crime Photograph: (kanak news)
କନକ ବ୍ୟୁରୋ : ଯାଜପୁର ବରୀରେ ଆତଙ୍କ ଖେଳାଉଛନ୍ତି ଦୃର୍ବୁତ୍ତ । କିଛି ଦିନ ଭିତରେ ଚୋରି, ଛିନତାଇ, ହତ୍ୟା, ବୋମା ଫୁଟିବା ଘଟଣା ବଢ଼ିବାରେ ଲାଗିଛି । ଫଳରେ ଲୋକ ଦିନରେ ବି ଘରୁ ବାହାରିବାକୁ ଡରୁଛନ୍ତି। ଆଉ ପୁଲିସ୍ ଅପରାଧିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାରେ ତତ୍ପରତା ଦେଖାଉନଥିବା ଅଭିଯୋଗ ଆସିଛି । ଯାଜପୁର ବରୀରେ କୋକୁଆ ଭୟ । ବନ୍ଧପଡ଼ାରୁ ଅରଙ୍ଗାବାଦ୍ ମଧ୍ୟରେ ଅପରାଧିକ କାର୍ଯ୍ୟକଳାପ ବଢ଼ୁଛି । ହେଲେ ଏହା ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଉନି । ଫଳରେ ଦୁର୍ବୃତ୍ତ ଗୋଟିଏ ପରେ ଗୋଟିଏ ଅପରାଧ ନିର୍ଭୟରେ ଘଟାଇ ଚାଲିଥିବା ଅଭିଯୋଗ ଆସିଛି ।
ଡିସେମ୍ବର ୧୮ ଅପରାହ୍ନରେ ବନ୍ଧପଡା ଗାଁର ଦେବେଶ ଭଞ୍ଜ ନାମକ ଯୁବକଙ୍କ କାରକୁ ଅଟକାଇ କିଛି ଦୁର୍ବୃତ୍ତ ନିର୍ଧୂମ ପିଟି ବିଲରେ ଫୋପାଡ଼ି ଦେଇଥିଲେ । ଏନେଇ ପରିବାର ଲୋକ ବରୀ ଥାନାରେ ଲିଖିତ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଦିଗରେ ପୁଲିସ୍ ତତ୍ପରତା ପ୍ରକାଶ କରୁନଥିବା ଅଭିଯୋଗ ଆସିଛି । ମାସେ ଭିତରେ ବରୀ ଥାନାରେ ଲୁଟ୍ପାଟ୍, ହତ୍ୟା ଭଳି ଅନେକ ମାମଲା ରୁଜୁ! ହୋଇଛି । ପୁଲିସ୍ ଏଯାଏଁ ଅପରାଧିଙ୍କୁ ଧରିପାରିନି । ଫଳରେ ପୁଲିସ୍ ଉପରୁ ଲୋକଙ୍କ ଭରସା ତୁଟୁଛି । ନ୍ୟାୟ ପାଇଁ ଥାନା ସମ୍ମୁଖରେ ଧାରଣା ଦେବାକୁ ପଡ଼ୁଛି, ନଚେତ ଏସପିଙ୍କ ଦ୍ବାରସ୍ଥ ହେବାକୁ ପଡୁଛି ହେଲେ ସୁଫଳ ମିଳୁନି ।
ଅଧିକ ପଢ଼ନ୍ତୁ---ସରୁନି ଦାଦନ ଦୁଃଖ ; ଭେଣ୍ଡିଆ ପୁଅକୁ ହରାଇ ଛାତି ଫଟାଇ କାନ୍ଦୁଛି ମା’
ବାଲିଆ କଲେଜ୍ ଛାତ୍ରୀଙ୍କୁ ଅସଦାଚରଣ ଘଟଣା ହେଉ କି ଥାନା ଭିତରେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ହେଲମେଟରେ ପିଟିବା ଘଟଣା । ଏସବୁ ବରୀର ଢ଼ିଲା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଇଙ୍ଗିତ କରୁଛି । ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଦୃର୍ବୁତ୍ତ ମାନଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି ହୋଇଛି ।
Follow Us