Photograph: (KANAKNEWS)
କନକବ୍ୟୁରୋ : ଆଜି ସ୍ବାଭାବିକ ହୋଇଛି ଲିଙ୍ଗରାଜ ପ୍ରଭୁଙ୍କ ନୀତିକାନ୍ତି। ମଙ୍ଗଳ ଆଳତୀ ସରିବା ପରେ ଚାଲିଛି ସାଧାରଣ ଦର୍ଶନ। ମଙ୍ଗଳବାର ଠାରୁ ପ୍ରଭୁ ଲିଙ୍ଗରାଜଙ୍କ କ୍ଷୀର ଆଉଟା ନୀତିକୁ ନେଇ ବିବାଦ ଉପୁଜିଥିଲା ଏବଂ ନୀତି ବନ୍ଦ ରହିଥିଲା । ସଂକ୍ରାନ୍ତିର ପୂର୍ବ ଦିନ ଠାକୁରଙ୍କ ଘୃତ କମ୍ବଳ ନୀତି ହୋଇପାରିନଥିଲା । ଏଥିପାଇଁ ମକର ସଂକ୍ରାନ୍ତିରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିଥିଲା । କିନ୍ତୁ ଅନ୍ୟ ଦିନ ଭଳି ଆଜି ସ୍ବାଭାବିକ ଭାବେ ଚାଲିଛି ନୀତିକାନ୍ତି । କିନ୍ତୁ ଏବେବି ବ୍ରାହ୍ମଣ ଓ ବଡୁ ନିଯୋଗ ମଧ୍ୟରେ ନୀତିକାନ୍ତିକୁ ନେଇ ଜାରି ରହିଛି ତିକ୍ତତା । ୨୦୨୪ ଯାଏଁ ବଡୁ ସେବାୟତ ଘୃତକମ୍ବଳ ନୀତି କରୁଥିଲେ । ହଠାତ ୨୦୨୫ ରେ କାହିଁକି ଏଥିରେ ପରିବର୍ତ୍ତନ ହେଲା ବୋଲି ବଡୁ ନିଯୋଗ ପ୍ରଶ୍ନ କରିଛି। ଏନେଇ କୋର୍ଟରେ ମାମଲା ବି ରହିଛି । ୨୦୨୬ ଫେବ୍ରୁଆରୀରେ ପରବର୍ତ୍ତୀ ଶୁଣାଣି ହେବ ।
ସାରା ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରି ଜାରି : ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଏନେଇ ଦେବୋତ୍ତର କମିଶନ ନିକଟରେ ଅଭିଯୋଗ ହୋଇଥିଲା । ମନ୍ଦିର ପ୍ରଶାସନ ଏଥିରେ ହସ୍ତକ୍ଷେପ କରିଥିଲେ କ୍ଷୀର ଆଉଟା ନୀତିକୁ ବାଦ ଦେଇ ଅନ୍ୟ ସମସ୍ତ ନୀତି ହୋଇପାରିଥାନ୍ତା ବୋଲି କହିଛନ୍ତି କିଛି ସେବାୟତ। ସୂଚନା ଅନୁଯାୟୀ ମକରସଂକ୍ରାନ୍ତି ପୂର୍ବ ଦିନ ନବାଙ୍କ ବେଢ଼ା ନୀତିରେ କ୍ଷୀର କିଏ ଆଉଟିବେ ତାକୁ ନେଇ ଉପୁଜିଥିଲା ବିବାଦ । ଏନେଇ ବଡ଼ୁ ନିଯୋଗ ଓ ବ୍ରାହ୍ମଣ ନିଯୋଗ ମୁହାଁମୁହିଁ ହୋଇଥିଲେ । ଉଭୟ ନିଯୋଗଙ୍କ ବିବାଦ ଯୋଗୁଁ ମଙ୍ଗଳବାର ରାତିରୁ ହୋଇ ପାରିନି ଭୋଗ । ଫଳରେ ଠାକୁର ଓପାସରେ ରହିଛନ୍ତି । ଅନ୍ୟପଟେ ଶ୍ରଦ୍ଧାଳୁ ଠାକୁରଙ୍କୁ ଦର୍ଶନ କରୁଥିବା ବେଳେ ଭୋଗ ମଧ୍ୟ କରୁଛନ୍ତି ହେଲେ ଏହାର ଫଳ ଶୂନ ବୋଲି କହିଛନ୍ତି ଶ୍ରଦ୍ଧାଳୁ । ଗତବର୍ଷରୁ ଏହି ବିବାଦ ରହିଥିବା ବେଳେ ପ୍ରଶାସନ ବା ଦେଵତ୍ତୋର କମିସନ ଏଥିରେ ହସ୍ତକ୍ଷେପ କରିନାହାନ୍ତି ।
ଗତ ବର୍ଷ ମକର ସଂକ୍ରାନ୍ତିରେ ଏହି ବିବାଦ ଉଠିଥିବା ବେଳେ ୩ଦିନ ମନ୍ଦିରରେ ନୀତି ବନ୍ଦ ରହିଥିଲା । ତେବେ ୧୦ମାସ ବିତିଯିବା ପରେ ଗତବର୍ଷ ଡିସେମ୍ବରରେ ସୁଆର ଏହି ସେବା କରିବାକୁ ଜିଲାପାଳ ନିର୍ଦେଶ ଦେଲେ ଯାହାକୁ ବଡ଼ୁ ନିଯୋଗ ବିରୋଧ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ପ୍ରସଙ୍ଗରେ କୋର୍ଟ ରହିତାଦେଶ ଜାରି କରିଛନ୍ତି । ତେଣୁ ନୀତି ବନ୍ଦ ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି ଉଭୟ ସେବାୟତ। ସେପଟେ ନୀତିକାନ୍ତି ବନ୍ଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ନୀତି ବନ୍ଦ କରିଥିବା ସେବାୟତଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ଏଭଳି କଡ଼ା ଚେତାବନୀ ଦେଇଥିଲେ ଏକାମ୍ର ବିଧାୟକ ।
Follow Us