କନକ ବ୍ୟୁରୋ: ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ଦେହାନ୍ତ ହୋଇଛି । ତାଙ୍କ ସହ ଥିବା ସମସ୍ତ ୬ଜଣଙ୍କର ମୃତ୍ୟୁ ହୋଇଥିବା ଡିଜିସିଏ ବି ସ୍ପଷ୍ଟ କରିଛି । ଅଜିତ ପୱାର ମୁମ୍ବାଇରେ ଆୟୋଜିତ କ୍ୟାବିନେଟ୍ ବୈଠକରେ ଯୋଗ ଦେବା ପରେ ଏକ ନିର୍ବାଚନ ପ୍ରଚାର ପାଇଁ ବାରାମତି ଯାଉଥିଲେ । ସେଠାରେ ବିମାନ ଅବତରଣ ସମୟରେ ଖସିପଡ଼ି ଭୟଙ୍କର ନିଆଁ ଲାଗିଯାଇଥିଲା ।
ଅଧିକ ପଢ଼ନ୍ତୁ: ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ ; କ୍ରାସ୍ ପରେ ଜଳିଗଲା ପୂରା ବିମାନ
ପ୍ରାଥମିକ ସୂଚନା ଅନୁସାରେ, ବିମାନ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଅଜିତ୍ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ତେବେ ଦୁର୍ଘଟଣାରେ ମୃତ୍ୟୁର କେଇ ମିନିଟ୍ ପୂର୍ବରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ ଅଜିତ୍ । ଏଥିରେ ସେ ସ୍ବତନ୍ତ୍ରତା ସେନାନୀର ପୁରୋଧା ଲାଲା ଲାଜପତ୍ ରାୟଙ୍କ ଜୟନ୍ତିରେ ତାଙ୍କୁ ମନେପକାଇ ଲେଖିଛନ୍ତି, ’ ମହାନ୍ ସ୍ବତନ୍ତ୍ରତା ସେନାନୀ ସ୍ବରାଜ୍ୟ ପ୍ରଚାରକ, ’ପଞ୍ଜାବ କେସରୀ’ ଲାଲା ଲାଜପତ୍ ରାୟଙ୍କୁ ତାଙ୍କ ଜନ୍ମ ଜୟନ୍ତିରେ ବିନମ୍ର ଶ୍ରଦ୍ଧାଞ୍ଜଳି, ଯିଏ ଦେଶର ସ୍ବାଧୀନତା ପାଇଁ ନିଜର ସବୁକିଛି ତ୍ୟାଗ କରିଦେଲେ , ତାଙ୍କ ଦେଶଭକ୍ତି ସବୁବେଳେ ଆମକୁ ପ୍ରେରଣା ଦେଇଆସୁଛି’ ।
୨୦୨୯ ପରେ ଅଜିତଙ୍କ ରାଜନୈତିକ କ୍ୟାରିଅର ଭାରି ରୋଚକ ଥିଲା । ୨୦୧୯ରେ ଦୁଇ ଜଣ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ନଭେମ୍ବର ୨୩ ତାରିଖରେ ସେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ସହ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କିନ୍ତୁ ସଦନରେ ଫଡନାବିସ୍ ବହୁମତ ସାବ୍ୟସ୍ତ କରିବାରେ ବିଫଳ ହେବା ପରେ ଉଦ୍ଧବ ଠାକୁରଙ୍କ ମୁଖ୍ୟମନ୍ତ୍ରୀତ୍ବ ଅଧିନରେ ପୁନର୍ବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ୨୦୨୩ରେ ପୁଣିଥରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହେଲେ । ଏହାକୁ ମିଶାଇ ଅଜିତ୍ ପୱାର ୬ଥର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ।
Follow Us