କନକ ବ୍ୟୁରୋ :   ବନ୍ଦ ହେବନି ପ୍ରଭୁ ଲିଙ୍ଗରାଜଙ୍କ ସେବା ପୂଜା ନୀତି । ୨୦୨୦ରୁ ବନ୍ଦ ହୋଇଥିବା ପବିତ୍ରାରୋପଣ ନୀତି ପାଇଁ ପ୍ରତିବର୍ଷ ଖାଡା ଉପାସ ରହୁଥିଲେ ପ୍ରଭୁ ଲିଙ୍ଗରାଜ । ହେଲେ ଚଳିତବର୍ଷ ପବିତ୍ରାରୋପଣ ନୀତିକୁ ବାଦ୍ ଦେଇ ଅନ୍ୟ ସମସ୍ତ ନୀତି ସ୍ବାଭାବିକ ଭାବେ ହେବ। ଦେବୋତ୍ତର ଆୟୁକ୍ତଙ୍କ ନିକଟରେ ମାମଲା ବିଚାରଧୀନ ଥିବାରୁ ପବିତ୍ରାରୋପଣ ନୀତିକୁ ବାଦ୍ ଦେଇ ସମସ୍ତ ନୀତି ହେବ । ଏନେଇ ଆଜି ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । ବଡୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ବିବାଦ ପାଇଁ ପବିତ୍ରାରୋପଣ ନୀତି ବନ୍ଦ ରହିଛି ।