ବହୁଚର୍ଚ୍ଚିତ ନିକିତା ହତ୍ୟା ମାମଲାରେ ଆସିଲା ରାୟ , ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

Advertisment

ବହୁଚର୍ଚ୍ଚିତ ନିକିତା ହତ୍ୟା ମାମଲାରେ ଆସିଲା ରାୟ । ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ୍ ନିକିତା ହତ୍ୟା ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ । ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କଟକ ଏଡିଜେ-୩ କୋର୍ଟ ।

ବହୁଚର୍ଚ୍ଚିତ ନିକିତା ହତ୍ୟା ମାମଲାରେ ଆସିଲା ରାୟ । ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ୍ ନିକିତା ହତ୍ୟା ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ । ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କଟକ ଏଡିଜେ-୩ କୋର୍ଟ ।

Murder Case

Murder Case Photograph: (Kanak News)

କନକ ବ୍ୟୁରୋ : ବହୁଚର୍ଚ୍ଚିତ ନିକିତା ହତ୍ୟା ମାମଲାରେ ଆସିଲା ରାୟ । ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ୍ ନିକିତା ହତ୍ୟା ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ । ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କଟକ ଏଡିଜେ-୩ କୋର୍ଟ । ଏହି ମାମଲାରେ ଲିପନର ବାପା ଓ ମାଆ ଖଲାସ ହୋଇଛନ୍ତି । ୨୦୧୯ରେ ନିଜ ଘର ଛାତରୁ ପଡ଼ି ନିକିତାଙ୍କ ମୃତ୍ୟୁ ହୋଇଥିଲା । ପରେ ଆଇପିସି ଧାରା ୩୦୨ରେ ହତ୍ୟା ମାମଲା ରୁଜୁ ହୋଇଥିଲା । ତେବେ ନଜର ପକାନ୍ତୁ ପୂରା ଘଟଣାକ୍ରମ ଉପରେ ।

ଅଧିକ ପଢନ୍ତୁ : ଯଦି ନହେଲୁ ମୋର, ହେବୁନି ଆଉ କାହାର : ବରଣମାଳା ସମୟରେ ବର ସାମ୍ନାରେ କନ୍ୟାଙ୍କୁ ଗୁଳି କରି ହତ୍ୟା କଲେ ପ୍ରେମିକ

- ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ଓରଫ୍ ନିକିତା ୨୦୧୬ରେ ଲିପନଙ୍କୁ ପ୍ରେମ ବିବାହ କରିଥିଲେ
- ଯୌତୁକ ଦାବି କରି ତାଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା
- ଶାଶୁ ଘରେ ଶାରୀରିକ ଓ ମାନସିକ ନିର୍ଯାତନା ନେଇ ଅଭିଯୋଗ ହୋଇଥିଲା
- ୨୦୧୯ ଜାନୁଆରି ୪ରେ ଛାତରୁ ଖସି ପଡ଼ି ଗୁରୁତର ହୋଇଥିଲେ ନିକିତା
- ୨୦୧୯ ଜାନୁଆରି ୫ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା   
- ସ୍ୱାମୀ ଲିପନ ଛାତରୁ ଠେଲି ନିକିତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା
- ୨୦୧୯ ଜାନୁଆରି ୮ରେ ଗିରଫ ହୋଇଥିଲେ ଅଭିଯୁକ୍ତ ସ୍ୱାମୀ ଲିପନ ସାହୁ
- ୨୦୨୨ରେ ଜାମିନରେ ମୁକୁଳିଥିଲେ ଲିପନ 
- ଲିପନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ସଜ୍ଜା ଶୁଣାଇଲେ କୋର୍ଟ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe