Photograph: (kanak news)
କନକ ବ୍ୟୁରୋ: ବୟସ ବଢ଼ିବା ସହିତ ମନୁଷ୍ୟ ଶରୀରରେ ମାଂସପେଶୀ ଆକାର ଓ ଶକ୍ତି ଧୀରେ ଧୀରେ କମିଯାଏ । ଗବେଷଣା ଅନୁସାରେ, ୫୦ ବର୍ଷ ପରେ ଏହି ହ୍ରାସ ଆହୁରି ଦ୍ରୁତ ହୁଏ । ସମଗ୍ର ଜୀବନକାଳରେ ପେଶୀ ଆକାର ୨୦ରୁ ୩୦ ପ୍ରତିଶତ ଏବଂ ପେଶୀ ଶକ୍ତି ୪୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ କମି ଯାଇପାରେ। ୬୫ ବର୍ଷ ପରେ ଶାରୀରିକ କ୍ଷମତା ଦ୍ରୁତ ଭାବରେ କମିବା ଆରମ୍ଭ କରେ, ଯାହାର ଫଳରେ ପଡ଼ିଯିବା, ହାଡ଼ ଭାଙ୍ଗିବା ଏବଂ ସାଧାରଣ ଜୀବନରେ ମାସଂ ପେଶୀରେ ବହୁ ସମସ୍ୟା ଦେଖାଯାଏ ।
ଏକ ଅଧ୍ୟୟନରେ ବୟସ୍କ ବ୍ୟକ୍ତିମାନଙ୍କ ମଧ୍ୟରେ ପିନଟ୍ ବଟର ଖାଇବାର ପ୍ରଭାବ ଉପରେ ଗବେଷଣା କରାଯାଇଥିଲା । ଗବେଷଣାରେ ଦେଖାଯାଇଛି ଯେ ପ୍ରତିଦିନ ପିନଟ୍ ବଟର ଖାଇଲେ କିଛି ମାପରେ ଶରୀରର ମାଂସପେଶୀ ଶକ୍ତି ଓ ଶାରୀରିକ କ୍ଷମତାର ସୁଧାର ହୋଇପାରେ ।ଏହି ଅଧ୍ୟୟନରେ ୬୫ ବର୍ଷରୁ ଅଧିକ ବୟସର ୧୨୦ଜଣ ଅନ୍ତର୍ଭୁକ୍ତ କରାଯାଇଥିଲା । ସେମାନଙ୍କୁ ଦୁଇଟି ଦଳରେ ବାଣ୍ଟା ଯାଇଥିଲା । ଗୋଟିଏ ଦଳକୁ ପ୍ରତିଦିନ ୪୩ ଗ୍ରାମ ପିନଟ୍ ବଟର ଦିଆଯାଇଥିଲା, ଯେତେବେଳେ ଅନ୍ୟ ଦଳ ସାଧାରଣ ଖାଦ୍ୟ ଖାଇବା ଜାରି ରଖିଥିଲେ ।
ଆହୁରି ପଢ଼ନ୍ତୁ :ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ: ଇରାନ-ଇସ୍ରାଏଲ ମଧ୍ୟରେ ବଢୁଛି ଉତ୍ତେଜନା; ପ୍ରତି ମୁହୂର୍ତ୍ତର ଅପଡେଟ୍ ଖବର ପାଆନ୍ତୁ ଏଠାରେ...
ପିନଟ୍ ବଟରର ଏହି ପରିମାଣରେ ପ୍ରାୟ୨୫୦କ୍ୟାଲୋରି, ୨୦ଗ୍ରାମ ଚର୍ବି ଏବଂ ୧୦ ଗ୍ରାମ ପ୍ରୋଟିନ୍ ଥାଏ । ଏହି ପରୀକ୍ଷାଟି ଛଅ ମାସ ଧରି ଚାଲିଥିଲା ।ଗବେଷକମାନେ ଅଂଶଗ୍ରହଣ କରିଥିବା ବ୍ୟକ୍ତି ମାନଙ୍କର ଶାରୀରିକ କ୍ଷମତା ମାପିବା ପାଇଁ ଅନେକ ପରୀକ୍ଷା କରିଥିଲେ । ଏଥିରେ ୪ମିଟର ଚାଲିବା ସ୍ପୀଡ, ସିଟ୍-ଟୁ-ଷ୍ଟାଣ୍ଡ ପରୀକ୍ଷା କରାଯାଇଥିଲା ।ଅଧ୍ୟୟନ ସମାପ୍ତ ହେବା ପରେ ୧୦୮ଜଣ ଅଂଶଗ୍ରହଣକାରୀ ମତ ନିଆଯାଇ ଥିଲା । ଗବେଷଣାରେ ଦେଖାଯାଇଛି ଯେ ପିନଟ୍ ବଟର ଖାଇଥିବା ଦଳରେ ୫ ଥର ବସିଉଠିବା ପରୀକ୍ଷା କରିବା ସମୟ ପ୍ରାୟ ୧.୨ସେକେଣ୍ଡ କମଥିଲା ଏବଂ ସେମାନେ ଦଉଡ଼ି ବାରେ କୌଣସି ଅସୁବିଧାର ସମ୍ମୁଖୀନ ହେଉନଥିଲେ କିମ୍ୱା ମାସଂ ପେଶୀରେ କଷ୍ଟ ଅନୁଭବ କରୁନଥିଲେ ।
ଏହା ସହିତ ପେଶୀ ପାୱାରରେ ମଧ୍ୟ ବୃଦ୍ଧି ଦେଖାଗଲା । କିନ୍ତୁ ଅନ୍ୟ ପରୀକ୍ଷାଗୁଡ଼ିକ, ଯେପରିକି ୪ ମିଟର ଚାଲିବା ଓ ଶରୀର ଓଜନରେ ବଡ଼ ପରିବର୍ତ୍ତନ ଦେଖାଯାଇନଥିଲା ।ଆଶ୍ଚର୍ଯ୍ୟଜନକ ଭାବେ, ପିନଟ୍ ବଟର ଖାଇଥିବା ସତ୍ତ୍ୱେ ଅଂଶଗ୍ରହଣକାରୀଙ୍କ ଓଜନ ବଢ଼ିନଥିଲା । ଗବେଷକମାନେ କହିଛନ୍ତି ଯେ ଏକ ସେକେଣ୍ଡ ସମୟର ସୁଧାର ବୟସ୍କମାନଙ୍କ ପାଇଁ ଚିକିତ୍ସାଗତ ଭାବେ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। କାରଣ ଏହା ଦୈନିକ କାମ କରିବାର କ୍ଷମତା ସହ ଜଡିତ ।
ତଥାପି ଗବେଷକମାନେ କହିଛନ୍ତି ଯେ ପେଶୀ ଶକ୍ତି ଓ ଶାରୀରିକ କ୍ଷମତା ବଢ଼ାଇବା ପାଇଁ ଖାଦ୍ୟ ସହିତ ନିୟମିତ ଅଭ୍ୟାସ ମଧ୍ୟ ଆବଶ୍ୟକ ।ଏହି ଅଧ୍ୟୟନର ଫଳ ଆଶାଜନକ ହେଲେ ମଧ୍ୟ ଗବେଷକମାନେ କହିଛନ୍ତି ଯେ ଆହୁରି ବଡ଼ ପରିସରର ଗବେଷଣା ଆବଶ୍ୟକ। ବିଶେଷକରି ସେହି ବୟସ୍କମାନଙ୍କ ଉପରେ ଯେମାନେ ପେଶୀ କମିବା କିମ୍ବା କୁପୋଷଣରେ ଅଛନ୍ତି।ପିନଟ୍ ବଟର ସହଜରେ ମିଳୁଥିବା ଓ ଖାଇବାକୁ ସହଜ ହେବାରୁ ଏହା ବୟସ୍କ ବ୍ୟକ୍ତି ମାନଙ୍କ ଖାଦ୍ୟରେ ଯୋଡ଼ା ଯାଇପାରିବ । ଏକ ସରଳ ବିକଳ୍ପ ବୋଲି ଗବେଷକମାନେ ମତ ପ୍ରକାଶ କରିଛନ୍ତି ।
Follow Us