କନକ ବ୍ୟୁରୋ : ଏବେ ମେଳା, ମହୋତ୍ସବର ଋତୁ । ଗାଁ ହେଉ କି ସହର, ପ୍ରାୟ ସବୁ ଜାଗାରେ ଚାଲିଛି ମେଳା ଆଉ ମହୋତ୍ସବ । ମେଳାରେ ରାମଦୋଳି, ଜିଗ୍ଜାଗ ଭଳି ବିଭିନ୍ନ ପ୍ରକାର ଦୋଳି ପଡ଼ୁଛି । ହେଲେ ଅନେକ ସମୟରେ ରାମଦୋଳିରେ ଦୁର୍ଘଟଣା ଖବର ସାମ୍ନାକୁ ଆସୁଥିବା ବେଳେ ବାଲେଶ୍ଵରରେ ବୋଧେ ଅଘଟଣକୁ ଅପେକ୍ଷା କରିଛି ପ୍ରଶାସନ । ତେବେ କେତେ ସୁରକ୍ଷିତ ଦୋଳି । ଏହାକୁ ନେଇ ଉଠିଛି ପ୍ରଶ୍ନ ।
ରାମଦୋଳିର ଅଧାରୁ ଅଧିକ କ୍ୟାବିନରେ କଳଙ୍କି ଲାଗି ଭାଙ୍ଗି ଗଲାଣି । କ୍ୟାବିନ୍ର ଲୁହା ପାତ ମଧ୍ୟ ଭାଙ୍ଗି ଗଲାଣି । ପାଦ ରଖିବା ଜାଗା ଅବସ୍ଥା କଥା ନକହିବା ଭଲ । ଏଭଳି ଭଙ୍ଗାରୁଜା ଦୋଳି ମେଳାରେ ଲାଗୁଛି ଓ ଲୋକେ ବିପଦପୂର୍ଣ୍ଣ ଭାବେ ବସୁଛନ୍ତି । କିନ୍ତୁ ଏହି ଦୋଳି ଲାଗିବା ପୂର୍ବରୁ ପ୍ରଥମେ ଦୋଳିର ଫିଟନେସ୍ ପ୍ରମାଣପତ୍ର ପ୍ରଶାସନ ଓ ପୁଲିସ ପାଖରେ ଦାଖଲ କରାଯାଇଥାଏ । ଏହାପରେ ଦୋଳି ଲଗାଇବାକୁ ଅନୁମତି ମିଳେ । ଜଣେ ଯନ୍ତ୍ରୀ ଦୋଳି ସ୍ଥିତି ପରଖିବା କଥା। ପ୍ରତିଦିନ ଯାଞ୍ଚ ହେବା କଥା । ମାତ୍ର ବାଲେଶ୍ଵରରେ ସବୁ ନିୟମକୁ ଫୁ କରି ଉଡ଼ାଇ ଦିଆଯାଇଛି ।
ଅଧିକ ପଢ଼ନ୍ତୁ : କଟକ ବାଲିଯାତ୍ରାରେ ଟଳିଗଲା ବଡ଼ ଅଘଟଣ: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୭୦ ଫୁଟ ଉଚ୍ଚରେ ଅଟକି ଗଲା ଦୋଳି
ଏହିସବୁ ଦୋଳି ଝାଡ଼ଖଣ୍ଡରୁ ଆସୁଛି । ଦୋଳି ମାଲିକ ଗୋଟେ ଲେଖା ଦେଇ ଦେଉଛନ୍ତି । ଆଉ ସେଥିରେ ମେଳାରେ ବୁଲୁଛି ଦୋଳି । ଏଠାରେ ପ୍ରଶ୍ନ ଉଠୁଛି ଯଦି କିଛି ଅଘଟଣ ଘଟେ ସେଥିପାଇଁ କିଏ ରହିବ ଦାୟୀ ? ଦୁର୍ଘଟଣା ହେବା ପରେ ଚେତିବ କି ପ୍ରଶାସନ ? ଏ ସଂକ୍ରାନ୍ତରେ ପଚାରିବାରୁ ଅବହେଳା ହୋଇଥିବା ସ୍ୱୀକାର କରିଛନ୍ତି ଏଡିଏମ୍ । ଆଗକୁ ଏ ଦିଗରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/07/bls-2026-01-07-18-59-47.jpg)