କନକବ୍ୟୁରୋ : ବିହାର ମତଦାନର ଦିନକ ପୂର୍ବରୁ ପୁଣି ଭୋଟ୍ ଚୋରି ଅଭିଯୋଗ ଆଣି ବର୍ଷିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ।  ଏଥର ରାହୁଲଙ୍କ ନିଶାନାରେ ହରିୟାଣା ବିଧାନସଭା ନିର୍ବାଚନ ।  ପୂର୍ବରୁ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଛତିଶଗଡ଼ରେ ଭୋଟ୍ ଚୋରି ହୋଇଥିବା ନେଇ ଅଭିଯୋଗ ଆଣିଥିଲେ ।  ଏବେ ହରିୟାଣାରେ ହୋଇଥିବା ହେରଫେରକୁ ନେଇ ଗୁରୁତର ଅଭିଯୋଗ କରିଛନ୍ତି ।  

Advertisment

ଅଧିକ ପଢନ୍ତୁ ....  ଜେଜେ ମା’ଙ୍କୁ ଆସିଥିଲା ହାର୍ଟ ଆଟାକ୍, ଦୁଃଖକୁ ଚାପି ଦେଶ ପାଇଁ ଖେଳିଥିଲେ, ଭାରତ ଜିତିବା ପରେ କାନ୍ଦିଲେ ଅମନଜୋତ୍

ସାମ୍ବାଦିକ ସମ୍ମିଳନୀ କରି ରାହୁଲ ‘ଏଚ୍ ଫାଇଲ୍ସ’ ଉପସ୍ଥାପନ କରିଛନ୍ତି ।  ହରିୟାଣାରେ ଭୋଟ୍ ଚୋରିର ଅନେକ ଜାଲିଆତି ହୋଇଥିବା ରାହୁଲ କହିଛନ୍ତି । ସେପଟେ  ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ  ପ୍ରଚାର ଶେଷ ହୋଇଥିବା ବେଳେ କଂଗ୍ରେସ ନେତା ତଥା  ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ଔରଙ୍ଗାବାଦ ଜିଲ୍ଲାର କୁଟୁମ୍ବାରେ ଏକ ରାଲିରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।

ସେ ଦାବି କରିଛନ୍ତି ଯେ ଭାରତର ମାତ୍ର ୧୦% ଜନସଂଖ୍ୟା ତଥା ଉଚ୍ଚ ଜାତିର ଲୋକେ ଏବେ ସେନା, ନ୍ୟାୟପାଳିକା, ପ୍ରଶାସନ ଓ ୫୦୦ ବୃହତ୍ କମ୍ପାନିକୁ ନିୟନ୍ତ୍ରଣ କରୁଛନ୍ତି । 

ଅନ୍ୟପକ୍ଷରେ ୯୦% ଜନତା (ଦଳିତ, ପଛୁଆ, ଅତି ପଛୁଆ, ଆଦିବାସୀ ଓ ଅଳ୍ପସଂଖ୍ୟକ)  ସମସ୍ତ କ୍ଷମତା, ସମ୍ପତ୍ତି ଓ ସୁଯୋଗରୁ ବଞ୍ଚିତ ହୋଇଛନ୍ତି । ଏହି ମନ୍ତବ୍ୟ ରାଜନୈତିକ ଝଡ଼ ସୃଷ୍ଟି କରିଛି, ବିଜେପି ତାଙ୍କୁ ସେନାକୁ ଜାତି ଆଧାରରେ ବିଭାଜନ କରିବା ଓ ଜାତୀୟ ଅନୁଷ୍ଠାନକୁ ଅପମାନ କରିବା ଅଭିଯୋଗରେ କଡ଼ା ସମାଲୋଚନା କରିଛି ।

ଅଧିକ ପଢନ୍ତୁ  ....  Bihar Election : କିଙ୍ଗମେକର ସାଜିବେ EBC ଭୋଟର!

ରାହୁଲ କହିଛନ୍ତି,  ଦେଶର ୯୦% ଲୋକ ଦଳିତ, ପଛୁଆ, ଅତି ପଛୁଆ ଓ ଅଳ୍ପସଂଖ୍ୟକ ବର୍ଗରେ ଥିବା ବେଳେ  ୫୦୦ ବୃହତ୍ କମ୍ପାନି, ସେନା, ନ୍ୟାୟପାଳିକାରେ ସେମାନଙ୍କର ପ୍ରତିନିଧିତ୍ୱ ନାହିଁ ।  ଏସବୁ ୧୦% ଲୋକେ ନିୟନ୍ତ୍ରଣ କରୁଥିବାରୁ ସମସ୍ୟା ବଢ଼ିଛି।   ସମ୍ବିଧାନ ରକ୍ଷା ଓ ସାମାଜିକ ନ୍ୟାୟ ପାଇଁ ଜାତି ଜନଗଣନା ଜରୁରୀ ବୋଲି ସେ କହିଛନ୍ତି।  ବିଜେପି କହିଛି ରାହୁଲ ସେନାକୁ ଜାତି ଆଧାରରେ ବିଭାଜନ କରିବା ଲଜ୍ଜାଜନକ । ଏହା ଦେଶ ପ୍ରତି ଅପମାନ ଏବଂ ଅତ୍ୟନ୍ତ ବିଭାଜନକାରୀ।  ସୋସିଆଲ ମିଡିଆରେ ଅନେକ ରାହୁଲଙ୍କୁ ଦେଶବିରୋଧୀ ବୋଲି କହି ସମାଲୋଚନା କରିଛନ୍ତି ।