ସେନା ଟ୍ୟାଙ୍କର ଅଛି । ପୁସ୍ତକଟି ପ୍ରକାଶ ପାଇ ନଥିଲେ ମଧ୍ୟ ତାଙ୍କ ସୂତ୍ର ନିର୍ଭରଯୋଗ୍ୟ ଓ ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ନରବଣେଙ୍କ ସ୍ମୃତିକୁ ସେ ସମସ୍ତଙ୍କୁ ଅବଗତ କରାଉଛନ୍ତି ବୋଲି ରାହୁଲ ଗାନ୍ଧୀ କହିଥିଲେ। ଏହାକୁ ନେଇ ଗୃହରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ଅଧିକ ପଢନ୍ତୁ: ରାହୁଲ ଗାନ୍ଧୀଙ୍କ ଅଫିସରେ ଥରୁରଙ୍କ ସହ ‘ପାଵାର ମିଟିଂ’, ଦଳୀୟ କନ୍ଦଳକୁ ନେଇ ବଢ଼ିଲା ଚର୍ଚ୍ଚା
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହା ଉପରେ ଆପତ୍ତି ଉଠାଇଥିଲେ। ସେ କହିଥିଲେ,ଏକ ଅପ୍ରକାଶିତ ପୁସ୍ତକର ବିଷୟବସ୍ତୁ ଉଠାଇ ଗୃହର ନିୟମକୁ ଉଲ୍ଲଂଘନ କରାଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କହିଥିଲେ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଯାହା କହିଛନ୍ତି, ତାହା ସତ୍ୟ ନୁହେଁ। ଖବରକାଗଜ କ୍ଲିପିଙ୍ଗ୍, କୌଣସି ବହି ଓ ସେହିପରି କୌଣସି ଲେଖାକୁ ବିଶ୍ବାସ କରାଯାଇପାରିବ ନାହିଁ ବୋଲି ଅମିତ ଶାହ କହିଥିଲେ । ଏନେଇ କଂଗ୍ରେସ ପ୍ରତିକ୍ରିୟା ରହିଛି ପ୍ରସଙ୍ଗରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ହସ୍ତକ୍ଷେପ କରିଥିଲେ। ସଂସଦୀୟ ନିୟମ ବିଷୟରେ ଉଲ୍ଲେଖ କରି ଶାହ ଓ ରାଜନାଥଙ୍କୁ ସମର୍ଥନ କରିଥିଲେ ବିର୍ଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/02/rahul-gandhi-2026-02-02-19-42-29.jpg)