ଭାରି ଶୁଭ ଲାଫିଙ୍ଗ୍ ବୁଦ୍ଧା ମୂର୍ତ୍ତି : ବଢ଼େ ଧନ,ସୁଖ,ସମୃଦ୍ଧି ! ହେଲେ ରହିଛି ଅନେକ ପ୍ରକାର , କେଉଁ ମୂର୍ତ୍ତି କାହା ପାଇଁ ଶୁଭଙ୍କର ?

Advertisment

ଦୋକାନ ଏବଂ ଘରର ସୋ’ ପିସ୍ ସେଲ୍ଫର ଶୋଭା ବଢ଼ାଉଥିବା ଏହି ମୂର୍ତ୍ତିକୁ ‘ଲାଫିଙ୍ଗ୍ ବୁଦ୍ଧା’ ବୋଲି କୁହାଯାଏ । କୁହନ୍ତି ଏହି ମୂର୍ତ୍ତିକୁ ଦେଖି ଘରୁ ବାହାରିଲେ ଦିନଟି ଶୁଭଙ୍କର ହୁଏ । ଖାଲି ଶୁଭ ନୁହେଁ ସୁଖ,ସମୃଦ୍ଧି ଏବଂ ସକରାତ୍ମକ ଶକ୍ତିର ପ୍ରତିକ ମନାଯାଉଥିବା ଏହି ମୂର୍ତ୍ତିକୁ ବାସ୍ତୁଶାସ୍ତ୍ରରେ ଭାଗ୍ୟ ପରିବର୍ତ୍ତନକାରୀ ବୋଲି ମଧ୍ୟ କୁହାଯାଏ ।

ଦୋକାନ ଏବଂ ଘରର ସୋ’ ପିସ୍ ସେଲ୍ଫର ଶୋଭା ବଢ଼ାଉଥିବା ଏହି ମୂର୍ତ୍ତିକୁ ‘ଲାଫିଙ୍ଗ୍ ବୁଦ୍ଧା’ ବୋଲି କୁହାଯାଏ । କୁହନ୍ତି ଏହି ମୂର୍ତ୍ତିକୁ ଦେଖି ଘରୁ ବାହାରିଲେ ଦିନଟି ଶୁଭଙ୍କର ହୁଏ । ଖାଲି ଶୁଭ ନୁହେଁ ସୁଖ,ସମୃଦ୍ଧି ଏବଂ ସକରାତ୍ମକ ଶକ୍ତିର ପ୍ରତିକ ମନାଯାଉଥିବା ଏହି ମୂର୍ତ୍ତିକୁ ବାସ୍ତୁଶାସ୍ତ୍ରରେ ଭାଗ୍ୟ ପରିବର୍ତ୍ତନକାରୀ ବୋଲି ମଧ୍ୟ କୁହାଯାଏ ।

Laughing Budhha

Laughing Budhha Photograph: (KanakNews)

କନକ ବ୍ୟୁରୋ : ଆପଣ ଯଦି ମୂର୍ତ୍ତିର ସୌଖୀନ କିମ୍ବା ବାସ୍ତୁଶାସ୍ତ୍ର ଉପରେ ରୁଚି ରଖନ୍ତି ତାହେଲେ ହସୁଥିବା ଏହି ବୃଦ୍ଧ ମୂର୍ତ୍ତିକୁ ନିଶ୍ଚୟ ଜାଣିଥିବେ । ଦୋକାନ ଏବଂ ଘରର ସୋ’ ପିସ୍ ସେଲ୍ଫର ଶୋଭା ବଢ଼ାଉଥିବା ଏହି ମୂର୍ତ୍ତିକୁ ‘ଲାଫିଙ୍ଗ୍ ବୁଦ୍ଧା’ ବୋଲି କୁହାଯାଏ । କୁହନ୍ତି ଏହି ମୂର୍ତ୍ତିକୁ ଦେଖି ଘରୁ ବାହାରିଲେ ଦିନଟି ଶୁଭଙ୍କର ହୁଏ । ଖାଲି ଶୁଭ ନୁହେଁ ସୁଖ,ସମୃଦ୍ଧି ଏବଂ ସକରାତ୍ମକ ଶକ୍ତିର ପ୍ରତିକ ମନାଯାଉଥିବା ଏହି ମୂର୍ତ୍ତିକୁ ବାସ୍ତୁଶାସ୍ତ୍ରରେ ଭାଗ୍ୟ ପରିବର୍ତ୍ତନକାରୀ ବୋଲି ମଧ୍ୟ କୁହାଯାଏ । କିନ୍ତୁ ଲାଫିଙ୍ଗ୍ ବୁଦ୍ଧାର କେବଳ ଗୋଟିଏ ପ୍ରକାର ମୂର୍ତ୍ତି ନୁହେଁ ୮ ପ୍ରକାରର ମୂର୍ତ୍ତି ଦେଖିବାକୁ ମିଳେ । ଯାହା ବାସ୍ତୁ ଅନୁସାରେ ଭିନ୍ନ ଭିନ୍ନ ଲାଭ ପାଇଁ ହୋଇଥାଏ । ତେବେ ଆପଣ ବି ଯଦି ଏହି ମୂର୍ତ୍ତିକୁ ଘର କିମ୍ବା ଦୋକାନ ପାଇଁ ଆଣିବାକୁ ଚାହୁଛନ୍ତି ତେବେ କେଉଁ ମୂର୍ତ୍ତି ଆଣିଲେ ଭଲ ରହିବ ଆସନ୍ତୁ ଜାଣିବା । 

ଭୋକରେ ବୁଲିଲା ୧୨୦ ଘଣ୍ଟା : ହନୁମାନଙ୍କ ଚାରିପଟେ କଲା ପରିକ୍ରମା , ଚମତ୍କାରୀ କୁକୁରକୁ ଦେଖିବାକୁ ପ୍ରବଳ ଭିଡ଼

୧ . ଟଙ୍କା , ସୁନାବସ୍ତା ଧରିଥିବା ମୂର୍ତ୍ତି 

ଲାଫିଙ୍ଗ୍ ବୁଦ୍ଧାଙ୍କ ଏହି ମୂର୍ତ୍ତି ଧନ, ସମୃଦ୍ଧି ,ଲାଭର ପ୍ରତିକ । ବାସ୍ତୁଶାସ୍ତ୍ର ଅନୁସାରେ ଏହି ମୂର୍ତ୍ତି ଜୀବନରେ ଆର୍ଥିକ ଲାଭ ଆଣିଥାଏ । ଘରର ଉତ୍ତର ଦିଗ ଏବଂ ଦୋକାନ ବା ଅଫିସର ମୁଖ୍ୟ ସ୍ଥାନରେ ଏହି ମୂର୍ତ୍ତିକୁ ରଖିବା ଶୁଭ ବୋଲି କୁହାଯାଏ ।

୨ . ହାତରେ ବିଞ୍ଝଣା ଧରିଥିବା ମୂର୍ତ୍ତି 

ଏହି ମୂର୍ତ୍ତି ଚାପମୁକ୍ତ କରି ମାନସିକ ଶାନ୍ତି ଏବଂ ସୁଖଦ ଜୀବନ ପ୍ରଦାନ କରେ ବୋଲି ବାସ୍ତୁଶାସ୍ତ୍ର କୁହେ । ଶୋଇବାଘର କିମ୍ବା ଡ୍ରଇଂ ରୁମରେ ଏହାକୁ ରଖିବା ଭଲ । 

୩ . ହାତରେ ବଲ୍ ଧରିଥିବା ମୂର୍ତ୍ତି 

ଲାଫିଙ୍ଗ୍ ବୁଦ୍ଧାଙ୍କ ଏହି ମୂର୍ତ୍ତି ରୋଗବ୍ୟାଧି ଦୂର କରିଥାଏ ବୋଲି ବାସ୍ତୁଶାସ୍ତ୍ର କହିଥାଏ । ମାନ୍ୟତା ରହିଛି କି ରୋଗିଣା ବ୍ୟକ୍ତିଙ୍କ ପାଖରେ ଏହାକୁ ରଖିବା ଦ୍ବାରା ତାଙ୍କ ଉପରେ ଏହାର ସକରାତ୍ମକ ପ୍ରଭାବ ପଡ଼ିଥାଏ । 

୪ . ବସ୍ତା ଉଠାଇଥିବା ମୂର୍ତ୍ତି 

ଯାତ୍ରାକାଳରେ ସଫଳତା,ବିଦେଶ ଯାତ୍ରା ଏବଂ ନୂତନ ସମ୍ଭାବନାର ପ୍ରତିକ ହୋଇଥାଏ ଏହି ମୂର୍ତ୍ତି । କର୍ମକ୍ଷେତ୍ରରେ ସ୍ଥାୟିତ୍ବ ପାଇଁ ଏହାକୁ ଭଲ ବୋଲି କୁହାଯାଏ । 

୫ . ପିଲାଙ୍କ ସହ ଲାଫିଙ୍ଗ୍ ବୁଦ୍ଧା 

ସନ୍ତାନ ସୁଖ,ପରିବାରରେ ଆନନ୍ଦ ଏବହ ସୌଭାଗ୍ୟ ପାଇଁ ଏହି ମୂର୍ତ୍ତିକୁ ଭଲ ବୋଲି କୁହାଯାଏ । ପରିବାରରେ ଏକତା ବଜାୟ ରଖୁଥିବା ଏହି ମୂର୍ତ୍ତିକୁ ପିଲାଙ୍କ ରୁମରେ କିମ୍ବା ପୂର୍ବ ଦିଗରେ ରଖିବା ଭଲ । 

୬ . ଧନ ଉପରେ ବସିଥିବା ମୂର୍ତ୍ତି  

ଧନ ସଞ୍ଚୟ ତଥା ଆର୍ଥିକ ସ୍ଥାୟିତ୍ବ ପାଇଁ ଏହି ମୂର୍ତ୍ତି ଭଲ ବୋଲି ବାସ୍ତୁଶାସ୍ତ୍ର କହେ । ବ୍ୟବସାୟୀଙ୍କ ପାଇଁ ଏହି ମୂର୍ତ୍ତି ଭଲ ବୋଲି କୁହାଯାଇଛି । ଅଫିସର କ୍ୟାସ୍ କାଉଣ୍ଟର କିମ୍ବା ଲକରରେ ଏହାକୁ ରଖିବା ଭଲ । 

୭ . ଦୁଇହାତକୁ ଉଠାଇଥିବା ମୂର୍ତ୍ତି  

ନକରାତ୍ମକ ଶକ୍ତିରୁ ସୁରକ୍ଷା ଦେବା ପାଇଁ ଜାପାନର ଲୋକମାନେ ଏହି ମୂର୍ତ୍ତିକୁ ବ୍ୟବହାର କରୁଥିଲେ । ଘରର ମୁଖ୍ୟଦ୍ବାର ପାଖରେ ଏହି ମୂର୍ତ୍ତିକୁ ରଖାଯାଏ ।

୮ . ହସୁଥିବା ଲାଫିଙ୍ଗ୍ ବୁଦ୍ଧା 

ଅଧିକାଂଶ ଲୋକଙ୍କ ଘରେ ଥିବା ଏହି ମୂର୍ତ୍ତି ଅତ୍ୟନ୍ତ ଶୁଭ । ଏହାକୁ ଘରେ କିମ୍ବା ଦୋକାନରେ ରଖିଲେ ସୁଖ ସମୃଦ୍ଧି ବୃଦ୍ଧି ହୁଏ । 

ଏତଦବ୍ୟତୀତ ଡ୍ରାଗନ୍ ସହ ଏବଂ ଶୋଇବା ଭଳି ଲାଫିଙ୍ଗ୍ ବୁଦ୍ଧା ମଧ୍ୟ ବଜାରରେ ବିକ୍ରି ହୁଏ । ଯାହାକୁ ରଖିବା ଦ୍ବାରା ଘରେ ନକରାତ୍ମକ ଶକ୍ତିର ନାଶ ହେବା ସହିତ ଦୁର୍ଭାଗ୍ୟ ମଧ୍ୟ ଦୂର ହୁଏ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe