ମହାକାର୍ତ୍ତିକରେ ଉପବାସରେ ଲିଙ୍ଗରାଜ ମହାପ୍ରଭୁ,  ସେବା ବନ୍ଦ କଲେ ସମର୍ଥା ନିଯୋଗ ସେବାୟତ

ସାହାଣ ମେଲା, ସୂର୍ଯ୍ୟପୂଜା ପରେ ଦ୍ୱାରପାଳ ପୂଜା ପରଠୁ ନୀତିକାନ୍ତି ବନ୍ଦ

Lingaraj temple

Lingaraj temple Photograph: (KanakNews)

କନକ ବ୍ୟୁରୋ;  କାର୍ତ୍ତିକ ମାସ ପରି ପବିତ୍ର ଧର୍ମମାସରେ ଦେଖା ଦେଇଛି ମହାବିଭ୍ରାଟ । କାର୍ତ୍ତିକରେ ବୁଧବାର ଉପାସରେ ରହିଲେ ପ୍ରଭୁ ଲିଙ୍ଗରାଜ । ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ବନ୍ଦ କଲେ ସେବାୟତ। ପାଳି ଥିବା ସମର୍ଥା ନିଯୋଗ ସେବାୟତ ବନ୍ଦ କରିଛନ୍ତି ଲିଙ୍ଗରାଜଙ୍କ ସେବା ।

ବନ୍ଦ ହେବନି ପ୍ରଭୁ ଲିଙ୍ଗରାଜଙ୍କ ସେବା ପୂଜା ନୀତି, ଚଳିତବର୍ଷ ପବିତ୍ରାରୋପଣ ନୀତିକୁ ବାଦ ଦେଇ ସ୍ୱାଭାବିକ ହେବ ଅନ୍ୟ ସମସ୍ତ ନୀତି

 ଗତକାଲି ସକାଳୁ ସାହାଣ ମେଲା, ସୂର୍ଯ୍ୟ ପୂଜା ପରେ ଦ୍ଵାରପାଳ ପୂଜା ପରଠୁ ନୀତି କାନ୍ତି ବନ୍ଦ କରିଛନ୍ତି ସେବାୟତ। ନିଅଂଶ ପାଳି ପଡୁଥିବାରୁ ମନ୍ଦିର ପ୍ରଶାସନ ବିବାଦରେ ହସ୍ତକ୍ଷପ କରି ସମାଧାନ ନକରିଥିବାରୁ ଲିଙ୍ଗରାଜ ମହାପ୍ରଭୁ ମହାକାର୍ତ୍ତିକ ମାସରେ ଖଡା ଉପବାସରେ ଅଛନ୍ତି । ଯାହାଦ୍ଵାରା ହଜାର ହଜାର ହବିଷ୍ୟାଳି ମହାପ୍ରଭୁଙ୍କ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଷ୍ଟୋରୀ ଅପଡେଟ୍‌ ହେଉଛି...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe