କନକ ବ୍ୟୁରୋ : ଦୁଃଖର ସଂଜ୍ଞା କହିଲେ ବୋଧହୁଏ ଶ୍ରୀମତୀଙ୍କୁ ବୁଝାଏ। ନାଁ ସିନା ଶ୍ରୀମତୀ ହେଲେ ସେ ଶ୍ରୀହୀନ। ନା ଅଛି ମୁଣ୍ଡ ଉପରେ ଛାତ ଘର ନା ନିଜ ବୋଲି କହିବାକୁ କେହି ଆପଣାର। ଏ ଦୁଃଖ ତାଙ୍କର ଏବେର ନୁହେଁ । ଦୀର୍ଘ ପଚାଶ ବର୍ଷ ଧରି ଭୂମିହୀନ ଓ ଆବାସ ବିହୀନ ହୋଇ ଅତ୍ୟନ୍ତ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି ଯାଜପୁର ଏରବାଙ୍କ ପଞ୍ଚାୟତର ଶ୍ରୀମତୀ ବେହେରା। ଭାଗ୍ୟକୁ ଆଦରି ଖଣ୍ଡେ ଭଙ୍ଗା କୁଡ଼ିଆରେ ପଡ଼ିଛନ୍ତି । ପରିବାର କହିଲେ କେହି ନାହିଁ। ସ୍ବାମୀ ଛାଡ଼ି ପଳାଇଥିବା ବେଳେ ଏବେ ଶ୍ରୀମତୀ ଏକାକୀ ଅନାବାଦୀ ଜାଗାରେ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି। ଘର ଖଣ୍ଡେ ପାଇଁ ଅନେକ ଗୁହାରି କରିଛନ୍ତି। ସରକାରୀ ଅଫିସ ଦୁଆରେ ବସିଛନ୍ତି। ହେଲେ ଏ ଯାଏଁ ରାଜନେତାଙ୍କ ଠାରୁ ଆରମ୍ଭ କରି ପ୍ରାଶାସନିକ ଅଧିକାରୀ ପର୍ୟ୍ୟନ୍ତ, କାହାର ବି ଦୃଷ୍ଟି ପଡ଼ିନି ଶ୍ରୀମତୀଙ୍କ ଉପରେ। ପ୍ରଶାସନ ବସୁନ୍ଧରା ଯୋଜନାରେ ଜାଗା ଓ ଘର ଖଣ୍ଡିଏ ଯୋଗାଇ ଦେଲେ ଜୀବନର ଅବଶିଷ୍ଟ ବୟସ ଶାନ୍ତିରେ କାଟି ପାରନ୍ତେ ବୋଲି କୁହନ୍ତ ଶ୍ରୀମତୀ।
ଅଧିକ ପଢ଼ନ୍ତୁ : ସ୍ୱାସ୍ଥ୍ୟସେବା ଯୋଗାଇବାରେ ବିଫଳ ସ୍ୱାସ୍ଥ୍ୟବିଭାଗ, ଯାଜପୁର ବରୀରେ ସୁରକ୍ଷାକର୍ମୀଙ୍କ ହାତରେ ସ୍ୱାସ୍ଥ୍ୟସେବା
- ଦୁଃଖର ଅନ୍ୟନାମ ଶ୍ରୀମତୀ
- ଶ୍ରୀହୀନ ଜୀବନ ବଞ୍ଚୁଛନ୍ତି ଶ୍ରୀମତୀ
- ନା ଅଛି ମୁଣ୍ଡ ଉପରେ ଛାତ ଘର
- ନା ନିଜ ବୋଲି କହିବାକୁ କେହି ଆପଣାର
- ପଚାଶ ବର୍ଷ ଧରି ଭୂମିହୀନ ଓ ଆବାସବିହୀନ
- ଅତ୍ୟନ୍ତ ଦୁଃଖରେ ବଞ୍ଚୁଛନ୍ତି ଶ୍ରୀମତୀ
Follow Us