କନକବ୍ୟୁରୋ :ସାରା ରାଜ୍ୟରେ ଥଣ୍ଡାର ପ୍ରକୋବ ଜାରି ରହିଛି । ରାଜ୍ୟର ସର୍ବନିମ୍ନ ପାରଦ ସ୍ତର ପୁଣି ତଳକୁ ଖସିଛି। ରାଜ୍ୟର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି । ଏପଟେ ପାଣିପାଗ ବିଭାଗର ଆକଳନ ଆହୁରି ଦୁଇ ଦିନ ଯାଏଁ ଶୀତ ଲହରରି ନିସ୍ତାର ମିଳିବ ନାହିଁ । ରାଜଧାନୀ ଭୁବନେଶ୍ଵର ଓ କଟକର ରାତି ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରି ତଳେ ରହିଛି । ଆଜି ୧୧ଟି ଜିଲ୍ଲାକୁ ଶୀତ ଲହରି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଧା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, କନ୍ଧମାଳ, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ଶୀତ ଲହରି ପ୍ରବାହିତ ହେବାର ସମ୍ଭାବନା ଥିବାରୁ ୟେଲୋ ୱାଣ୍ଡିଂ ଜାରି ହୋଇଛି ।

Advertisment

୧୬ତାରିଖ ଦିନ ବି ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଧା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, କନ୍ଧମାଳ, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର କିଛି କିଛି ଅଞ୍ଚଳରେ ଶୀତ ଲହରି ପଡ଼ିପାରେ। ଏଣୁ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାଣ୍ଡିଂ ଜାରି ହୋଇଛି ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ ।

ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଓଡ଼ିଶାର ସବୁଠାରୁ କମ୍‌ ତାପମାତ୍ରା ଏବଂ ଶୀତର ସହର ତଥା କନ୍ଧମାଳ ଜିଲ୍ଲା  ‘ଘୁ.ଉଦୟଗିରି’ରେ ଶୀତ ଲହରୀ ଜାରି ରହିଥିବା ବେଳେ ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଅଞ୍ଚଳ । ଘୁ.ଉଦୟଗିରି ଗତ ଦୁଇ ସପ୍ତାହ ହେଲା ତାପମାତ୍ରା କସିବାରେ ଲାଗିଛି । ଶୀତର ଲୁଚକାଳି ଚାଲିଥିବା ବେଳେ ହଠାତ୍ କିଛି ଦିନ ହେଲା ଥଣ୍ଡା ବଢ଼ିଛି। ଗତ ସପ୍ତାହେ ହେଲା ସନ୍ଧ୍ୟା ହେଲେ ଅସହ୍ଯ ଥଣ୍ଡା ଅନୁଭୂତ ହେଉଛି । ଧୀରେ ଧୀରେ ବଢୁଛି ରାତିର  ତାପମାତ୍ରା  ଆଜି ତାପମାତ୍ରା ୩.୭ ଡିଗ୍ରି ରେକର୍ଡ କରାଯାଇଛି । ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଶୀତଳ ସହର ଭାବେ ରେକର୍ଡ଼ କରିଛି ।

ଘନଉଛି ଇରାନ-ଆମେରିକା ବିବାଦ : ଆନ୍ଦୋଳନକାରୀଙ୍କୁ ଟ୍ରମ୍ପଙ୍କ ସହାୟତା ଘୋଷଣା ପରେ ବଢ଼ିଲା ଯୁଦ୍ଧ ଆଶଙ୍କା

ହାଡ଼ଭଙ୍ଗା ଶୀତରେ ଘୁ.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ଲୋକେ ନିଆଁକୁ ଆଶ୍ରା କରି ରହୁଥିବା ଦେଖିବାକୁ ମିଳିଛି । ପ୍ରବଳ ଶୀତ ସାଙ୍ଗକୁ ଜାଡ଼ ଓ ଥଣ୍ଡା ଯୋଗୁଁ ଅଞ୍ଚଳବାସୀ ଖରା ଓ ନିଆଁର ସାହାରା ନେଉଛନ୍ତି । ପ୍ରବଳ କୁହୁଡ଼ି ଯୋଗୁଁ ଯାନବାହନ ଯାତାୟାତରେ ଅସୁବିଧା ହେଉଥିବା ବେଳେ ଦୁର୍ଘଟଣା ଘଟୁଛି ।  କହିବାକୁ ଗଲେ ପ୍ରବଳ ଶୀତ ଯୋଗୁଁ ଘୁ.ଉଦୟଗିରିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

ଶୀତ ଦାଉରୁ ରକ୍ଷା ପାଇବାକୁ ସନ୍ଧ୍ୟା ପୂର୍ବରୁ ଲୋକେ ନିଆଁ ଲଗାଇ ବସୁଛନ୍ତି । ପ୍ରବଳ ଥଣ୍ଡା ତୁଷାରପାତ ଯୋଗୁଁ ନୂଆବର୍ଷ ଆରମ୍ଭରୁ ଘୁ.ଉଦୟଗିରି ଅଞ୍ଚଳର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ବଣଭୋଜି ନିମନ୍ତେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି ।  ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରିରେ ଅଧିକ ଶୀତ ସହ ଜାଡ଼ ଥଣ୍ଡା ହେଉଥିଲେ ମଧ୍ୟ ପ୍ରଶାସନ ତରଫରୁ ଅଞ୍ଚଳରେ ପର୍ଯ୍ୟଟନ ର ବିକାଶ ପ୍ରତି ଗୁରୁତ୍ୱ ଦେଉନଥିବା ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।