କନକ ବ୍ୟୁରୋ: ଆଉ ଯାତ୍ରା ମଞ୍ଚରେ ଶୁଣିବାକୁ ମିଳିବନି ତାଙ୍କ ସଂଳାପ, ତାଙ୍କ ଅଭିନୟ ଦେଖି ଆଉ ତାଳି ମାରିବେନି ଦର୍ଶକ । କାହିଁକି ନା ଆରପାରିରେ ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା ତଥା ନିର୍ଦ୍ଦେଶକ ଦେବୀ ରଥ । ତାରପୁର ଅପେରା ସହ ଇଷ୍ଟର୍ଣ୍ଣ ରେଡ୍-ବ୍ଲୁ ଭଳି କେତେକ ଯାତ୍ରା ପାର୍ଟିରେ ଦୀର୍ଘ ବର୍ଷ ଧରି ଅଭିନୟ କରିଥିବା ଏହି ଅଭିନେତାଙ୍କ ବିୟୋଗ ଯାତ୍ରା ଜଗତରେ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ୭୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । 

Advertisment

ଆହୁରି ପଢ଼ନ୍ତୁ : ଭୋଟରଙ୍କ ନଖରେ କାହିଁକି ଲଗାନ୍ତି ନୀଳ କାଳି? ଆଶ୍ଚର୍ଯ୍ୟ କରିଦେବ ଲିଟର ପିଛା ଦାମ୍

ତେବେ ଦୀର୍ଘ ୫୦ ବର୍ଷ ଧରି ଯାତ୍ରା ଜଗତରେ ସେ ସକ୍ରିୟ ଥିଲେ । କୁହାଯାଉଛି ଯେ, ଅତ୍ୟଧିକ ଡିଜେ ସାଉଣ୍ଡ ଯୋଗୁଁ ତାଙ୍କର ହୃଦଘାତ ହୋଇଥିଲା । ଗତକାଲି ନିଜ ଘର ପାରାଦୀପଗଡ଼ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୂଚନା ଅନୁସାରେ ସେ କୃଷ୍ଣଚନ୍ଦ୍ର ରଥଙ୍କ 'ତ୍ରିନାଥ ମେଳା'  ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । 

ଆହୁରି ପଢ଼ନ୍ତୁ : ବିହାର ମତଦାନର ଦିନକ ପୂର୍ବରୁ ପୁଣି ଭୋଟ୍ ଚୋରି ଅଭିଯୋଗ : ଏଥର ରାହୁଲଙ୍କ ନିଶାନାରେ ହରିୟାଣା ବିଧାନସଭା ନିର୍ବାଚନ

ଦେବୀ ରଥ କେବଳ ଜଣେ ଅଭିନେତା ନଥିଲେ ବରଂ ନିର୍ଦ୍ଦେଶନା ମଧ୍ୟ ଦେଉଥିଲେ । ଜଣେ ଉଚ୍ଚକୋଟୀର ଅଭିନେତା ଭାବେ ତାଙ୍କର ସୁନାମ ରହିଛି । ହିରୋ, ଭିଲିଆନ ସହ ବାପା ଭୂମିକାରେ ତାଙ୍କ ଅଭିନୟ ସମସ୍ତଙ୍କୁ ଯାତ୍ରା ପେଣ୍ଡାଲକୁ ଟାଣିନେଉଥିଲା । ବାଟ ଛାଡ ଷଣ୍ଢ ଆସିଛି, ଜେଲ ଟାଇଗର, ଡ଼ିମିରି ଫୁଲ ଭଳି ସୁପରହିଟ ଯାତ୍ରାରେ ଦେବୀ ରଥଙ୍କର ନିଖୁଣ ଅଭିନୟ ସ୍ପଷ୍ଟ ବାରି ହୋଇପଡ଼ିଥିଲା । ପ୍ରଖ୍ୟାତ ନାଟ୍ୟକାର ଅନନ୍ତ ଓଝାଙ୍କର ଅନେକ ନାଟକରେ ଦେବୀ ରଥ ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି । ଇଷ୍ଟର୍ଣ୍ଣ ବ୍ଲୁରେ ସେ ଦୀର୍ଘ ବର୍ଷ ଧରି ଅଭିନୟ କରିଥିଲେ । ଛତା ଚିହ୍ନ ଜିନ୍ଦାବାଦ ତାଙ୍କର ବେଶ ଚର୍ଚ୍ଚିତ ନାଟକ ମଧ୍ୟରୁ ଅନ୍ୟତମ ନାଟକ ।