କନକ ବ୍ୟୁରୋ: ଦେଶର ହାଇୱେରେ ଯାତ୍ରା କରିବାର ଶୈଳୀ ବଦଳିବାକୁ ଯାଉଛି । ହାଇୱେ ଯାତ୍ରାକୁ ସମ୍ପୂର୍ଣ୍ଣ ରୂପେ ଡିଜିଟାଲ୍ କରିବା ଦିଗରେ ସରକାର ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏପ୍ରିଲ୍ ୧ ତାରିଖରୁ ଦେଶର ସମସ୍ତ ଜାତୀୟ ରାଜପଥରେ ଥିବା ଟୋଲ୍ ପ୍ଲାଜାରେ ନଗଦ ଅର୍ଥ ପୈଠ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ । ଏବେ ଟୋଲ୍ ଟ୍ୟାକ୍ସ କେବଳ FASTag କିମ୍ବା UPI ମାଧ୍ୟମରେ ହିଁ ଦେଇହେବ । ସରକାରଙ୍କ ମତରେ ଏହି ନିଷ୍ପତ୍ତି ଦ୍ୱାରା କେବଳ ଯାତ୍ରା ସହଜ ହେବ ନାହିଁ, ବରଂ ସମୟ, ତେଲ ଏବଂ ଅର୍ଥର ମଧ୍ୟ ସଞ୍ଚୟ ହେବ ।
କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ସଚିବ ଭି. ଉମାଶଙ୍କର କହିଛନ୍ତି ଯେ, ଭାରତ ଦ୍ରୁତ ଗତିରେ ଡିଜିଟାଲ୍ ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଛି । ପ୍ରଥମେ UPI ମାଧ୍ୟମରେ ଟୋଲ୍ ପୈଠ କରିବାର ସୁବିଧା ଆରମ୍ଭ କରାଯାଇଥିଲା, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏବେ ସରକାର ଟୋଲ୍ ପ୍ଲାଜାରେ କ୍ୟାସ୍ ପେମେଣ୍ଟ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏପ୍ରିଲ୍ ୧ ପରେ ଟୋଲ୍ ପ୍ଲାଜାରେ କେବଳ FASTag କିମ୍ବା UPI ହିଁ ଗ୍ରହଣ କରାଯିବ ।
ଏହି ନିଷ୍ପତ୍ତି ପରେ ସାରା ଦେଶର ଟୋଲ୍ ପ୍ଲାଜାରେ କ୍ୟାସ୍ ଲେନ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ । ଏହାଦ୍ୱାରା ମାନୁଆଲ୍ ଟଙ୍କା ଆଦାୟ ଯୋଗୁଁ ଲାଗୁଥିବା ଲମ୍ବା ଲାଇନରୁ ମୁକ୍ତି ମିଳି ବ। ସରକାରଙ୍କ କହିବା ଅନୁଯାୟୀ, କ୍ୟାସଲେସ୍ ଟୋଲିଂ ଦ୍ୱାରା ବ୍ୟବସ୍ଥା ଅଧିକ ଦ୍ରୁତ, ସ୍ୱଚ୍ଛ ଏବଂ ବିଶ୍ୱାସଯୋଗ୍ୟ ହେବ । ଏବେ ମଧ୍ୟ ଅନେକ ଲୋକ FASTag ଥାଇ ମଧ୍ୟ କ୍ୟାସ୍ ବ୍ୟବହାର କରୁଥିଲେ, ଯାହାଫଳରେ ବିଶେଷ କରି ପର୍ବପର୍ବାଣୀ ଏବଂ ଭିଡ଼ ସମୟରେ ଟ୍ରାଫିକ୍ ଜାମ୍ ପରିସ୍ଥିତି ସୃଷ୍ଟି ହେଉଥିଲା ।
ଟୋଲ୍ ପ୍ଲାଜାରେ ବାରମ୍ବାର ଗାଡ଼ି ଅଟକିବା ଦ୍ୱାରା ଗାଡ଼ିର ତେଲ ଅଧିକ ଖର୍ଚ୍ଚ ହୁଏ ଏବଂ ଡ୍ରାଇଭରମାନେ ମଧ୍ୟ ଥକି ଯାଆନ୍ତି । ଭି. ଉମାଶଙ୍କରଙ୍କ ଅନୁଯାୟୀ, ପ୍ରତିଥର ଅଟକିବା ଏବଂ ପୁଣି ଗାଡ଼ି ଚଲାଇବା ଦ୍ୱାରା ସମୟ ଓ ଡିଜେଲ ଉଭୟ ନଷ୍ଟ ହୁଏ । ଦୂରଯାତ୍ରା ସମୟରେ ଏହି କ୍ଷତି ଆହୁରି ଅଧିକ ହୋଇଥାଏ । କ୍ୟାସଲେସ୍ ସିଷ୍ଟମ ଦ୍ୱାରା ଏହି ସମସ୍ୟା ବହୁ ପରିମାଣରେ ଦୂର ହୋଇଯିବ।
ଆହୁରି ପଢ଼ନ୍ତୁ... ‘ରୋହିତଙ୍କୁ ଅଧିନାୟକ ପଦରୁ ହଟାଇଛନ୍ତି ଗମ୍ଭୀର': ପୂର୍ବତନ କ୍ରିକେଟରଙ୍କ ସାଂଘାତିକ ଅଭିଯୋଗ
କ୍ୟାସଲେସ୍ ଟୋଲ୍ର ଏହି ନିଷ୍ପତ୍ତି ଭବିଷ୍ୟତର ଏକ ବଡ଼ ଯୋଜନାର ପ୍ରସ୍ତୁତି ବୋଲି ମଧ୍ୟ ବିଚାର କରାଯାଉଛି । ସରକାର ଖୁବ୍ ଶୀଘ୍ର 'ମଲ୍ଟି ଲେନ୍ ଫ୍ରି ଫ୍ଲୋ' ଟୋଲିଂ ସିଷ୍ଟମ ଲାଗୁ କରିବାକୁ ଯାଉଛନ୍ତି । ଏହି ବ୍ୟବସ୍ଥାରେ ଟୋଲ୍ ପ୍ଲାଜାରେ କୌଣସି ଫାଟକ ରହିବ ନାହିଁ ଏବଂ ଗାଡ଼ିଗୁଡ଼ିକ ବିନା ଅଟକି ହାଇୱେରେ ଯାଇପାରିବେ । ଟୋଲ୍ ଶୁଳ୍କ ଆପେ ଆପେ FASTag ଏବଂ ଭେହିକିଲ ଆଇଡେଣ୍ଟିଫିକେସନ ସିଷ୍ଟମ ମାଧ୍ୟମରେ କଟିଯିବ।
ସରକାର MLFF ସିଷ୍ଟମର ପାଇଲଟ୍ ପ୍ରୋଜେକ୍ଟ ପାଇଁ ସାରା ଦେଶରେ ୨୫ଟି ଟୋଲ୍ ପ୍ଲାଜାକୁ ଚିହ୍ନଟ କରିଛନ୍ତି । ଏଠାରେ ଏହି ନୂତନ ବୈଷୟିକ ଜ୍ଞାନକୌଶଳ ଲାଗୁ କରିବା ପୂର୍ବରୁ ନିୟମ ଏବଂ ଯାତ୍ରୀମାନଙ୍କ ଅନୁଭୂତିର ଯାଞ୍ଚ କରାଯି ବ। ଏହା ପରେ ଏହି ସିଷ୍ଟମକୁ ସାରା ଦେଶରେ ଲାଗୁ କରିବାକୁ ଯୋଜନା ରହିଛି । ଏହାଦ୍ୱାରା ଜାମ୍ କମ୍ ହେବ, ଯାତ୍ରା ସମୟ କମିବ ଏବଂ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ।
ସରକାର ଯାତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି ଯେ, ସେମାନେ ଏପ୍ରିଲ୍ ୧ ପୂର୍ବରୁ ନିଜର FASTag କୁ ସକ୍ରିୟ ରଖନ୍ତୁ ଏବଂ ସେଥିରେ ପର୍ଯ୍ୟାପ୍ତ ବାଲାନ୍ସ ସୁନିଶ୍ଚିତ କରନ୍ତୁ, କିମ୍ବା UPI ପୈଠ ପାଇଁ ପ୍ରସ୍ତୁତ ରୁହନ୍ତୁ । କ୍ୟାଶଲେସ୍ ଟୋଲିଂ ଏବଂ ବ୍ୟାରିୟର-ମୁକ୍ତ ହାଇୱେର ଏହି ପଦକ୍ଷେପ ଭାରତର ସଡ଼କ ଯାତ୍ରାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇବାକୁ ଯାଉଛି । ଆଗାମୀ ସମୟରେ ଟୋଲ୍ ପ୍ଲାଜାଗୁଡ଼ିକରେ କୌଣସି ପ୍ରକାରର ଜାମ୍ ଲାଗିବ ନାହିଁ ଏବଂ ଯାତ୍ରା ଆହୁରି ଉନ୍ନତ ଓ ସହଜ ହେବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2026/01/16/fastag-2026-01-16-17-15-25.png)