କନକ ବ୍ୟୁରୋ: କୋରାପୁଟ ପୁଲିସ ଦ୍ୱାରା ୧୮ଶହ ଲିଟର ଗଞ୍ଜେଇ ବା ହାଶିଶ ତେଲ ଜବତ। ଆନ୍ତର୍ରାଜ୍ୟ ଗଞ୍ଜେଇ ତେଲ ଅସ୍ଥାୟୀ ଉତ୍ପାଦନ କେନ୍ଦ୍ରକୁ ମଧ୍ୟ ନଷ୍ଟ କରାଯାଇଛି। ୧୮ଶହ ଲିଟରରୁ ଅଧିକ ଗଞ୍ଜେଇ ତେଲର ବଜାର ମୂଲ୍ୟ ପ୍ରାୟ ୨୦୦ କୋଟି ହେବା କଥା ଜଣାପଡ଼ିଛି। ଗଞ୍ଜେଇ ତେଲ ସହିତ ଏକ କ୍ବିଣ୍ଟାଲ ଗଂଜେଇ ଜବତ କରିଛି ପୁଲିସ ଏହି ଜବତ ସାମଗ୍ରୀର ବଜାର ମୂଲ୍ୟ ପ୍ରାୟ ପାଞ୍ଚ କୋଟି ହେବା କଥା ଜଣାପଡ଼ିଛି।

Advertisment

 ଅନେକ ଅସ୍ଥାୟୀ ଉତ୍ପାଦନ ଯନ୍ତ୍ରପାତି ଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏହି ଅଞ୍ଚଳଟି ଅତ୍ୟନ୍ତ ଦୁର୍ଗମ ଓ ପହଞ୍ଚିବାକୁ କଠିନ ଥିବା ସହିତ, ଉତ୍ପାଦନ ୟୁନିଟ ଗୁଡ଼ିକୁ ଶୀଘ୍ର ସଜାଇବା ଓ ଭାଙ୍ଗିଦେବା ସୁବିଧା ଥିବାରୁ, ପୂର୍ବରୁ ପୁଲିସ ଚଢ଼ାଉରେ ବଡ଼ ବାଧା ସୃଷ୍ଟି ହୋଇଥିଲା। ଏହି ଚଢ଼ାଉକୁ ଏସପି କୋରାପୁଟଙ୍କ ନେତୃତ୍ୱରେ ସଠିକ ଗୁପ୍ତଚର ସୂଚନା ଆଧାରରେ ପରିକଳ୍ପନା କରାଯାଇଥିଲା। ଜଲାପୁଟ ଜଳାଶୟ ପାଖରେ, ପାଡୁଆ ଥାନା ଅଧୀନରେ, ଓଡିଶା–ଆନ୍ଧ୍ରପ୍ରଦେଶ ସୀମାରେ ଅବସ୍ଥିତ ଜଙ୍ଗଲ ଅଞ୍ଚଳରେ ଅଛି ଏଇ କେନ୍ଦ୍ରକୁ ଧ୍ୱଶଂ କରିଛନ୍ତି। 

ଆହୁରି ପଢ଼ନ୍ତୁ:କେନ୍ଦ୍ରାପଡ଼ା ରାଜନଗର ଜୁଣଗଡି ଗାଁରେ ଅଘଟଣ, ମଣ୍ଡି ନିର୍ଯାତନା ସହି ନପାରି ଆଖି ବୁଜିଲେ ଚାଷୀ ତ୍ରିଲୋଚନ ନାୟକ