କନକ ବ୍ୟୁରୋ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପଓ୍ବାରଙ୍କ ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଛି । ବାରାମତି ଜିଲ୍ଲା ପରିଷଦ ନିର୍ବାଚନ ପ୍ରଚାର ପାଇଁ ଚାଟାର୍ଡ ପ୍ଲେନରେ ଯାଉଥିଲେ ଅଜିତ୍ । ଅବତରଣ ବେଳେ ବିମାନ ଖସିପଡ଼ି ସେଥିରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ଆଉ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଡିଜିସିଏ ସୂଚନା ଦେଇଛି ।
ଅଧିକ ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ ପ୍ଲେନ୍ କ୍ରାସ୍ ; ଦୁର୍ଘଟଣା ପରେ ଜଳିଗଲା ବିମାନ
ତେବେ ବିମାନଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ଦୁର୍ଟଘଣାଗ୍ରସ୍ତ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ । ଅଜିତ୍ ପାଓ୍ବାରଙ୍କ ସହ ଥିବା ସମସ୍ତ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବିମାନ ଦୁର୍ଘଟଣା ଘଟିବା ପରେ ତୁରନ୍ତ ଅଜିତଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି ।
ଅଜିତ୍ ପୱାର ମହାରାଷ୍ଟ୍ର NCPର ଜଣେ ବରିଷ୍ଠ ଓ ଅଭିଜ୍ଞତା ସମ୍ପନ୍ନ ନେତା ଥିଲେ । ଦେବେନ୍ଦ୍ର ଫଡନାବିସଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ଶାସନ ମଙ୍ଗ ଧରିଥିଲେ । ତାଙ୍କର ଏଭଳି ଅକାଳ ବିୟୋଗରେ ଜାତୀୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/28/ajit-pawar-passes-away-2026-01-28-10-19-38.jpg)