କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ବଡ଼ ବିସ୍ଫୋରଣ । ଲାଲ୍‌କିଲ୍ଲା ନିକଟ ଏକ କାର୍‌ରେ ବିସ୍ଫୋରଣ । ବିସ୍ଫୋରଣ ପରେ ହୁତୁହୁତୁ ହୋଇ ଜଳିଲା କାର୍‌ । ଆଉ ୩ଟି ଗାଡ଼ି ମଧ୍ୟ ବିସ୍ଫୋରଣରେ ଜଳିଗଲା । ଘଟଣାସ୍ଥଳରେ ପୋଲିସ ଟିମ୍ ଛାନଭିନ୍‌ ଆରମ୍ଭ କରିଛି । ପ୍ରାରମ୍ଭିକ ତଦନ୍ତରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ବର୍ତ୍ତମାନ ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ଏଲ୍‌ଏନ୍‌ଜେପି ହସ୍ପିଟାଲରେ ୮ ଜଣଙ୍କ ମୃତଦେହ ରହଛି । ଅନେକ ଆହତ ଏବେ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ସୂଚନା ମିଳିଛି । ଏହି ଅଘଟଣ ପରେ ଦିଲ୍ଲୀ ସମେତ ମୁମ୍ୱାଇରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ତା ସହ ଦେଶର ପ୍ରମୁଖ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Advertisment

ବଡ଼ ବିସ୍ଫୋରଣ ପରେ ଦିଲ୍ଲୀ ଓ ମୁମ୍ବାଇରେ ହାଇଆଲର୍ଟ । ବିସ୍ଫୋରଣ ସ୍ଥଳରେ NIA ଓ NSG ଟିମର ତନାଘନା ଆରମ୍ଭ ହୋଇଛି । ଲାଲକିଲ୍ଲା ନିକଟ ବିସ୍ଫୋରଣରେ ୮ଜଣଙ୍କ  ମୃତ୍ୟୁ ହୋଇଛି । କିଛି ଲୋକ ବିସ୍ଫୋରଣରେ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ମେଟ୍ରୋ ଷ୍ଟେସନ ଗେଟ୍ ୧ ନିକଟ ପାର୍କିଂରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ହୁତୁହୁତୁ ହୋଇ ଜଳିଲା କାର୍‌ । ଆଉ ୮ଟି ଗାଡ଼ି ମଧ୍ୟ ବିସ୍ଫୋରଣରେ ଜଳିଯାଇଛି । ନିଆଁ ଲିଭାଇବାକୁ ୭ଟି ଦମକଳ ଗାଡ଼ି ପହଞ୍ଚିଛି । କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଲା ତାର ତଦନ୍ତ ଚାଲିଛି । ପୁଲିସ ପୂରା ଅଞ୍ଚଳକୁ ସିଲ୍ କରି ତନାଘନା କରୁଛି । ଆଖପାଖ ଅଞ୍ଚଳର ସିସି ଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି । ଏହାସହ ଫୋରେନସିକ୍ ଦଳ ମଧ୍ୟ ପହଞ୍ଚୁଛି ।