କନକ ବ୍ୟୁରୋ: ଘୋଷଣା ହୋଇଛି ପଦ୍ମ ପୁରସ୍କାର । ୧୩୧ଜଣଙ୍କୁ ଏହି ସମ୍ମାନ ଦେବା ପାଇଁ ସରକାର ଘୋଷଣା କରିଛନ୍ତି । ଏଥିରେ ୫ଟି ପଦ୍ମ ବିଭୂଷଣ ଥିବା ବେଳେ ୧୩ଟି ପଦ୍ମ ଭୂଷଣ ଏବଂ୧୧୩ଟି ପଦ୍ମଶ୍ରୀ ରହିଛି । ତେବେ ସରକାରଙ୍କ ଘୋଷଣା ପରେ ରାଜନୀତି ଜୋର୍ ଧରିଛି । ଆଗାମୀ ଦିନରେ ନିର୍ବାଚନ ହେବାକୁ ଥିବା ରାଜ୍ୟ ପାଇଁ ଅଧିକ ପୁରସ୍କାର ଘୋଷଣା କରଯାଇଥିବା କଂଗ୍ରେସ ଅଭିଯୋଗ କରିଛି
ପଦ୍ମ ପୁରସ୍କାର ରାଜନୀତି
ନିର୍ବାଚନ ସହ ଯୋଡ଼ିଲା କଂଗ୍ରେସ
ସରକାରଙ୍କ ଚୟନ ଉପରେ ଉଠାଇଲା ପ୍ରଶ୍ନ
କଂଗ୍ରେସ ନେତା ତଥା ସାଂସଦ କିର୍ତ୍ତି ଚିଦାମ୍ବରମ କହିଛନ୍ତି ପଦ୍ମ ପୁରସ୍କାର ବିଜେତାଙ୍କ ଚୟନକୁ ସହଜ କରିଦେଇଛନ୍ତି ସରକାର । ଏବେ କେବଳ ନିର୍ବାଚନ ହେବାକୁ ଥିବା ରାଜ୍ୟର ଲୋକଙ୍କୁ ବାଛିବାକୁ ପଡିବ । ଯଦି ସାରା ଦେଶରେ ଗୋଟିଏ ଦିନରେ ନିର୍ବାଚନ ହେବ ତାହାଲେ ପଦ୍ମ ପୁରସ୍କାର ଚୟନ ପ୍ରକ୍ରିୟା ଜଟିଳ ହେବ ବୋଲି ସେ ବ୍ୟଙ୍ଗ କରିଛନ୍ତି । ନିଜ ସୋସିଆଲ ମିଡିଆ ପୋଷ୍ଟରେ କିର୍ତ୍ତି ଲେଖିଛନ୍ତି ଏବେ ଭାରତରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ହେଉନି । ନହଲେ ସରକାର ସହଜରେ ପଦ୍ମ ପୁରସ୍କାର ବିଜେତାଙ୍କୁ ଚୟନ କରିପାରନ୍ତେ ନାହିଁ । ଏବେ କେବଳ ନିର୍ବାଚନ ହେବାକୁ ଥିବା ରାଜ୍ୟକୁ ଫୋକସ କରାଯାଉଛି । ଅନ୍ୟପଟେ ଜବାବ ରଖିଛି ବିଜେପି ।
ଅଧିକ ପଢନ୍ତୁ: ଭାରତରେ ତାଲିମ ନେବାକୁ ଆସିବେନି ବାଂଲାଦେଶୀ କ୍ୟାଡେଟ୍: ୟୁନୁସଙ୍କ ଭାରତ ବିରୋଧୀ ଏଜେଣ୍ଡାରେ ଜେନେରାଲ ଜମାନ
ପୂର୍ବ ଓ ପୂର୍ବୋତ୍ତର ରାଜ୍ୟରେ ବିଜେପିର ମୂଳଦୁଆ ଯେତିକି ମଜଭୁତ ସେତିକି ଦୁର୍ବଳ ଦକ୍ଷିଣ ଭାରତରେ ।ବର୍ତ୍ତମାନ ଦଳର ଫୋକସରେ କେରଳ ଓ ତାମିଲନାଡୁ ବିଧାନସଭା ନିର୍ବାଚନ ରହିବା ସ୍ବାଭାବିକ କଥା । ଏହି ରାଜ୍ୟର ଲୋକଙ୍କୁ ଅଧିକ ପଦ୍ମ ପୁରସ୍କାର ଦିଆଯିବା, ପ୍ରାଧାନ୍ୟ ଦବା ବିରୋଧୀଙ୍କ ଆଖିରେ ବିଜେପିର ଏକ ଗୋଟିଚାଳନା ବିବେଚନା କିଛି ବଡ କଥା ନୁହେଁ ।
କେଉଁ ରାଜ୍ୟକୁ ମିଳିଛି କେତେ ପଦ୍ମ ପୁରସ୍କାର
ନିର୍ବାଚନ ହେବାକୁ ଥିବା ରାଜ୍ୟ କେରଳ, ତାମିଲନାଡୁ, ପଶ୍ଚିମବଙ୍ଗକୁ ଅଧିକ ପୁରସ୍କାର ମିଳିବ । କେରଳକୁ ୮, ତାମିଲନାଡୁକୁ ୧୩ ଏବଂ ପଶ୍ଚିମବଙ୍ଗର ୧୧ଜଣଙ୍କୁ ପୁରସ୍କାର ପ୍ରଦାନ କରାଯିବ । ଚଳିତବର୍ଷ ୫ଟି ପଦ୍ମ ବିଭୂଷଣରୁ ୩ଜଣ କେରଳର ଅଟନ୍ତି । ସବୁଠୁ ଅଧିକ ୧୫ଟି ପଦ୍ମ ପୁରସ୍କାର ମହାରାଷ୍ଟ୍ର ପାଇବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/26/karti-chidambaram-2026-01-26-20-50-22.jpg)